ଇଗ୍ନୋରେ ୨୦୨୩ ନାମଲେଖା ପାଇଁ ଘୋଷଣା

ଭୁବନେଶ୍ୱର, ୩୦।୧୨ (ବ୍ୟୁରୋ): ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ୨୦୨୩ ଶିକ୍ଷା ବର୍ଷ ପାଇଁ ନାମଲେଖା ନେଇ ଘୋଷଣା ହୋଇଛି। କୌଣସି କାରଣରୁ ଅଧାରୁ ପାଠ ଛାଡିଥିବା କିମ୍ବା ଉଚ୍ଚଶିକ୍ଷା ପାଇବାରୁ ବଞ୍ଚତ୍ତ ହୋଇଥିବା ଯେ କୌଣସି ବୟସର ବ୍ୟକ୍ତି ଇଗ୍ନୋରେ ସମସ୍ତ ବିଭାଗରେ ନାମଲେଖାଇ ପାରିବେ। ଜାନୁୟାରୀ ୩୧ ପର୍ଯ୍ୟନ୍ତ ନାମଲେଖା ଚାଲିବ। ଅଣ୍ଡର ଗ୍ରାଜୁଏଟ୍‌ (ବିଏସ୍‌ସିଜି, ବିସିଓଏମ୍‌ଜି ଓ ବିଏଜି) ପ୍ରୋଗ୍ରାମରେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜୀକରଣ ଦେୟ ଛାଡ କରାଯାଇଛି। ମାତ୍ର ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ର ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ସେମାନେ ଇଗ୍ନୋ ପକ୍ଷରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ବିବେଚିତ ହେବେନାହିଁ। ଇଚ୍ଛୁକ ପ୍ରାର୍ଥୀମାନେ ଇଗ୍ନୋ ଓ୍ବେବ୍‌ ସାଇଟ୍‌ www.ignou.ac.in ଏବଂ ଲିଙ୍କ୍‌ https://ignouadmission.samarth.edu.inକୁ ଅନୁସରଣ କରି ପାରିବେ କିମ୍ବା ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରକୁ ମେଲ୍‌ କରି ଯୋଗାଯୋଗ କରି ପାରିବେ। ସବିବେଷ ବିବରଣୀ ପାଇଁ ଫୋନ୍‌ ନଂ.୦୬୭୪-୨୯୭୧୦୭୧ କିମ୍ବା ୦୬୭୪-୨୩୦୧୩୪୮ରେ ଯୋଗାଯୋଗ କରିବା ପାଇଁ ଇଗ୍ନୋ ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।