ମେଲେବୋର୍ନ, ୨୦ା୨ (ପି.ଟି.)- ରୁୁଷୀୟ ପାର୍ଟନର କାମିଲା ରାକ୍ଷିମୋଭାଙ୍କ ସହ ଫିଲିପ୍ ଆଇଲାଣ୍ଡ ଟ୍ରଫି ହାସଲ କରିବା ଦ୍ୱାରା ଭାରତର ଅଙ୍କିତା ରାଇନା ତାଙ୍କ ଟେନିସ କ୍ୟାରିୟରର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ଜିତିଛନ୍ତି। ଏହା ଦ୍ୱାରା ତାଙ୍କର ଡବଲ୍ସ ର଼୍ୟାଙ୍କିଙ୍ଗ ତାଲିକାର ଟପ୍ ୧୦୦ରେ ପ୍ରବେଶ ପକ୍କା ହୋଇଛି। ଏଠାରେ ଟାଇଟଲ ମୁକାବିଲାରେ ଅଙ୍କିତା ଓ କାମିଲା ରୁଷୀୟ ଯୋଡ଼ି ଆନ୍ନା ବ୍ଲିନକୋଭା ଓ ଆନାସ୍ତାସିଆ ପୋଟାପୋଭାଙ୍କୁ ୨-୬, ୬-୪, ୧୦-୭ରେ ହରାଇ ଦେଇଛନ୍ତି। ୨୮ ବର୍ଷୀୟା ଭାରତୀୟ ଖେଳାଳି ଓ ତାଙ୍କ ପାର୍ଟନର ୮୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶିକୁ ବାଣ୍ଟିନେଇଛନ୍ତି। ଏହାଛଡ଼ା ସେ ୨୮୦ ର଼୍ୟାଙ୍କିଙ୍କ ପଏଣ୍ଟ ଅର୍ଜନ କରିଛନ୍ତି। ବର୍ତ୍ତମାନ ଡବ୍ଲ୍ୟୁଟିଏ ତାଲିକାର ୧୧୫ତମ ସ୍ଥାନରେ ରହିଥିବା ଅଙ୍କିତା ଆସନ୍ତା ସପ୍ତାହରେ ପ୍ରକାଶ ପାଇବାକୁ ଥିବା ତାଲିକାରେ ୯୪ତମ ସ୍ଥାନ ଅଧିକାର କରିବେ। ସାନିଆ ମିର୍ଜାଙ୍କ ପରେ ଡବଲ୍ସ ଟପ୍ ୧୦୦ରେ ପ୍ରବେଶ କରିବାରେ ସାନିଆ ମିର୍ଜାଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଖେଳାଳି ହେବେ। ସାନିଆ କିନ୍ତୁ ୬ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିସାରିଛନ୍ତି। ଗତ ଦୁଇ ସପ୍ତାହ ଅଙ୍କିତାଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ। ଭାରତୀୟ ଖେଳାଳି ଅଷ୍ଟ୍ରେଲିଆନ ଓପନରେ ତାଙ୍କ ଗ୍ରାଣ୍ଡସ୍ଲାମ ପଦାର୍ପଣ କରିଥିଲେ। ଏକ ଡବ୍ଲ୍ୟୁଟିଏ ସିଙ୍ଗଲ୍ସ ଟୁର୍ନାମେଣ୍ଟର ମୁଖ୍ୟ ଡ୍ର’ରେ ସେ ଆହୁରି ମଧ୍ୟ ଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ବିଜୟ ହାସଲ କରିପାରିଛନ୍ତି।
ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର
ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...
ତୃତୀୟ ଟି୨୦ରେ ଭାରତର ଦମ୍ଦାର ବିଜୟ: ୨-୧ରେ ସିରିଜ୍ ଅଗ୍ରଣୀ
ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍ ବାକି...
ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...
୧୧୭ ରନ୍ରେ ଅଟକିଲା ଦକ୍ଷିଣ ଆଫ୍ରିକା
ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍ରେ ୧୧୭ ରନ୍ରେ ଅଲ୍ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍ର...
ୱାଙ୍ଖଡେ ଷ୍ଟାଡିୟମ୍ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ
ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...
୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍
ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...
WWEରୁ ଅବସର ନେଲେ ଜନ୍ ସିନା, ଜାରି ରହିବ ଫିଲ୍ମ କ୍ୟାରିୟର
ନୂଆଦିଲ୍ଲୀ,୧୪।୧୨: ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି WWE ରିଙ୍ଗରେ ରାଜ କରିଥିବା ଜନ୍ ସିନା ଶେଷରେ ତାଙ୍କ କ୍ୟାରିଅରକୁ ବିଦାୟ ଦେଇଛନ୍ତି । ୪୮ବର୍ଷ...
ମେସିଙ୍କ ସହ ସେଲ୍ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…
ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...
Archives


