ବିଧାନସଭା ନିର୍ବାଚନର ବର୍ଷକ ପୂର୍ବରୁ ବଳିପଡ଼ିଲେ ଆନ୍ନାମଲାଇ

ଚେନ୍ନାଇ/ନୂଆଦିଲ୍ଲୀ,୧୨ା୪:ତାମିଲନାଡ଼ୁ ବିଧାନସଭାର ଆସନ ସଂଖ୍ୟା ୨୩୪। ସରକାର ଗଢ଼ିବା ପାଇଁ କୁହୁକ ସଂଖ୍ୟା ହେଉଛି ୧୧୮। ୨୦୨୧ ଏପ୍ରିଲ ୬ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜେ. ଜୟଲଲିଥାଙ୍କ ଦଳ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଝାଗାମ୍‌ (ଏଆଇଏଡିଏମ୍‌କେ) ପୂର୍ବାପେକ୍ଷା ୭୦ ଆସନ ହରାଇ କ୍ଷମତାଚ୍ୟୁତ ହୋଇଥିଲା। ଏଆଇଏଡିଏମ୍‌କେ ୬୬ ଆସନରେ ସୀମିତ ହୋଇ ବିରୋଧୀ ଆସନରେ ବସିଥିଲା। ଅନ୍ୟପକ୍ଷେ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଦ୍ରାବିଡ ମୁନ୍ନେତ୍ରା କାଝାଗାମ୍‌ (ଡିଏମ୍‌କେ) ପୂର୍ବ ନିର୍ବାଚନ ତୁଳନାରେ ୪୪ ଅଧିକ ଆସନ ପାଇ ମୋଟ ୧୩୩ ଆସନ ଦଖଲ କରିବାରେ ସକ୍ଷମ ହୋଇଥିଲା। ଏଲ୍‌. ମୁରୁଗାନ୍‌ଙ୍କ ନେତୃତ୍ୱରେ ୨୦ ଆସନରେ ନିର୍ବାଚନ ଲଢ଼ିଥିବା ଭାଜପା ମାତ୍ର ୨.୬% ଭୋଟ ହାର ସହ ୪ ଆସନରେ ସୀମିତ ରହିଥିଲା। ଇତିମଧ୍ୟରେ ୪ ବର୍ଷ ବିତିଗଲାଣି। ଆସନ୍ତା ବର୍ଷ ଠିକ୍‌ ଏଇ ସମୟ ବେଳକୁ ତାମିଲନାଡୁରେ ପୁଣି ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ ସରକାର ନିଜ ଲୋକପ୍ରିୟତା ବଜାୟ ରଖିଛନ୍ତି। ଷ୍ଟାଲିନ୍‌ କେନ୍ଦ୍ର ପ୍ରସ୍ତାବିତ ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ (ଡିଲିମିଟେଶନ୍‌), ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ଅଧୀନ ୩ ଭାଷା ସୂତ୍ର ବଳରେ ହିନ୍ଦୀ ଭାଷାକୁ ଜବରଦସ୍ତି ଲଦି ଦିଆଯିବା ଏବଂ କେନ୍ଦ୍ରୀୟ ପାଣ୍ଠି ପ୍ରଦାନରେ ପାତରଅନ୍ତରକୁ ପ୍ରସଙ୍ଗକରି ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ କରିଆସିଛନ୍ତି। ବିଶେଷକରି ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଡିଏମ୍‌କେ ସୁପ୍ରିମୋ ଏହି ପ୍ରସଙ୍ଗଗୁଡ଼ିକ ଉପରେ ନିଜ ସ୍ବରକୁ ଅଧିକ ଶାଣିତ କରୁଥିବା ଦେଖିବାକୁ ମିଳୁଛି। ଏଭଳି ସମୟରେ ଆଗାମୀ ନିର୍ବାଚନରେ କ୍ଷମତାକୁ ଫେରିବା ପାଇଁ ଅଣ୍ଟାଭିଡ଼ିଥିବା ଇପିଏସ୍‌ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଥିଲେ। ରାଜ୍ୟ ଭାଜପା ସଭାପତି କେ. ଆନ୍ନାମଲାଇ ଡିଏମ୍‌କେ ପରିବର୍ତ୍ତେ ଏଆଇଏଡିଏମ୍‌କେକୁ ଅଧିକ ସମାଲୋଚନା କରୁଥିବା ସେ ମୋଦିଙ୍କୁ ଜଣାଇଥିଲେ। ଆନ୍ନାମଲାଇଙ୍କୁ ଭାଜପା ସଭାପତି ପଦରୁ ହଟାଇଲେ ତାମିଲନାଡୁରେ ପୁଣି ମେଣ୍ଟ ସମ୍ଭବ ବୋଲି ସେ ସର୍ତ୍ତ ବାଢ଼ିଥିବା ସୂତ୍ରରୁ ପ୍ରକାଶ। ଏଥିଯୋଗୁ ଆନ୍ନାମଲାଇଙ୍କୁ କୁଆଡ଼େ ଇସ୍ତଫା ଦେବାକୁ କୁହାଯାଇଥିଲା।
ପୂର୍ବତନ ଆଇପିଏସ୍‌ ଅଧିକାରୀ ଆନ୍ନାମଲାଇଙ୍କ ସ୍ଥାନରେ ନୈନାର ନାଗେନ୍ଦ୍ରନ୍‌ଙ୍କୁ ଦଳ ରାଜ୍ୟ ସଭାପତି ନିଯୁକ୍ତ କରିଛି। ନାଗେନ୍ଦ୍ରନ୍‌ ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ଏଆଇଏଡିଏମ୍‌କେ ସରକାରରେ ଜୟଲଲିଥାଙ୍କ କ୍ୟାବିନେଟ୍‌ରେ ଶକ୍ତି, ଶିଳ୍ପ ଓ ପରିବହନ ମନ୍ତ୍ରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri