ଆଳି,୨୬ା୧୧(ବନମାଳୀ ସେନାପତି): ରାଜ୍ୟରେ କାର୍ଯ୍ୟରତ ଅଙ୍ଗନଓ୍ବାଡ଼ି କର୍ମୀମାନେ ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସମଗ୍ର ରାଜ୍ୟରେ ଏହି ଆନ୍ଦୋଳନ ଜାରି ରହିଥିବା ବେଳେ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକରେ ଥିବା ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟକ ଆଳି ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଆଜି ଗୁରୁବାର ଥିବାରୁ ଅଫିସ ସମ୍ମୁଖରେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟକମାନେ ମାଣ ବସାଇ ଲଷ୍ମୀପୁରାଣ ପଢ଼ବା ସହ ଶଙ୍ଖ ଓ ହୁଳହୁଳି ପକାଇ ଅଭିନବ ପ୍ରକ୍ରିୟାରେ ନିଜର ଦାବି ଜଣାଇଛନ୍ତି। ସେମାନଙ୍କ ଦରମା ବୃଦ୍ଧି,ଅବସର ସମୟରେ ସହାୟତା ଭଳି ସାତଟି ଦାବି ରଖି ସରକାରଙ୍କୁ ଘେରିଛନ୍ତି। ଯେ ପର୍ଯ୍ୟନ୍ତ ସରକାର ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟକଙ୍କ ପକ୍ଷରୁ ହୋଇଥିବା ୭ଟି ଦାବି ପୂରଣ କରିନାହାନ୍ତି ସେ ପର୍ଯ୍ୟନ୍ତ ସେମାନେ କାର୍ଯ୍ୟରେ ଯୋଗଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି।