ବିପଦସଙ୍କୁଳ କେନ୍ଦ୍ରରେ ଅଙ୍ଗନୱାଡି ଶିଶୁ

ନୟାଗଡ଼ ଅଫିସ,୨୨।୭: ବିପଦସଙ୍କୁଳ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା। ହେଲେ ଏଥିପ୍ରତି ପ୍ରଶାସନର ନଜର ନାହିଁ ।ଏଭଳି ଅଭିଯୋଗ ନୟାଗଡ଼ ଜିଲାରେ ଗତ ୨୦ ବର୍ଷ ହେଲା ହୋଇ ଆସୁଛି। ତଥାପି ଧିମେଇ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ରର ନିର୍ମାଣ । ଏପରି କି ଜିଲାର ରଣପୁର ବ୍ଲକ ସୁଅଁାସିଆସାହିରେ ଏକ ସ୍କୁଲ ଗୃହ ହଠାତ୍‌ ଭୁଶୁଡ଼ି ପଡ଼ିବା ଯୋଗୁ ୭ ଅଙ୍ଗନୱାଡି ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ପ୍ରାୟ ୧୦ ବର୍ଷ ବିତି ଥିଲେ ମଧ୍ୟ ଜିଲାର ଅଙ୍ଗନୱାଡି କେନ୍ଦ୍ରର ରୂପରେଖ ବଦଳି ପାରିନି । ଜିଲାରେ ୧୫୮୪ ଅଙ୍ଗନୱାଡି କେନ୍ଦ୍ର ରହିଛି । ସେଥିମଧ୍ୟରୁ ଆଜି ସୁଦ୍ଧା ୮୧୦ କେନ୍ଦ୍ରର ନିର୍ମାଣ ସରିଛି ବୋଲି ଜିଲା ସମାଜ ମଙ୍ଗଳ ବିଭାଗର ରେକର୍ଡ କହୁଛି। ଅନ୍ୟପକ୍ଷେ ଅଙ୍ଗନୱାଡି ଗୃହ କାମ ଶେଷ ପରେ ଅଧିକାଂଶ କେନ୍ଦ୍ର ଫାଙ୍କା ପଡ଼ିଛି । ନୂତନ ଗୃହକୁ ଅଙ୍ଗନୱାଡି କେନ୍ଦ୍ର ସ୍ଥାନାନ୍ତରିତ ହୋଇ ପାରୁନି । ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ କାହିଁକି ବିଳମ୍ବ ହେଉଛି, ଗୃହ ନିର୍ମାଣ ପରେ ବି କାହିଁକି ତାହା କାର୍ଯ୍ୟକ୍ଷମ ହେଉନି ସେ ନେଇ ଜିଲା ପ୍ରଶାସନ ସମୀକ୍ଷା ସନ୍ତୋଷ ଜନକ ନ ଥିବା ସ୍ପଷ୍ଟ ହେଉଛି ।
ସୂଚନା ଅନୁଯାୟୀ, ଜିଲାର ଭାପୁର ବ୍ଳକରେ ୧୫୩, ଦଶପଲ୍ଲା ବ୍ଲକରେ ୨୨୩, ଗଣିଆ ବ୍ଲକରେ ୮୨, ଖଣ୍ଡପଡ଼ା ବ୍ଳକରେ ୧୬୯, ନୟାଗଡ଼ ବ୍ଲକରେ ୨୩୦, ନୂଆଗାଁ ବ୍ଲକରେ ୧୬୮, ଓଡ଼ଗାଁ ବ୍ଳକରେ ୨୩୦, ରଣପୁର ବ୍ଲକରେ ୩୨୩ ଅଙ୍ଗନୱାଡି କେନ୍ଦ୍ରକୁ ମିଶାଇ ମୋଟ୍‌ ୧୫୮୪ ଅଙ୍ଗନୱାଡି କେନ୍ଦ୍ର ରହିଛି । ସେଥିରୁ ଭାପୁର ବ୍ଳକରେ ୧୪୯, ଦଶପଲ୍ଲା ବ୍ଲକରେ ୨୧୬, ଗଣିଆ ବ୍ଲକରେ ୭୮, ଖଣ୍ଡପଡ଼ା ବ୍ଳକରେ ୧୬୩, ନୟାଗଡ଼ ବ୍ଲକରେ ୨୨୭, ନୂଆଗାଁ ବ୍ଲକରେ ୧୬୪, ଓଡ଼ଗାଁ ବ୍ଳକରେ ୨୨୬, ରଣପୁର ବ୍ଲକରେ ୩୨୦ ଅଙ୍ଗନୱାଡି କେନ୍ଦ୍ରକୁ ମିଶାଇ ମୋଟ ୧୫୪୩ ଅଙ୍ଗନୱାଡି କେନ୍ଦ୍ରର ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ସେଥିମଧ୍ୟରୁ ଭାପୁର ବ୍ଳକରେ ୧୦୫, ଦଶପଲ୍ଲା ବ୍ଲକରେ ୯୮, ଗଣିଆ ବ୍ଲକରେ ୪୧, ଖଣ୍ଡପଡ଼ା ବ୍ଳକରେ ୮୬, ନୟାଗଡ଼ ବ୍ଲକରେ ୧୩୫, ନୂଆଗାଁ ବ୍ଲକରେ ୯୫, ଓଡ଼ଗାଁ ବ୍ଳକରେ ୧୦୮, ରଣପୁର ବ୍ଲକରେ ୧୪୨ ଅଙ୍ଗନୱାଡି କେନ୍ଦ୍ର ଅର୍ଥାତ୍‌ ୮୧୦ ଅଙ୍ଗନୱାଡି କେନ୍ଦ୍ରର ଗୃହ କାର୍ଯ୍ୟ ସମାପ୍ତ ହୋଇଥିବା ସରକାରୀ ରେକର୍ଡ କହୁଛି । ଅନ୍ୟପକ୍ଷେ ଭାପୁର ବ୍ଳକରେ ୨୮, ଦଶପଲ୍ଲା ବ୍ଲକରେ ୭୦, ଗଣିଆ ବ୍ଲକରେ ୧୭, ଖଣ୍ଡପଡ଼ା ବ୍ଳକରେ ୩୩, ନୟାଗଡ଼ ବ୍ଲକରେ ୪୩, ନୂଆ ଗାଁ ବ୍ଲକରେ ୨୧, ଓଡ଼ ଗାଁ ବ୍ଳକରେ ୮୨, ରଣପୁର ବ୍ଲକରେ ୯୯ ଅଙ୍ଗନୱାଡି କେନ୍ଦ୍ରକୁ ମିଶାଇ ମୋଟ୍‌ ୩୯୩ ଅଙ୍ଗନୱାଡି କେନ୍ଦ୍ରର ଗୃହ କାହିଁକି ଆରମ୍ଭ ହେଉନି ତାହା ଜଣାପଡୁନି । ତେବେ ଜିଲାର ୩୪୦ ଅଙ୍ଗନୱାଡି ଗୃହ କାମ ଚାଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri