ଆମ୍ବଟାକୁଆ ଜନିତ ମୃତ୍ୟୁ ଘଟଣା: ପ୍ରଶାସନର ବଡ଼ ପଦକ୍ଷେପ, ଘରକୁ ଘର ବୁଲି ସଚେତନ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ

ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): ଆମ୍ବଟାକୁଆ ଖାଇ ମାଣ୍ଡିପଙ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଗାଁରେ ଏପରି ଅଘଟଣ ଘଟିବା ପରେ ପ୍ରଶାସନ ତତ୍ପର ହୋଇଉଠିଛି। ତେବେ ଆମ୍ବଟାକୁଆକୁ ଖାଦ୍ୟ ଭାବେ ନ ଖାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି। ଶନିବାର ଠାରୁ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନ କାର୍ଯ୍ୟ ଆରମ୍ଭ କରାଯାଇଛି। ଦାରିଙ୍ଗବାଡ଼ି ସମନ୍ବିତ ମହିଳା ଓ ଶିଶୁ ବିକାଶ ଯୋଜନା ଅଧିକାରିଣୀ ସନ୍ଧ୍ୟାରାଣୀ ପଣ୍ଡାଙ୍କ ନେତୃତ୍ୱରେ ଗାଁକୁ ଗାଁ ବୁଲି ଅଙ୍ଗନଓ୍ବାଡ଼ି ଓ ଆଶା କର୍ମୀମାନେ ଲୋକଙ୍କୁ ସଚେତନ କରାଇବା ସହ ଆମ୍ବଟାକୁଆ ନ ଖାଇବାକୁ ପରାମର୍ଶ ଦେଇଛନ୍ତି।

ସେପଟେ ମାଣ୍ଡିପଙ୍କାରେ ଘଟିଥିବା ଘଟଣା ଉପରେ ଜିଲା ପ୍ରଶାସନ ଓ ଜିଲା ଜନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ ସହ ଘଟଣାର ତଦନ୍ତ କରାଯାଇ ରିପୋର୍ଟ ଦିଆଯାଇଛି।

ଜିଲାପାଳ ଅମ୍ରିତ ଋତୁରାଜ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମ୍ବଟାକୁଆ ନୁହଁ, ଖାଦ୍ୟ ବିଷାକ୍ତ ଯୋଗୁ ଦୁଇଜଣଙ୍କ ମୃତ୍ୟୁ ହେବା ସହ ୬ ଜଣଙ୍କ ସ୍ବାସ୍ଥ୍ୟ ବିଗିଡ଼ି ସେମାନଙ୍କ ଉତ୍ତମ ଚିକିତ୍ସା ପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେଉଛନ୍ତି। ଅନ୍ୟପକ୍ଷରେ ଏତେବଡ଼ ଘଟଣା ଘଟିବା ପରେ ପ୍ରଶାସନ ପିଡିଏସ୍‌ ଚାଉଳ ବଣ୍ଟନ କରିବା ପରେ ମଧ୍ୟ ମାଣ୍ଡିପଙ୍କା ଗ୍ରାମରେ ଶନିବାର ମଧ୍ୟ ଆମ୍ବଟାକୁଆ ପ୍ରସ୍ତୁତ କରି ଖାଇଥିବା ଜଣାପଡ଼ିଛି। କିଭଳି ପ୍ରସ୍ତୁତ କରାଯାଉଛି ଓ ତା’ର ବ୍ୟବହାର ସମ୍ପର୍କରେ ମାଣ୍ଡିପଙ୍କା ଗ୍ରାମବାସୀ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ଗସ୍ତ ସମୟରେ ମହିଳାମାନେ ବଖାଣିଛନ୍ତି। ଗ୍ରାମରେ ଏବେ ସ୍ଥିତି ଧୀରେ ଧୀରେ ସୁଧୁରି ଆସୁଥିବା ବେଳେ ଶୋକାକୁଳ ପରିସ୍ଥିତି ରହିଛି।

