ଅଙ୍ଗନଓ୍ବାଡିରେ ମିଳୁଛି ନିମ୍ନମାନର ଛତୁଆ

ପୋଲସରା,୧୩।୧୨(ସୁବ୍ରତ ବେହେରା): ଗର୍ଭବତୀ ଓ ପ୍ରସ୍ତୁତି ମହିଳା ହିତାଧିକାରୀମାନଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଛି। ଏପରି ଘଟଣା ଘଟିଛି ପୋଲସରା ବ୍ଲକ ବାଲିଛାଇ ଗ୍ରାମ ପଞ୍ଚାୟତର ଡୋଙ୍ଗରୀ ଅଙ୍ଗନୱାଡ଼ି କେନ୍ଦ୍ରରେ। ଛତୁଆ ଗଚ୍ଛିତ ରଖିଥିବା ବେଳେ ସେଗୁଡ଼ିକୁ ମୂଷା କାଟି ଦେଇଥିବା ଦାୟିତ୍ୱରେ ଥିବା ଅଙ୍ଗନୱାଡ଼ି ଦିଦି ଓ ଅଭିଭାବକ କହିଛନ୍ତି। ସେହି ଛତୁଆ ପକେଟକୁ ୮ ଦିନ ପରେ ବଣ୍ଟନ କରାଯାଉଛି। ସେହି ଛତୁଆକୁ ଗର୍ଭବତୀ ମହିଳା ଖାଇଲେ ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। ଫଳରେ ଛତୁଆର ମାନ ଯାଞ୍ଚ କରାଯିବା ନେଇ ଦାବି ଜୋର ଧରିଛି। ଉକ୍ତ କେନ୍ଦ୍ରରେ ୩୫ ଜଣଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ ୨୮ ଜଣ ଶିଶୁ ଓ ୭ ଜଣଙ୍କ ଗର୍ଭବତୀ ମହିଳାଙ୍କ ନାମ ପଞ୍ଜୀକୃତ ହୋଇଛି। ଏହା ସହିତ ଡୋଙ୍ଗରି ଗ୍ରାମରେ ଅନେକ ୧୫ ରୁ ୧୯ ବର୍ଷର କିଶୋର ବାଳିକା ରହିଥିବା ବେଳେ ୧୧ ଜଣ ନାମ ପଞ୍ଜିକୃତ କରିଛନ୍ତି ଅଙ୍ଗନୱାଡ଼ି ଦିଦି। ଫଳରେ ଅନେକ କିଶୋର ବାଳିକା ହିତାଧିକାରୀ ରାଜ୍ୟ ସରକାରଙ୍କ ନୂତନ ଯୋଜନାର ଲାଭ ଉଠିବାରେ ବଞ୍ଚିତ ହେଉଛନ୍ତି। ଡିସେମ୍ବର ୧ରୁ ନୂତନ ଭାବେ ‘ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୃଷ୍ଟି ଯୋଜନା’ ମାଧ୍ୟମରେ ପ୍ରତ୍ୟେକ କେନ୍ଦ୍ରରେ ୧୫ ରୁ ୧୯ ବର୍ଷର କିଶୋର ବାଳିକା ହିତାଧିକାରୀମାନଙ୍କୁ ମସଲା ମୁଡି, ଚଣା, ଏକ ସପ୍ତାହକୁ ୪ଟି ଅଣ୍ଡା ଦେବା ପାଇଁ ଏହି ନୂତନ ଯୋଜନା ଓଡ଼ିଶାରେ ରାଜ୍ୟ ସରକାର ଲାଗୁ କରିଥିବା ବେଳେ ଅନେକ ହିତାଧିକାରୀ କିଶୋର ବାଳିକାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇନାହିଁ। ଉକ୍ତ କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ କବିତା କୁମାରୀ ଖଟେଇ ଦୀର୍ଘ ୪ ମାସ ଧରି ନିଜର ସ୍ବାସ୍ଥ୍ୟ ଖରାପ ଥିବା ନେଇ ସେ ଛୁଟିରେ ରହିବା ପରେ ଏକ ମାସ ଧରି ତାଲିମ ପ୍ରଶିକ୍ଷଣ ଶିବିର ପାଇଁ ଯାଇଥିଲେ। ସେ ନିଜର ଛୁଟି ସାରି ନଭେମ୍ବର ୩୦ରେ ନିଜର ଚିଠି ମାଧ୍ୟମରେ କାର୍ଯ୍ୟରେ ଯୋଗ ଦାନ କରିବା ସତ୍ତ୍ୱେ ଦୀର୍ଘ ୯ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ ସିଡିପିଓ ଭାରତୀ ମହାପାତ୍ର ଦାୟିତ୍ୱ ହସ୍ତାନ୍ତର କରିନଥିବା ସେ କହିଛନ୍ତି। କେବଳ ସେତିକି ନୁହେଁ ଉକ୍ତ କେନ୍ଦ୍ରକୁ ପାଠ ପଢିବା ପାଇଁ ଆସୁଥିବା ୩ ରୁ ୬ ବର୍ଷ ଶିଶୁମାନଙ୍କୁ ପ୍ରାକ ବିଦ୍ୟାଳୟରେ ସଠିକ୍‌ ଭାବେ ଶିକ୍ଷା ମିଳି ପାରୁନାହିଁ। ପ୍ରତ୍ୟେକ ଦିନ ଶିଶୁମାନଙ୍କୁ ରୋଷେଇ କରି ଖାଦ୍ୟ ଦିଆ ଯାଉନଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ଉକ୍ତ ବିଷୟକୁ ନେଇ ବର୍ତ୍ତମାନ ଦାୟିତ୍ୱରେ ଥିବା ଜେମାଦେଇପୁର କେନ୍ଦ୍ର ନମ୍ବର (୧) ପ୍ରଶାନ୍ତି ଲତିକା ନନ୍ଦ ତାଙ୍କର ସ୍ବାସ୍ଥ୍ୟ ଖରାପ ଥିବା ଲାଗି ମନା କରିବା ସତ୍ତ୍ୱେ ତାଙ୍କୁ ବାଧ୍ୟତାମୂଳକ ଭାବେ ଡୋଙ୍ଗରୀ କେନ୍ଦ୍ରର ଦାୟିତ୍ୱ ଦିଆଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri