Categories: ଜାତୀୟ

ଯୁବ କଂଗ୍ରେସର ଅଧ୍ୟକ୍ଷଙ୍କ ଉପରେ ନିର୍ଯାତନାର ଅଭିଯୋଗ ଆଣି ଦଳରୁ ବହିଷ୍କାର ହେଲେ ଅଙ୍ଗକିତା

ନୂଆଦିଲ୍ଲୀ, ୨୨।୪: ଭାରତୀୟ ଜାତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବିବିଙ୍କ ଉପରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ତାଙ୍କ ସହଯୋଗୀ ତଥା ଆସାମ ଯୁବ କଂଗ୍ରେସର ଅଧ୍ୟକ୍ଷ ଡ. ଅଙ୍ଗକିତା ଦତ୍ତ। ଅଭିଯୋଗ ଆଣିବା ପରେ ଦତ୍ତଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ମାତ୍ର ସେ କେଉଁ ପ୍ରକାର ଦଳ ବିରୋଧୀ କାର୍ଯ୍ୟ କରିଥିଲେ ସେ ନେଇ ଦଳ କୌଣସି ପ୍ରତିକ୍ରିୟା ଦେଇନାହିଁ।

ଡ.ଦତ୍ତ ଶ୍ରୀନିବାସଙ୍କ ବିବିଙ୍କ ବିରୋଧରେ ଗୁରୁତର ଅଭିଯୋଗ କରି କହିଛନ୍ତି ଯେ, ତାଙ୍କୁ ଏକ ଅଧିବେଶନରେ ଶ୍ରୀନିବାସ କହିଥିଲେ, ଏ ଝିଅ, ମଦ୍ୟପାନ କରି ମେସେଜ କରୁଛ? ତୁମେ ଭୋଡକା ପିଉଛ ନା ଟକିଲା ପିଉଛ?
ତେବେ ଏହାକୁ ନେଇ ଅଙ୍ଗକିତା ଗଣମାଧ୍ୟମରେ ଶ୍ରୀନିବାସ ତାଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗରେ କଂଗ୍ରେସ କୌଣସି ପଦକ୍ଷେପ ନେଇ ନାହିଁ ବୋଲି ସେ କହିଛନ୍ତି।

 

Share