ବିଡିଓଙ୍କୁ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଦାବିପତ୍ର

କର୍ଲାମୁଣ୍ଡା,୨୨।୧୧(ଡି.ଏନ୍‌.ଏ.):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଅଲ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡିଜ ୱାର୍କସ ଆସୋସିଏଶନ କର୍ଲାମୁଣ୍ଡା ଶାଖା ପକ୍ଷରୁ ଅଙ୍ଗନୱାଡି କର୍ମୀମାନେ ସୋମବାର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ସଭାନେତ୍ରୀ ସଲମୀ ନାଗ, ସମ୍ପାଦିକା ସୁଲକ୍ଷଣି ସାହୁଙ୍କ ନେତୃତ୍ୱରେ ଅଙ୍ଗନୱାଡି କର୍ମୀମାନେ ଶୋଭାଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ପ୍ରିୟଦର୍ଶିନୀ ମିର୍ଧାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବି ଗୁଡିକ ମଧ୍ୟରେ ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା, ଚାକିରି ସର୍ତ୍ତବଳୀ ଲାଗୁ, ଅଙ୍ଗନୱାଡି କର୍ମୀ/ମିନି ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କୁ ଇପିଏଫ୍‌ ଆଦି ଦାବି ରହିଛି।