ପ୍ରାଣୀ ଚମଡ଼ାର ବିକଳ୍ପ

ମାନେକା ଗାନ୍ଧୀ

ପ୍ରାଣୀ ମାଂସ ଖାଇବା ଓ ପ୍ରାଣିଜ ଉପତ୍ାଦ ପିନ୍ଧିବାରେ ମୁଁ ଏକ ପରିବର୍ତ୍ତନ ଦେଖିବାକୁ ଯାଉଛି। ବିଶ୍ୱର ବୃହତ୍‌ କଂସେଇଖାନା କମ୍ପାନୀ ଏବଂ ନିବେଶକମାନେ ଲାବରେଟୋରିରେ ରିୟଲ ମିଟ୍‌ ବା ଅସଲି ମାଂସ (ଏହାକୁ ମଧ୍ୟ କ୍ଲନ୍‌ ମିଟ୍‌ କୁହାଯାଏ) ଏବଂ କ୍ଷୀର ପ୍ରସ୍ତୁତ କରିବା ପାଇଁ ନିବେଶ କରିଛନ୍ତି। ସିଙ୍ଗାପୁର ଭଳି ଅନ୍ୟ ଦେଶଗୁଡ଼ିକର ମାର୍କେଟରେ ରିୟଲ ମିଟ୍‌ ଉପଲବ୍ଧ ହେଉଛି। ‘ପରଫେକ୍ଟ ଡେ’ ମିଲ୍କ ସେଲ୍‌ ପ୍ରସ୍ତୁତ କରୁଛି। ତା’ର ଲହୁଣି ସ୍ମିଟେନ ନାମରେ ମାର୍କେଟରେ ମିଳୁଛି। ଏହା ପ୍ରାଣୀ କ୍ଷୀରରୁୁ ତିଆରି ହେଉନିି। ‘ଇନର୍ଭିଟୋ ଆନିମଲ ସେଲ୍‌ କଲ୍‌ଚର’ ଦ୍ୱାରା ମାଂସ ଉପତ୍ାଦନ କରିବାରେ ନେଦରଲାଣ୍ଡ ଏବଂ ଇସ୍ରାଏଲ ଆଗରେ ରହିଛନ୍ତି। ଇଣ୍ଟେନ୍‌ସିଭ ଫାର୍ମିଂ ବା ସଘନ କୃଷି ବଦଳରେ ଯଦି କ୍ଲିନ ମିଟ ଶିଳ୍ପର ମାନକ ଭାବେ ଉଭା ହେବ ତେବେ ପରିବେଶକୁ ବହୁ ଲାଭ ମିଳିିବ। ଉପଭୋକ୍ତା ଭାବେ ଆମେ ମଧ୍ୟ କ୍ଲିନ ମିଟ୍‌ ଖାଇବା ଦରକାର। ଏଥିରେ କଂସେଇଖାନାର ମାଂସ ଭଳି ଆଣ୍ଟିବାୟୋଟିକ୍ସ କି କ୍ଷତିକାରକ ବ୍ୟାକ୍ଟେରିଆ ନ ଥାଏ। ଏହାଦ୍ୱାରା ଆମେ ବର୍ଷକୁ ୫୬ ମିଲିୟନ ପ୍ରାଣୀଙ୍କ ଜୀବନ ବଞ୍ଚାଇପାରିବା। ହଁ, ପ୍ରତିବର୍ଷ ମଣିଷ ଏହି ସଂଖ୍ୟକ ପ୍ରାଣୀଙ୍କୁ ମାରି ମାଂସ ଖାଉଛି। ମାଂସ ଶିଳ୍ପ ମଧ୍ୟ ତା’ର ପରିସଂଖ୍ୟାନ ଉପସ୍ଥାପନ କରିବାରେ ଲାଗିଛି । କହୁଛି ଯେ,ମାର୍କେଟରେ ଶୁଦ୍ଧଶାକାହାରୀ ଏବଂ ଶାକାହାରୀଙ୍କ ସଂଖ୍ୟା ୫%ରୁ କମ୍‌ ରହିଛି, ହେଲେ ଏଥିରେ ସତ୍ୟତା ନାହିଁଁ। ଏହା ଯଦି ସତ ହୁଏ ,ତେବେ ସବୁ ସୁପର ମାର୍କେଟ ଏବଂ ଫାଷ୍ଟଫୁଡ୍‌ ଭେଣ୍ଡର ସେମାନଙ୍କୁ ଖାଦ୍ୟ ପରଷୁ ନ ଥାନ୍ତେ। ଉଦ୍ଭିଦଜ ଖାଦ୍ୟ ପ୍ରସ୍ତୁତ କରୁଥିବା ‘ଇମ୍ପସିବଲ ଫୁଡ୍ସ’ ଏବେ ବିଶ୍ୱରେ ସବୁଠୁ ଦ୍ରୁତ ଗତିରେ କାୟା ମେଲାଇ ଚାଲିଛି। ଏହାର ମାର୍କେଟ ଭାଲ୍ୟୁ ଏବେ ୪ ବିଲିୟନ ଡଲାର।
ଚମଡ଼ା ପରିଧାନ କରିବା କମିଛି କି? ଏଯାବତ୍‌ ଏହା ହୋଇ ନ ପାରିଲେ ମଧ୍ୟ ଆଗକୁ ଆଶା ସୃଷ୍ଟିକରିଛିି। ଲେଦର ଶିଳ୍ପ ବା ଚମଡ଼ାଶିଳ୍ପ ପ୍ରତିବର୍ଷ ଲକ୍ଷ ଲକ୍ଷ ବାଛୁରୀଙ୍କୁ ହତ୍ୟାକରୁଛି। ଏହା ପ୍ରକୃତି ପାଇଁ ଅତ୍ୟନ୍ତ ବିପଜ୍ଜନକ। ଛମଡ଼ାରେ ବ୍ୟବହୃତ ବିଷାକ୍ତ ରାସାୟନିକ ପଦାର୍ଥ ଯୋଗୁ ନଦୀ ଜଳ ପ୍ରଦୂଷିତ ହେଉଛିି। ଲେଦର ପଲିସିରେ ଲକ୍ଷ ଲକ୍ଷ ମାଛ ମରୁଛନ୍ତି। କ୍ୱାଣ୍ଟିସ୍‌ ଦ୍ୱାରା କରାଯାଇଥିବା ୨୦୧୮ର ଗୋ୍ଲବାଲ ଇମ୍ପାକ୍ଟ ପ୍ରକାଶ କରିଛି ଯେ, ପ୍ରତିବର୍ଷ ଚମଡ଼ା ଜୋତା ଶିଳ୍ପରୁ ୭୦୦ ମିଲିୟନ ମେଟ୍ରିକ ଟନ୍‌ କାର୍ବନ ଡାଇଅକ୍ସାଇଡ୍‌ ନିର୍ଗତ ହୁଏ। ଏହା ବିଶ୍ୱ ତାପନର ଏକ ମୁଖ୍ୟ କାରଣ। ନ୍ୟୁଜିଲାଣ୍ଡ ଜୋତା କମ୍ପାନୀ ଅଲ୍‌ବାର୍ଡ ଯାହା ବୃହତ୍‌ କମ୍ପାନୀ ଆଡିଡାସର ଅଂଶୀଦାର , ତାହା ପ୍ଲାଣ୍ଟ ବେସ୍‌ଡ ଲେଦର ବା ଉଦ୍ଭିଜ ଚମଡ଼ାରେ ପ୍ରଚୁର ନିବେଶ କରିଥିବା ଘୋଷଣା କରିଛି। ଅଲ୍‌ବାର୍ଡ ୟୁକାଲିପଟାସ ଏବଂ କଟନ ଫାଇବର୍‌ରେ ଜୋତା