୧.୪ ଲକ୍ଷ ଲୋକଙ୍କୁ ଅନ୍ନ ସେବା: ୩୦୦୦ ବଞ୍ଚିତ ବର୍ଗର ପିଲାଙ୍କ ସହ ଜନ୍ମଦିନ ପାଳନ କଲେ ନୀତା ଅମ୍ବାନୀ

ଭୁବନେଶ୍ୱର,୨।୧୧ (ଅଭୟ ଦାଶ) ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ୩୦୦୦ ବଞ୍ଚିତ ବର୍ଗର ପିଲାଙ୍କ ସହ ନିଜ ଜନ୍ମଦିନ ପାଳନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେଶନ ପକ୍ଷରୁ ସାରା ଦେଶରେ ଅନ୍ନ ସେବା ନାମରେ ଏକ ମହତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଫାଉଣ୍ଡେଶନ ୧୫ଟି ରାଜ୍ୟର ୧.୪ ଲକ୍ଷ ଲୋକଙ୍କୁ ଉଭୟ ରନ୍ଧାଖାଦ୍ୟ ଓ ରାଶନ ସାମଗ୍ରୀ ଯୋଗାଇଛି। ଏପରିକି ଅନ୍ନ ସେବା ଜରିଆରେ ପ୍ରାୟ ୭୫,୦୦୦ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ ପ୍ରାୟ ୬୫,୦୦୦ ଲୋକଙ୍କୁ ଶୁଖିଲା ରାଶନ ସାମଗ୍ରୀ (ଗ୍ରୋସେରି) ପ୍ରଦାନ କରାଯାଇଛି।

ବିଶେଷକରି ଶିଶୁ ଓ ବୃଦ୍ଧାଶ୍ରମଠାରେ ରହୁଥିବା ବରିଷ୍ଠ ନାଗରିକ, ଦିନ ମଜୁରିଆ, କୁଷ୍ଠ ଆକ୍ରାନ୍ତ ବ୍ୟକ୍ତି, ଭିନ୍ନକ୍ଷମ ଏବଂ ବିଶେଷ ଆବଶ୍ୟକତା ରହିଥିବା ଲୋକମାନଙ୍କୁ ଅନ୍ନ ସେବାରେ ସାମିଲ କରାଯାଇଥିଲା ବେଳେ ରନ୍ଧାଖାଦ୍ୟ ବିତରଣଠାରୁ ଆରମ୍ଭକରି ରାଶନ ସାମଗ୍ରୀ ବଣ୍ଟନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ରିଲାଏନ୍ସର ସ୍ବୟଂସେବକମାନେ କରିଛନ୍ତି। ଅପରପକ୍ଷରେ ନୀତା ଅମ୍ବାନୀ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟନ୍ୟାଶନାଲ ସ୍କୁଲଠାରେ ବଞ୍ଚତ୍ତ ବର୍ଗର ୩୦୦୦ ପିଲାଙ୍କ ସହିତ ନିଜ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସ୍କୁଲ ଯାଉଥିବା ୩୦୦୦ ବଞ୍ଚିତ ବର୍ଗର ପିଲା ମନୋରଞ୍ଜନ ଓ ଉପହାରର ମଜା ନେବା ସହିତ ଅନ୍ନ ସେବାରେ ସାମିଲ ହୋଇଥିଲେ। ଏଥିରେ ନୀତା ଅମ୍ବାନୀ ସମସ୍ତଙ୍କୁ ରନ୍ଧାଖାଦ୍ୟ ପରଷିଥିଲେ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ଭୁବନେଶ୍ୱର, ପୁରୀ ଓ ବରଗଡ଼ ଭଳି ପ୍ରମୁଖ ଅଞ୍ଚଳର ୫୫୦୦ ରୁ ଊଦ୍ଧର୍‌ବ ଲୋକଙ୍କୁ ଶୁଖିଲା ରାଶନ ସାମଗ୍ରୀ ଫାଉଣ୍ଡେଶନ ପକ୍ଷରୁ ସ୍ଥାନୀୟ ଏନ୍‌ଜିଓ ସହଯୋଗୀଙ୍କ ଜରିଆରେ ବଣ୍ଟନ କରାଯାଇଛି।

ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ନୀତାଙ୍କ ରିଲାଏନ୍ସ ଫାଉଣ୍ଡେଶନ ଅନ୍ନ ସେବା ନାମରେ ସେହି ସମୟର ସବୁଠାରୁ ବଡ ଭୋଜନ ବିତରଣ କାର୍ଯ୍ୟକ୍ରମ କରିଥିଲା। ନୀତାଙ୍କ ଜନ୍ମଦିନରେ ଭୋଜନ ବିତରଣ ସେହି ପରମ୍ପରାର ସମ୍ପ୍ରସାରଣ ବୋଲି ଫାଉଣ୍ଡେଶନ ପକ୍ଷରୁ ପ୍ରକାଶ କରାଯାଇଛି। ଶିକ୍ଷା, ମହିଳା ସଶକ୍ତୀକରଣ, କ୍ରୀଡ଼ା, କଳା ଓ ସଂସ୍କୃତି କ୍ଷେତ୍ରରେ ନୀତାଙ୍କ ଅନେକ ଅନନ୍ୟ ଉପଲବ୍ଧି ରହିଛି। ନୀତାଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେଶନ ସାରା ଦେଶରେ ୭କୋଟି ୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...

ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri