ଭଡ଼ା ଘରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର: ଟଙ୍କା ଫେରାଇବାକୁ ଏନଏସିକୁ ଚିଠି ଲେଖିଲା ବ୍ଲକ

ଭଞ୍ଜନଗର,୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଉପରେ ସମୀକ୍ଷା ହୋଇଛି। ବୈଠକରେ ଉପଖଣ୍ଡର ବିଭିନ୍ନ ଅଞ୍ଚଳର ବିଡ଼ିଓ ଏବଂ ସିଡ଼ିପିଓମାନେ ଯୋଗ ଦେଇଥିଲେ। ଯେଉଁଠି ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ବ କୋଠା ନାହିଁ ସେଠାରେ କିଭଳି ସ୍ଥାୟୀ କୋଠା ନିର୍ମାଣ ହୋଇପାରିବ ସେଥିପ୍ରତି ତୁରନ୍ତ ଦୃଷ୍ଟି ଦେବା, ଅର୍ଦ୍ଧନିର୍ମିତ କୋଠା କାମଗୁଡ଼ିକ ତ୍ୱରାନ୍ବିତ କରି ସାରିବା ଏବଂ ସରକାରଙ୍କ ଯୋଜନା ହିତାଧିକାରୀଙ୍କ ପାଖରେ କିଭଳି ଠିକ୍‌ ଭାବେ ପହଞ୍ଚତ୍ପାରିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବାକୁ ଉପଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଉପଜିଲାପାଳ ବେହେରା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାର ମଧ୍ୟ ସମୀକ୍ଷା କରିଥିଲେ। ଉକ୍ତ ଯୋଜନାରେ ପୂର୍ବରୁ ଚୟନ ହୋଇଥିବା ଗ୍ରାମପିଛା ୪୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ସମ୍ପୃକ୍ତ ଅର୍ଥରେ ଗ୍ରାମର ଭିତିଭୂମି ସୁଦୃଢ଼ କରାଯିବ। ପ୍ରଦାନ କରାଯାଇଥିବା ଅର୍ଥ ନିର୍ଦ୍ଦାରିତ ସମୟରେ ଖର୍ଚ୍ଚ କରିବାକୁ ଉପଜିଲାପାଳ ପରାମର୍ଶ ଦେଇଥିଲେ। ଭଞ୍ଜନଗର ବ୍ଲକ ଲେମ୍ଭେଇ ପଞ୍ଚାୟତର ବାଲିସାହି, ମୁଦୁଲିପଲ୍ଲୀ, ବାରୁଡ଼ା ପଞ୍ଚାୟତର ବାଲିଆପଟା, ଡ଼ୁମାକୁମ୍ପା ପଞ୍ଚାୟତର ଇନ୍ଦାଗଡ଼ ଓ ସାନକୋଦଣ୍ଡା ପଞ୍ଚାୟତର ବିଞ୍ଜିଗିରି ଗ୍ରାମର ବିକାଶ ପାଇଁ ୪୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।
ଅନ୍ୟପକ୍ଷରେ ଉପଖଣ୍ଡର ଅନେକ ବ୍ଲକରେ ସରକାରଙ୍କ ଯୋଜନାକୁ ଅନେକ ସମୟରେ ନିର୍ଦ୍ଦାରିତ ସମୟରେ କାର୍ଯ୍ୟକାରୀ କରାଯାଇପାରୁ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ସରିପାରୁ ନ ଥିବା ପ୍ରକଳ୍ପ ପାଇଁ ଯେତିକି ଅନୁଦାନ ଅନୁମୋଦନ ହୋଇଥାଏ ପରବର୍ତ୍ତୀ ସମୟରେ ଏହାର ବ୍ୟୟ ଅଟକଳ ବଢ଼ିଯାଉଛି। ଏହାଦ୍ୱାରା ସରକାର ଯେଉଁ ଲକ୍ଷ୍ୟ ନେଇ ଯୋଜନା କରୁଛନ୍ତି ତାହାର ସୁଫଳ ଲୋକଙ୍କ ପାଖରେ ନିର୍ଦ୍ଧାରିତ ସମୟରେ ପହଞ୍ଚତ୍ପାରୁନାହିଁ ବୋଲି ସେ କହିଥିଲେ। ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ଏବଂ ୫ଟି ଏନଏସିରେ ଏଯାଏ ଶତାଧିକ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ବ କୋଠା ନାହିଁ। କେବେଳ ଭଞ୍ଜନଗର ବ୍ଲକ ଓ ଏନଏସିରେ ୨୫୮ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ସେଥିରୁ ୧୮୬ଟିର ନିଜସ୍ବ କୋଠା ଅଛି। ୧୭ଟିର କାମ ଚାଲିଛି। ୪୧ଟି କେନ୍ଦ୍ର ଭଡ଼ାରେ ଚାଲିଛି। ଉପଖଣ୍ଡର ଯେଉଁଠି ନିଜସ୍ବ କୋଠା ନାହିଁ ସେଠାରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକ ଭଡ଼ା ଘରେ ଚାଲିଛି। କୋଠା ନିର୍ମାଣ ପାଇଁ ସରକାର ଟଙ୍କା ଦେଇଛନ୍ତି। କେଉଁଠି ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ ପାଇଁ ସରକାରୀ ଜମି ଅଭାବ ରହିଛି। ଆଉ କେଉଁଠି ସମନ୍ବୟ ଅଭାବରୁ କାମ ଆରମ୍ଭ ହୋଇପାରୁନାହିଁ । ଭଞ୍ଜନଗର ଏନଏସିରେ ୨୫ଟି ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଥିଲା। ସେଥିରୁ ୫ଟି ନିର୍ମାଣ ହୋଇଛି। ଆଉ ୧୨ଟି ଗୃହ ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଗୃହ ପିଛା ୭ ଲକ୍ଷ ଲେଖାଏ ମୋଟ ୮୪ ଲକ୍ଷ ଟଙ୍କା ୨୦୨୩ରୁ ଏନଏସିକୁ ପ୍ରଦାନ କରାଯାଇଛି। ମାତ୍ର ଏନଏସି କତ୍ତୃପକ୍ଷ ଉକ୍ତ ଅର୍ଥକୁ ବିଭିନ୍ନ କାରଣ ଦର୍ଶାଇ ବିନିଯୋଗ କରି ନ ପାରି ପକାଇ ରଖିଥିଲେ। ଦୁଇ ମାସ ତଳେ ଟଙ୍କା ଖର୍ଚ୍ଚ କରିପାରି ନ ଥିବା ଯୋଗୁ ଟଙ୍କା ଫେରାଇବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଏନଏସିକୁ ଚିଠି ଲେଖାଯାଇଛି। ଟଙ୍କା ଫେରାଇଲେ ବ୍ଲକ ପ୍ରଶାସନ ତାହାର ଏଷ୍ଟିମେଟକୁ ବଦଳାଇ ପୁଣି ଘର କରିବ। ବର୍ତ୍ତମାନ ବ୍ଲକ ଅଙ୍ଗନଓ୍ବାଡି ଗୃହ ପିଛା ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିବ। ଉକ୍ତ ଗୃହଗୁଡ଼ିକୁ ନିର୍ମାଣ ପାଇଁ ଏନଏସି ପକ୍ଷରୁ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ଏତେ ଟଙ୍କା ନ ଦେଇ ତା’ଠାରୁ କମ୍‌ ଟଙ୍କାରେ ଗୃହ ନିର୍ମାଣ କରିବାକୁ ବ୍ଲକ ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛି। ଭଞ୍ଜନଗର ବ୍ଲକ ଓ ଏନଏସିରେ ୨୫୮ଟି ଅଙ୍ଗନୱାଡ଼ି କେନ୍ଦ୍ର ଅଛି । ସେଥିରୁ ୧୮୬ଟିର ନିଜସ୍ବ କୋଠା ଅଛି। ୧୭ଟିର କାମ ଚାଲିଛି। ୪୧ଟି କେନ୍ଦ୍ର ଭଡ଼ାରେ ଚାଲିଛି। ଏନେଇ ଭଞ୍ଜନଗର ଏନଏସି ନିର୍ବାହୀ ଅଧିକାରୀ ମୁରଲିକୃଷ୍ଣ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ଆମର ଟେଣ୍ଡର କାମ। ବ୍ଲକ ଏଷ୍ଟିମେଟ ଆମ ଏଷ୍ଟିମେଟ ମଧ୍ୟରେ ତଫାତ ରହୁଛି । ତେଣୁ ଆମେ ଅଧିକ ଟଙ୍କା ମାଗିଥିଲୁ। ବ୍ଲକ ଦେଲାନାହିଁ। ଟଙ୍କା ଫେରାଇବା ପାଇଁ କହିଛନ୍ତି। ଆକାଉଣ୍ଟ ନମ୍ବର ଦେଲେ ଟଙ୍କା ଫେରାଇ ଦେବୁ ବୋଲି ପଣ୍ଡା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri