ଭାରତରେ ୮ ନୂଆ ଦୀକ୍ଷା କେନ୍ଦ୍ର ଶୁଭାରମ୍ଭ ପାଇଁ ଘୋଷଣା

ରାଜଗାଙ୍ଗପୁର,୧୫ା୭(ଅଶୋକ ପାଣି)ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେଶନ (ଡିବିଏଫ୍‌) ଦ୍ୱାରା ‘ଡାଲମିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନଲେଜ ଆଣ୍ଡ ସ୍କିଲ୍‌ ହାର୍ନେସିଂ (ଦୀକ୍ଷା) ଅଧୀନରେ ୨୦୩୦ ଆର୍ଥିକବର୍ଷ ସୁଦ୍ଧା ୧ ଲକ୍ଷ ଯୁବକଙ୍କୁ ତାଲିମ ପ୍ରଦାନ ପାଇଁ ତାହାର ଯୋଜନା ସମ୍ପର୍କରେ ଘୋଷଣା କରିଛି। ଦୀକ୍ଷା ଭାରତର ଗ୍ରାମାଞ୍ଚଳ ଜନସାଧାରଣଙ୍କ ମଧ୍ୟରେ ଅବହେଳିତ ଯୁବବର୍ଗଙ୍କ ପାଇଁ ଦୀର୍ଘସ୍ଥାୟୀ ଜୀବିକା ଏବଂ ସେମାନଙ୍କ କୁଶଳତାର ବିକାଶ ନିମନ୍ତେ ସେମାନଙ୍କୁ ସମର୍ଥ କରାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଡିବିଏଫ୍‌ ସମଗ୍ର ଭାରତରେ ରହିଥିବା ୧୫ କେନ୍ଦ୍ର ବିଶିଷ୍ଟ ନେଟୱର୍କ ସହିତ ୨୦୨୪ ଆର୍ଥିକ ବର୍ଷରେ ଆଉ ୮ ନୂଆ କେନ୍ଦ୍ର ସ୍ଥାପନ କରିବ। ଏଥିରେ ମୋଟ ୮୦୦୦ ଶିକ୍ଷାନବୀଶ ତାଲିମ ନେବା କ୍ଷମତା ରହିବ। ଏହି ନୂଆ କେନ୍ଦ୍ରଗୁଡିକ ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର, ଓଡ଼ିଶା ଏବଂ ତାମିଲନାଡୁ ଆଦି ରାଜ୍ୟରେ ସ୍ଥାପନ କରାଯିବ। ୨୦୧୬ରେ ଜାତୀୟ କୁଶଳତା ବିକାଶ ନିଗମ ସହଭାଗିତାରେ ଏହି ପ୍ରୟାସ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଡିବିଏଫ୍‌ ତାହାର ସହଭାଗିତା ପରିସରକୁ ପୁନଃ ପରିବ୍ୟାପ୍ତ କରି ଓଡ଼ିଶା ଓ କର୍ନାଟକର ରାଜ୍ୟ କୁଶଳତା ବିକାଶ ମିଶନଗୁଡିକୁ ଏଥିରେ ସାମିଲ କରିଛି। ଏଥିସହ ନାବାର୍ଡ,ଏନବିସିଏଫ୍‌ଡିସି, ଓଏସ୍‌ଡିଏ, ବୋଶ୍‌, ସ୍ନାଇଡର ଇଲେକ୍ଟ୍ରିକ୍‌ ଆଦି ସହିତ ସହଯୋଗିତା କରିଛି। ଏହି ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ପ୍ରକାଶ କରି ଡାଲମିଆ ଭାରତ ଫାଉଣ୍ଡେଶନ୍‌ ସିଇଓ ଅଶୋକ କୁମାର ଗୁପ୍ତା କହିଛନ୍ତି, ଡାଲମିଆ ଭାରତରେ ସମାବେଶୀ ବିକାଶ ନିମନ୍ତେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛିି ଏବଂ ବଞ୍ଚିତ ବର୍ଗଙ୍କ ଜୀବନ ଉପରେ ଆଖିଦୃଶିଆ ପ୍ରଭାବ ପକାଇବାକୁ ଆମେ ପ୍ରତିଶ୍ରୁତି ବଦ୍ଧ ରହିଛୁ । ରାଷ୍ଟ୍ରର ଲୋକଶକ୍ତିରେ ରହିଥିବା ଉଲ୍ଲେଖନୀୟ କୁଶଳତାର ଅଭାବକୁ ପୂରଣ କରିବା, ସେମାନଙ୍କ ପାଇଁ ଅର୍ଥନୈତିକ ସଶକ୍ତୀକରଣ ତଥା ଉତ୍ତମ ଜୀବନ ନିର୍ବାହ ନିମନ୍ତେ ସୁଯୋଗ ସୃଷ୍ଟି କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଦୀକ୍ଷା ଜରିଆରେ ଆମେ ଏକ କୁଶଳୀ ଏବଂ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣର ଆଶା ରଖିଛୁ। ଦୀକ୍ଷା ମୁଖ୍ୟତଃ ସ୍ବାସ୍ଥ୍ୟସେବା, ଇଣ୍ଡଷ୍ଟ୍ରିଆଲ ସିୱିଙ୍ଗ ମେଶିନ୍‌ ଅପରେଟର, ସହକାରୀ ଇଲେକ୍ଟ୍ରିସିଆନ୍‌, କଷ୍ଟମର୍‌ ରିଲେଶନଶିପ୍‌ ମ୍ୟାନେଜମେଣ୍ଟ, ସେଲ୍ସ୍‌ ଆଣ୍ଡ ମାର୍କେଟିଂ, ଡାଟା ଏଣ୍ଟ୍ରି ଅପରେଟର, ବିୟୁଟି ଆଣ୍ଡ ୱେଲନେସ୍‌ ଏବଂ ଅନ୍‌ଆର୍ମଡ୍‌ ସିକ୍ୟୁରିଟି ଆଦି ସମେତ ବିବିଧ କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଉଛି । ଏପର୍ଯ୍ୟନ୍ତ ଦୀକ୍ଷା ସଫଳତାର ସହିତ ୧୧୬୪୭ ବ୍ୟକ୍ତିବିଶେଷଙ୍କୁ ତାଲିମ ପ୍ରଦାନ କରିଛି ଏବଂ ୮୨୭୧ ଜଣରୁ ଅଧିକ ବ୍ୟକ୍ତି ଉପାର୍ଜନକାରୀ ନିଯୁକ୍ତି ପାଇପାରିଛନ୍ତି; ଯେଉଁମାନେ ମାସିକ ୮ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବେତନ ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?