ତିଆରି କରୁଛି। କ୍ୟାଷ୍ଟର ବିନ୍‌ ଅଏଲ ଏବଂ ରିସାଇକେଲ୍‌ଡ ପ୍ଲାଷ୍ଟିକ ଲେସ୍‌ରେ ସୋଲ୍‌ ପ୍ରସ୍ତୁତ କରାଯାଉଛି। ଉଦ୍ଭିିଦଜ ଚମଡ଼ା ଭେଜିଟେବଲ ଅଏଲ, ନାଚୁରାଲ ରବର ଏବଂ ଅନ୍ୟ ଜୈବିକ କଞ୍ଚାମାଲରୁ ପ୍ରସ୍ତୁତ ହେଉଛି। କମ୍ପାନୀ ତା’ର ‘ନ୍ୟାଚୁରାଲ ଫାଇବର ଓ୍ବେଲ୍ଡିଂ’ ଫାର୍ମରେ ନିବେଶ କରିବାକୁ ଘୋଷଣା କରିବା ସହ ଏଠାରେ ପ୍ରଥମେ ୧୦୦% ପ୍ରାକୃତିକ ଉଦ୍ଭିଦଜ ଛମଡ଼ା ଡିସେମ୍ବର ୨୦୨୧ ସୁଦ୍ଧା ପ୍ରସ୍ତୁତ କରାଯିବ ବୋଲି କହିଛି। ଏହାର ନାମ ରଖାଯାଇଛି ମିରୁମ। ପରିବେଶ ଉପରେ ପ୍ରାଣୀ ଚମଡ଼ାର କାର୍ବନ ପ୍ରଭାବ ଯାହା ତା’ଠାରୁ ୪୦ ଗୁଣ କମ୍‌ ରହିବ ମିରୁମରେ। ପେଟ୍ରୋଲିୟମ ଆଧାରିତ ଉତ୍ସରୁ ପ୍ରସ୍ତୁତ କରାଯାଉଥିବା ସିନ୍ଥେଟିକ ଚମଡ଼ା ଠାରୁ ଏହା ୧୭% କମ୍‌ କାର୍ବନ ନିର୍ଗମନ କରିବ। ବିନା ପଲିୟୁରେଥନରେ ଏହା ତିଆରି ହେବ ଓ ମାଟିରେ ସହଜରେ ବିଘଟନ ହୋଇପାରିବ ଓ ଏଥିତ୍ରୁ ପୁଣି ନୂଆ ମିରୁମ ପ୍ରସ୍ତୁତ କରାଯାଇପାରିବ। ଅଲ୍‌ବାର୍ଡସ୍‌ର ସହ-ପ୍ରତିଷ୍ଠାତା ଜୋୟ ଜିଓ୍ବିଲିଙ୍ଗର କହିଛନ୍ତି ଯେ, ନାଚୁରାଲ ଫାଇବର ଓ୍ବେଲଡିଂ ସ୍ଥାୟୀ ବିଷାକ୍ତ ପଦାର୍ଥରୁ ସହଜରେ ଚମଡ଼ା ତିଆରି କରିପାରୁଛି ଏବଂ କାର୍ବନ ନିର୍ଗମନ ୯୮% ହ୍ରାସ କରିବା ଏହାର କ୍ଷମତା ରହିଛି। ପ୍ରାଣୀ ଓ ପେଟ୍ରୋଲିୟମ ଉପଯୋଗକୁ ଫ୍ୟାଶନ ଇଣ୍ଡଷ୍ଟ୍ରୀରୁ ଦୂରେଇବା ଲାଗି ଏହା ଏକ ଉତ୍ସାହପ୍ରଦ ଯାତ୍ରା।
ଭିଗନ ଲେଦର (ଉଦ୍ଭିଦଜ ଚମଡ଼ା) ପାରମ୍ପରିକ ପ୍ରାଣୀ ଚମଡ଼ାର ଏକ ବିକଳ୍ପ । ଏଥିତ୍ରେ ପ୍ରାଣୀ କ୍ରୂରତା ବା ଯନ୍ତ୍ରଣାର ସ୍ଥାନ ନାହିଁ। ଏହା ଦେଖିତ୍ବାକୁ ଠିକ୍‌ ପ୍ରାଣୀ ଚମଡ଼ା ଭଳି ଏବଂ ପିନ୍ଧିଲେ ପ୍ରାଣୀ ଚମଡ଼ା ଭଳି ଲାଗେ। ଏଥିରେ ପ୍ରଦୂଷଣ ହୁଏ ନାହିଁ। ପରିବେଶ ଓ ପ୍ରାଣୀମାନଙ୍କ ଉପରେ ଲେଦର ଶିଳ୍ପର ପ୍ରଭାବ ସମ୍ପର୍କରେ ଲୋକେ ଅଧିକରୁ ଅଧିକ ସଚେତନ ହେଉଥିବାରୁ କ୍ରୂରତା ବା ଯନ୍ତ୍ରଣାମୁକ୍ତ ବିକଳ୍ପଗୁଡ଼ିକ ପାଇଁ ମାର୍କେଟ ବୃଦ୍ଧି ପାଇବାରେ ଲାଗିଛି। ୨୦୧୩ରେ ପ୍ରତିଷ୍ଠା ହୋଇଥିବା ବ୍ରିଟିଶ କମ୍ପାନୀ ‘ଆନନାସ ଆନମ’ ଉଦ୍ଭିଦଜ ଚମଡ଼ା ପିନାଟେକ୍ସ ପ୍ରସ୍ତୁତ କରିଥିତ୍ଲା। ସପୁରି ପତ୍ର ତନ୍ତୁ ଏଥିତ୍ରେ ଉପଯୋଗ ହେଉଛିି। ଏହାକୁ ଫିଲିପାଇନ୍ସ ଯୋଗାଉଛିି। ଏହି ତନ୍ତୁକୁ ମକାରୁ ପ୍ରାପ୍ତ ଜୈବ ପା୍ଲଷ୍ଟିକ ସହ ମିଶ୍ରଣ କରି ପିନାଟେକ୍ସ ତିଆରି ହେଉଛିି। ଚମଡ଼ା ସାମଗ୍ରୀ ତିଆରି କରିବା ଲାଗି ଏହାକୁ ‘ହୁଗୋ ବସ’୍‌ ଏବଂ କାନାଡ଼ିଆନ ବ୍ରାଣ୍ଡ୍‌ ‘ନେଟିଭ ଶୁ ’ଊପଯୋଗ କରୁଛନ୍ତି। ଡଚ୍‌ ଡିଜାଇନର ଟିଜେର୍ଡ ଭେନ୍‌ହୋଭେନ ଭିଗନ ଲେଦର ପାଇଁ ଆରେକା ବିଟିଲ ନଟ୍‌(ଏକ ପ୍ରକାର ଗୁଆ ଗଛ)ର ପତ୍ର ବ୍ୟବହାର କରୁଛି।
ଡେଜର୍ଟୋ କମ୍ପାନୀ ମଧ୍ୟ ନୋପାଲ କାକ୍‌ଟସ (ଏକ ପ୍ରକାର ନାଗଫେଣୀ)ପତ୍ରରୁ ଭିଗନ ଲେଦର ତିଆରି କରିବା ଆରମ୍ଭ କରିଛି। ଏହାକୁୁ ଫର୍ନିଚର ଏବଂ କାର ଇଣ୍ଟେରିୟର, ଛୋଟ ବ୍ୟାଗ,ପର୍ସ ଏବଂ ଜୋତା ତିଆରିରେ ବ୍ୟବହାର କରାଯାଇପାରିବ। ଷ୍ଟିଲା ମ୍ୟାକ କର୍ଟିନୀ, ଆଡିଡାସ୍‌ ଏବଂ ଗୁସିର ପ୍ୟାରେଣ୍ଟ କମ୍ପାନୀ କେରିଙ୍ଗ ସମେତ ମୁଖ୍ୟ ଲକ୍‌ଜ୍ୟୁରି ଫ୍ୟାଶନ ହାଉସଗୁଡ଼ିକ ଆନିମଲ ଲେଦର ପରିବର୍ତ୍ତେ ମାୟିଲୋ ପ୍ରସ୍ତୁତ କରୁଛନ୍ତି। ମାୟିଲୋ ଲେଦର ଭଳି ନରମ ଏବଂ ଏହା ଛତୁ ଓ ଅନ୍ୟ ଫଙ୍ଗସ ଜାତୀୟ ଉଦ୍ଭିଦରୁ ସଂଗୃହୀତ ମାୟିସିଲିୟମରୁ ତିଆରି ହେଉଛି। ଏଥିପାଇଁ ଆନିମଲ ଲେଦରଠାରୁ କମ୍‌ ପାଣି ଆବଶ୍ୟକ ହୁଏ ଓ କମ୍‌ ସବୁଜ ଗ୍ୟାସ୍‌ ନିର୍ଗମନ ହୋଇଥାଏ। ଏହା ମାଟିରେ ସମ୍ପୂର୍ଣ୍ଣ ମିଶିଯାଏ ଓ ଏହାର କୌଣସି ବିଷାକ୍ତ ପ୍ରଭାବ ନ ଥାଏ। ମୁସ୍‌କିନ ଏକ ଚମଡ଼ା ଭଳି ପଦାର୍ଥ ଯାହା ଛତୁର କ୍ୟାପ୍‌(ଫେଲିିନସ ଏଲିପ୍ସୋଇଡିୟସ)ରୁ ପ୍ରସ୍ତୁତ କରାଯାଏ। ଏଭଳି ଛତୁ ବା ଫଙ୍ଗସ ସବ୍‌ଟ୍ରପିକାଲ ଜଙ୍ଗଲରେ ମିଳେ ଓ କାଠଗଣ୍ଡି ଉପରେ ବଢିଥାଏ। ଓ୍ବିଲ୍ସ ଭିଗନ ଷ୍ଟୋର ଶସ୍ୟଜାତୀୟ ଗଛରୁ ପ୍ରସ୍ତୁତ ଭିଗନ ଲେଦରରେ ଜୋତା ତିଆରି କରିଥାଏ। ଏହି କମ୍ପାନୀ ପଲିୟୁରେଥେନ ବଦଳରେ ଏବେ ୟୁକାଲିପଟାସ ଛାଲିରୁ ମିଳୁଥିବା ଭିସ୍‌କୋସ ଉପଯୋଗ କରିବା ଆରମ୍ଭ କରିଦେଇଛି। ୨୦୧୭ରେ ବି ଭେରା କମ୍ପାନୀ ଆପଲ ଜୁସ ଇଣ୍ଡଷ୍ଟ୍ରୀରୁ ମିଳୁଥିବା ଆପଲ ଚୋପା ଓ ପଲିୟୁରେଥନକୁ ନେଇ ଲେଦର ତିଆରି କରିବା ଆରମ୍ଭ କରିଥିଲା।
ଭାରତର କେରଳସ୍ଥିତ ମଲାଇ ବାୟୋମ୍ୟାଟେରିଆଲ ଡିଜାଇନ ପ୍ରାଇଭେଟ ଲିମିଟେଡ୍‌ ନଡିଆ ବର୍ଜ୍ୟରୁ ମିଳୁଥିବା ବ୍ୟାକ୍ଟେରିଆଲ ସେଲୁଲୋଜ, କଦଳୀ ଗଣ୍ଡି, ସିସାଲ( ଶୁଷ୍କ ଅଞ୍ଚଳରେ ବଢୁଥିବା ଏକପ୍ରାର ଗଛ) ଓ ଗଞ୍ଜେଇ ଗଛର ତନ୍ତୁରୁ ଉଦ୍ଭିଦଜ ଚମଡ଼ା ପ୍ରସ୍ତୁତ କରୁଛି। ଏହା ମାଟିରେ ମିଶିଯାଉଛି, ନରମ, ଜଳ ପ୍ରତିରୋଧୀ। ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ଚମଡ଼ାର ମୁଖ୍ୟ ଗ୍ରାହକ ହେଉଛନ୍ତି କ୍ରାଫ୍ଟିଂ ପ୍ଲାଷ୍ଟିକ୍ସ, ଟିଓଏନ, ମ୍ୟାଟର, କାଜେଟୋ। ଏହାର ଉପତ୍ାଦଗୁଡ଼ିକ ମଧ୍ୟରେ ରହିଛି ବ୍ୟାଗ, ବ୍ୟାକପ୍ୟାକ, ଓ୍ବଲେଟ । ଏହା ଜୋତା ତିଆରି କରଛିି କି ନାହିଁ ତାହା ମୋତେ ଜଣାନାହିଁ। ‘ଅଲୁଭି’ ମଧ୍ୟ ଭିଗନ ଲେଦର ଉପତ୍ାଦ ବିକ୍ରି କରେ। ଏହି ସବୁ କମ୍ପାନୀ ଆନିମଲ ଲେଦର ବ୍ୟବସାୟ ପାଇଁ ପ୍ରାଣୀମାନଙ୍କୁ ଦିଆଯାଉଥିବା ଯନ୍ତ୍ରଣା ଏବଂ ପରିବେଶ ପ୍ରଦୂଷଣ ବିରୋଧରେ ଦୃଢ ଭାବେ ଠିଆ ହୋଇଛନ୍ତି। ଇଞ୍ଜିନିୟର ଅଙ୍କିତ ଅଗ୍ରଓ୍ବାଲଙ୍କ ଦ୍ୱାରା ପ୍ରତିଷ୍ଠିତ କାନପୁର ଫ୍ଲାଓ୍ବାର ସାଇକ୍ଲିଂ ପ୍ରସ୍ତୁତ କରୁଛନ୍ତି ଫ୍ଲିଦର। ମନ୍ଦିରର ବର୍ଜ୍ୟ ଫୁଲରୁ ଏହି ଚମଡ଼ା ତିଆରି ହେଉଛି, ଯଦିଓ ଏହା ଏବେ ସୁଦ୍ଧା ବଜାରକୁ ଅସିପାରିନି। ଏଭଳି ଆବିଷ୍କାର ପାଇଁ ଫ୍ଲିଦର ୟୁଏନ ସସ୍‌ଷ୍ଟେନାବିଲିଟି ଆଓ୍ବାର୍ଡ ଏବଂ ପେଟା (ପିଇଟିଏ) ପୁରଷ୍କାର ପାଇଛି। ଏହି କମ୍ପାନୀ ବିଘଟନ ଯୋଗ୍ୟ ଫ୍ଲୋରାଫୋମ ପ୍ରସ୍ତୁତ କରୁଛି। ବଜାଜ ଏବଂ ହାଭେଲ୍‌ସ କମ୍ପାନୀ ପ୍ୟାକେଜିଂରେ ଫ୍ଲୋରଫୋମ ବ୍ୟବହାର କରୁଛନ୍ତି। ଆମେ କିଣିବାର ଧାରା ବଦଳାଇଲେ କେବଳ ଏହି କମ୍ପାନୀଗୁଡ଼ିକ ହିଁ ସଫଳ ହୋଇପାରିବେ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri