ୟୁନିଟ ଆଗୁଆ ବନ୍ଦ କଲା ମାରୁତି

ବାଙ୍ଗାଲୋର,୨୯।୪: କୋଭିଡ୍‌ ସ୍ଥିତିକୁ ନଜରରେ ରଖି ମାରୁତି ସୁଜୁକି ପକ୍ଷରୁ ଏହାର ଗୋଟିଏ ୟୁନିଟକୁ ଆଗୁଆ ବନ୍ଦ କରାଯାଇଛି। କମ୍ପାନୀ ଏହାର ଫ୍ୟାକ୍ଟ୍ରି ମେଣ୍ଟେନାନ୍ସ ଲାଗି ଜୁନ୍‌ରେ କାମ ବନ୍ଦ କରିବାର ଥିଲା। ହେଲେ ସ୍ଥିତି ବିଗିଡ଼ିବାରୁ ହରିୟାଣା ସ୍ଥିତ ମାନୁଫାକଚରିଂ ପ୍ଲାଣ୍ଟକୁ କମ୍ପାନୀ ମେ ପହିଲାରୁ ୯ ତାରିଖ ଯାଏ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଏହାର ଗୁରୁଗ୍ରାମ ଏବଂ ମାନେଶ୍ୱରସ୍ଥିତ ଫ୍ୟାକ୍ଟ୍ରିକୁ ଜୁନ୍‌ରେ ବନ୍ଦ ରଖିବା ନେଇ ଯୋଜନା ରଖିଥିଲା। ଏହି ୟୁନିଟ୍‌ଗୁଡିକରୁ ଅକ୍ସିଜେନ ସଞ୍ଚୟକରି ମେଡିକାଲ ବ୍ୟବହାର ଲାଗି ଯୋଗାଇଦେବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ, ସୁଜୁକି ମୋଟର ମଧ୍ୟ ଗୁଜରାଟ ପ୍ଲାଣ୍ଟରେ ସମାନ ନିଷ୍ପତ୍ତି ଲାଗୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫେରିଲା ନୋକିଆ ୫୩୧୦

ନୂଆଦିଲ୍ଲୀ,୧୮।୬: ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ଭାରତ ବଜାର ଲାଗି ନୂଆ ନୋକିଆ ୫୩୧୦ ଶୁଭାରମ୍ଭ କରାଯାଇଛି। ମୂଳ ନୋକିଆ ୫୩୧୦ ଏକ୍ସପ୍ରେସ ମ୍ୟୁଜିକକୁ ନୂଆ କରି...

ୟେସ୍‌ ବ୍ୟାଙ୍କର ଶେୟାର ବିକିଲେ ରାଣା କପୁର

ନୂଆଦିଲ୍ଲୀ,୨୨-୯: ୟେସ୍‌ ବ୍ୟାଙ୍କର ପ୍ରମୋଟର ଗ୍ରୁପ୍‌ କମ୍ପାନୀ ଏବଂ ଏହାର ସହ ପ୍ରତିଷ୍ଠାତା ରାଣା କପୁର ବ୍ୟାଙ୍କର ମୋଟ୍‌ ୨.୭୫% ଅଂଶଧନ ବିକ୍ରି କରିଦେଇଛନ୍ତି। ଖୋଲା...

ଭାରତର ରେଟିଂ ଉପରେ ଚାପ ଆସିପାରେ

ନୂଆଦିଲ୍ଲୀ,୨୯।୪: ଭାରତର ସୋଭରେନ ରେଟିଂ ଉପରେ ଚଳିତ ବର୍ଷ ଚାପ ଆସିପାରେ। ଭାରତ ଚଳିତ ବର୍ଷ ନିମ୍ନ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି।...

ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିଲେଣି ୨୧.୫ ଲକ୍ଷ ପ୍ରବାସୀ

ନୂଆଦିଲ୍ଲୀ,୨୧।୫:କରୋନା ମହାମାରୀ ସଂକ୍ରମଣ ସମୟରେ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବା ବ୍ୟବସ୍ଥା କରାଯାଇଛି। କେନ୍ଦ୍ର...

୪.୨%କୁ ଖସିପାରେ ଜିଡିପି

ନୂଆଦିଲ୍ଲୀ,୧୩-୧୧: ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୪.୨%କୁ ହ୍ରାସ ଘଟିପାରେ। ଅଟୋମୋବାଇଲ କ୍ଷେତ୍ରରେ ବିକ୍ରି ହ୍ରାସ, ଏୟାର ଟ୍ରାଫିକ ମନ୍ଥରତା,...

ବଜେଟ୍‌ ପୂର୍ବରୁ ସେନସେକ୍ସ୍‌ ୪୦୦ ପଏଣ୍ଟ୍‌ ବୃଦ୍ଧି

ମୁମ୍ବାଇ, ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବା ପୂର୍ବରୁ ସେନସେକ୍ସ୍‌ରେ ୪୦୦ ପଏଣ୍ଟ୍‌ ବୃଦ୍ଧି ଘଟିଛି। ସୋମବାର ଏହା ୪୬,୭୭୭.୫୬ ପଏଣ୍ଟ୍‌ ଛୁଇଁଛି।...

ପିଏମ୍‌ ସ୍ବନିଧିରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଯୋଗଦାନ ଉନ୍ନତ

ନୂଆଦିଲ୍ଲୀ,୧୩।୯:ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ବ୍ୟାଙ୍କଗୁଡିକ ବର୍ତ୍ତମାନ ସୁଦ୍ଧା ଉକ୍ତ ବର୍ଗରେ ପ୍ରାୟ ୯୦%ରୁ ଊର୍ଦ୍ଧ୍ୱ ଋଣ ମଞ୍ଜୁର...

ଅର୍ଥ ବ୍ୟବସ୍ଥାରେ ସୁଧାର ଆସୁଛି:ସୀତାରାମନ

ନୂଆଦିଲ୍ଲୀ,୧୨-୨: ଏବେ ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେଉଛି। ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ସରକାର ଉଠାଉଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଏହାର ଲାଭ...

Advertisement


Archives

Model This Week

Why Dharitri