ସେହିପରି ଗ୍ରାମର ମହିଳାମାନେ କହିଛନ୍ତି ଯେ, ପରିବାରରେ ୭ ଜଣ ରହିଥିବା ବେଳେ ମାତ୍ର ୧୫ରୁ ୨୦ କିଲୋ ଚାଉଳ ମିଳୁଛି। ତେଣୁ ସରକାର ୫ ବଦଳରେ ୧୦ କିଲୋ ଚାଉଳ ଦେବା ସହ ସଠିକ୍‌ ସମୟରେ ଚାଉଳ ଦେବାକୁ ନିବେଦନ କରିଛନ୍ତି। ସେହିପରି ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ସୁଦ୍ଧା ସେମାନଙ୍କୁ ପ୍ରାପ୍ୟ ଏଯାବତ୍‌ ମିଳି ନ ଥିବା ଗ୍ରାମର ମହିଳାମାନେ କହିଛନ୍ତି। ସରକାର ତାଙ୍କ ସମସ୍ତ ସମସ୍ୟାର ସମାଧାନ କରିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ଭଉଣୀ ବାହାଘର ପୂର୍ବରୁ ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା, କାନ୍ଦବୋବାଳିରେ…

ସୁନ୍ଦରଗଡ଼, ୨୭।୬( ଜୟ ନାରାୟଣ ମେଣ୍ଡୁଳି): ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲା ତଲସରା ଥାନା ଅନ୍ତର୍ଗତ…

ଓଡ଼ିଶା ପୋଲିସକୁ ମିଳିବ ‘ପ୍ରେସିଡେଣ୍ଟସ୍୩ କଲର:  ଜୁଲାଇ ୫ରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଦାନ କରିବେ ସମ୍ମାନ

ଭୁବନେଶ୍ୱର, ୨୭।୬: ଓଡ଼ିଶା ପୋଲିସ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଆସିବାକୁ ଯାଉଛି। ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ…

ଗଞ୍ଜେଇ ଚାଲାଣ କରୁଥିଲେ, ପୋଲିସକୁ ଦେଖି ଡିଭାଇଡରରେ ପିଟିହେଲା କାର୍; ଜବତ ହେଲା ୨୫ ଲକ୍ଷର…

ଝାରସୁଗୁଡ଼ା, ୨୭।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବିଜୁ ଏକ୍ସପ୍ରେସ୍‌ ୱେର ଖେରୁଆଲ୍ ଛକ ନିକଟରୁ ବିପୁଳ…

ଶିଶୁ ଜନ୍ମ ହେଲେ ମୁଖ୍ୟମନ୍ତ୍ରୀ ଦେବେ ୧ ଗ୍ରାମର ସୁନା ମୁଦି, ରାଜ୍ୟ ସରକାରଙ୍କ ଖାସ୍ ସ୍କିମ୍…

ଚେନ୍ନାଇ,୨୭ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ…

ଏକାଠି ହେଲେ ଗଞ୍ଜାମ ଜିଲା ଠିକାଦାର ସଂଘ: ଆଗକୁ…

ଦିଗପହଣ୍ଡି,୨୭|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟ ମା ‘ ରତ୍ନେଶ୍ୱରୀ ଶକ୍ତିପୀଠ ପରିସରରେ  ଶୁକ୍ରବାର ନିଖିଳ ଓଡିଶା ଠିକାଦାର ମହାସଂଘ…

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

କାଜୁ ଜଙ୍ଗଲରେ ଝୁଲିପଡ଼ିଲେ ସଞ୍ଜୟ: ବଢୁଛି ସନ୍ଦେହ

ମହାକାଳପଡ଼ା,୨୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ପିତାପାଟ ଚୌଧୁରୀ କାଜୁ ଜଙ୍ଗଲରେ ଜଣେ ଯୁବକ ଗୁରୁବାର…

ଦିନକ ପରେ ସ୍ନାନଯାତ୍ରା: ପୁରୀ ଆସିବାର ଥିଲେ ଜାଣି ନିଅନ୍ତୁ ଟ୍ରାଫିକ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୭।୬: ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri