ତୂଳୀରେ ଜୀବନ୍ତ ହେଉ ଅନୁଗୋଳର ଐତିହ୍ୟ

ଅନୁଗୋଳ ଅଫିସ୍‌, ୪।୮

ସରକାରୀ ଅର୍ଥରେ ଅନୁଗୋଳର ବିଭିନ୍ନ ପ୍ରାଚୀରରେ ସାଜସଜ୍ଜା କରାଯାଉଛି। ରଙ୍ଗବେରଙ୍ଗର ଚିତ୍ରକଳାରେ ସହରର ସୌନ୍ଦର୍ଯ୍ୟ ବଢ଼ାଯାଉଛି। ସରକାରୀ ଯୋଜନାର ପ୍ରଚାର ସହ କରୋନା ସଂକ୍ରମଣ ନେଇ ସତର୍କ ସୂଚନା ଦିଆଯାଉଛି। ହେଲେ ଏଥିରେ ସ୍ଥାନ ପାଉନି ଅନୁଗୋଳର କଳା, ସଂସ୍କୃତି, ଯାହାକୁ ନେଇ ମନଉଣା କରିଛନ୍ତି ଅନେକ ସଂସ୍କୃତିପ୍ରେମୀ ସହରବାସୀ। କାରିଗରଙ୍କ ତୂଳୀରେ ଅନୁଗୋଳର ଐତିହ୍ୟକୁ ଜୀବନ୍ତ କରାଯାଇପାରିଲେ ଏହା ଆହୁରି ପ୍ରଶଂସନୀୟ ହୋଇପାରନ୍ତା ବୋଲି ସେମାନେ ମତ ଦେଇଛନ୍ତି।
କରୋନା ଭଳି ମହାମାରୀ ସମୟରେ ଅନୁଗୋଳ ପୌରପାଳିକାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୯୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସହରାଞ୍ଚଳ କର୍ମଭିତ୍ତିକ ଯୋଜନାରେ କର୍ମ ନିଯୁକ୍ତି ସୃଷ୍ଟି ଉଦ୍ଦେଶ୍ୟରେ ଏହି ଅର୍ଥ ଦିଆଯାଇଛି। ପୌରପାଳିକା ପକ୍ଷରୁ ହେଉଥିବା ଏହି ପ୍ରାଚୀର କଳା କାର୍ଯ୍ୟ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କ ଜରିଆରେ କରାଯାଉଛି। ମେଡିକାଲ ଛକ ପାଖରୁ ଆରମ୍ଭ କରି ଷ୍ଟାଡିୟମ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ, ପିଟିସି ଛକ ଆଦି ସ୍ଥାନରେ ଥିବା ପାଚେରିଗୁଡ଼ିକରେ ସୁନ୍ଦର ଚିତ୍ରକଳାମାନ ସ୍ଥାନ ପାଉଛି। ବିଶେଷକରି ସରକାରୀ ଯୋଜନା ସହ କରୋନା ସମୟରେ ଲୋକଙ୍କୁ କିପରି ସଚେତନ ଓ ସତର୍କ କରିହେବ ତାହା ଉପରେ ଧ୍ୟାନ ଦିଆଯାଉଛି। କିନ୍ତୁ ଅନୁଗୋଳ ଜିଲାର କଳା, ସଂସ୍କୃତି ଓ ଐତିହ୍ୟକୁ ଏଥିରେ ସ୍ଥାନ ଦିଆଯାଉଥିବା ଦେଖାଯାଉ ନାହିଁ। ଜିଲାରେ ସାତକୋଶିଆ ଅଭୟାରଣ୍ୟ, ବ୍ୟାଘ୍ର ପ୍ରକଳ୍ପ, ଟିକରପଡ଼ା କୁମ୍ଭୀର ପ୍ରଜନନ କେନ୍ଦ୍ର, ମହାରାଜା ସୋମନାଥ ସିଂହ ଜଗଦ୍ଦେବ, ତାଳଚେରର ରାଜବାଟୀ ଆଦି ଅନେକ କିଛି ସମ୍ପର୍କରେ କଳାକୃତି ଅଙ୍କନ କରାଯାଇପାରିବ। କିନ୍ତୁ ଚିତ୍ରକରଙ୍କ ତୂଳୀରେ ଏସବୁ ସ୍ଥାନ ଦିଆଯାଉ ନାହିଁ। ଅନେକ କାନ୍ଥରେ କେବଳ ଝୋଟି ଚିତା ପକାଯାଉଥିବା ବେଳେ ସେଥିରେ ଅନୁଗୋଳର ଏସବୁ ଐତିହ୍ୟକୁ ଗୁନ୍ଥାଯାଇ ପାରିଲେ ଏହାକୁ ଆହୁରି ସ୍ବାଗତ କରାଯାଇପାରନ୍ତା। ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଯେଉଁ ସବୁ ଫଟୋ ଦିଆଯାଉଛି ତାହାକୁ ତୂଳିରେ ଜୀବନ୍ତ ରୂପ ଦେଉଥିବା କେତେଜଣ ଚିତ୍ରକର ପ୍ରକାଶ କରିଛନ୍ତି।
ଆଗାମୀ ଦିନରେ ସ୍ଥାନ ପାଇବ
ଅନୁଗୋଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପାଚେରିରେ କଳାକୃତି ଦ୍ୱାରା ଜନସଚେତନତା ସୃଷ୍ଟି କରାଯାଉଛି। ଅନୁଗୋଳର ବିଭିନ୍ନ ଐତିହ୍ୟସ୍ଥଳୀକୁ ଏଥିରେ ସ୍ଥାନ ଦେବାରେ ଅସୁବିଧା ନାହିଁ। ପୂର୍ବରୁ କେହି ଦୃଷ୍ଟି ଆକର୍ଷଣ କରି ନ ଥିଲେ। ଆଗାମୀ ଦିନରେ ତାହାକୁ ସ୍ଥାନ ଦିଆଯିବ।
-ବିନୋଦ ଚନ୍ଦ୍ର ପଣ୍ଡା, ଅନୁଗୋଳ ପୌର ନିର୍ବାହୀ ଅଧିକାରୀ
ସୌନ୍ଦର୍ଯ୍ୟ ବଢ଼ାନ୍ତା ସାତକୋଶିଆ
କାନ୍ଥ କାରୁକାର୍ଯ୍ୟ ପାଇଁ ଅନୁଗୋଳ ସହର ପୂର୍ବାପେକ୍ଷା ସୁନ୍ଦର ଦିଶୁଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ଅନୁଗୋଳର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବିଶେଷକରି ସାତକୋଶିଆର ଚିତ୍ର ଆହୁରି ସୌନ୍ଦର୍ଯ୍ୟ ବଢ଼ାଇପାରନ୍ତା। -ରଶ୍ମିରଞ୍ଜନ ସାହୁ
ଚିତ୍ରରୁ ଜାଣିହେବ ସଂସ୍କୃତି
ଅନୁଗୋଳର କଳା, ସଂସ୍କୃତି କେତେ ସମୃଦ୍ଧ ତାହା ପୌରପାଳିକା ସମସ୍ତଙ୍କୁ ଏହି ଚିତ୍ରକଳା ମାଧ୍ୟମରେ ଜଣାଇପାରିବ। ବିଶେଷକରି ଆଗନ୍ତୁକମାନେ ବ୍ଲକ ସଦରମହକୁମାରୁ ହିଁ ସେ ନେଇ ବାର୍ତ୍ତା ପାଇପାରିବେ। ପୂର୍ବପୁରୁଷଙ୍କ ମହାନ୍‌ କୀର୍ତ୍ତିକୁ ଲୋକ ଲୋଚନକୁ ଆଣିବାର ଏହା ଉପଯୁକ୍ତ ସମୟ।
-ବିଶ୍ୱଜିତ ବିଶ୍ୱାଳ
ଜନ୍ମମାଟିର ଇତିହାସ ଜଣାଅ
ନିଜ ଜନ୍ମ ମାଟିର ଇତିହାସ ସମ୍ପର୍କରେ ସମସ୍ତେ ଜାଣିବା କଥା। ଅନୁଗୋଳ ଜିଲାର ରେଙ୍ଗାଳି ଡ୍ୟାମ୍‌ ହେଉ କି ତାଳଚେର ରାଜବାଟୀ, ସେ ନେଇ ନୂତନ ପିଢ଼ିଙ୍କୁ କେତେ କ’ଣ ଜଣାଇବାର ଅଛି। ଏ ସମ୍ପର୍କିତ ଚିତ୍ରକଳା କାନ୍ଥରେ ରହିଲେ ନିଶ୍ଚିତ ଭଲ ହେବ।
-ଅଜୟ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri