ଭଡ଼ା ଘରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର: ଟଙ୍କା ଫେରାଇବାକୁ ଏନଏସିକୁ ଚିଠି ଲେଖିଲା ବ୍ଲକ

ଭଞ୍ଜନଗର,୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଉପରେ ସମୀକ୍ଷା ହୋଇଛି। ବୈଠକରେ ଉପଖଣ୍ଡର ବିଭିନ୍ନ ଅଞ୍ଚଳର ବିଡ଼ିଓ ଏବଂ ସିଡ଼ିପିଓମାନେ ଯୋଗ ଦେଇଥିଲେ। ଯେଉଁଠି ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ବ କୋଠା ନାହିଁ ସେଠାରେ କିଭଳି ସ୍ଥାୟୀ କୋଠା ନିର୍ମାଣ ହୋଇପାରିବ ସେଥିପ୍ରତି ତୁରନ୍ତ ଦୃଷ୍ଟି ଦେବା, ଅର୍ଦ୍ଧନିର୍ମିତ କୋଠା କାମଗୁଡ଼ିକ ତ୍ୱରାନ୍ବିତ କରି ସାରିବା ଏବଂ ସରକାରଙ୍କ ଯୋଜନା ହିତାଧିକାରୀଙ୍କ ପାଖରେ କିଭଳି ଠିକ୍‌ ଭାବେ ପହଞ୍ଚତ୍ପାରିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବାକୁ ଉପଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଉପଜିଲାପାଳ ବେହେରା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାର ମଧ୍ୟ ସମୀକ୍ଷା କରିଥିଲେ। ଉକ୍ତ ଯୋଜନାରେ ପୂର୍ବରୁ ଚୟନ ହୋଇଥିବା ଗ୍ରାମପିଛା ୪୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ସମ୍ପୃକ୍ତ ଅର୍ଥରେ ଗ୍ରାମର ଭିତିଭୂମି ସୁଦୃଢ଼ କରାଯିବ। ପ୍ରଦାନ କରାଯାଇଥିବା ଅର୍ଥ ନିର୍ଦ୍ଦାରିତ ସମୟରେ ଖର୍ଚ୍ଚ କରିବାକୁ ଉପଜିଲାପାଳ ପରାମର୍ଶ ଦେଇଥିଲେ। ଭଞ୍ଜନଗର ବ୍ଲକ ଲେମ୍ଭେଇ ପଞ୍ଚାୟତର ବାଲିସାହି, ମୁଦୁଲିପଲ୍ଲୀ, ବାରୁଡ଼ା ପଞ୍ଚାୟତର ବାଲିଆପଟା, ଡ଼ୁମାକୁମ୍ପା ପଞ୍ଚାୟତର ଇନ୍ଦାଗଡ଼ ଓ ସାନକୋଦଣ୍ଡା ପଞ୍ଚାୟତର ବିଞ୍ଜିଗିରି ଗ୍ରାମର ବିକାଶ ପାଇଁ ୪୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।
ଅନ୍ୟପକ୍ଷରେ ଉପଖଣ୍ଡର ଅନେକ ବ୍ଲକରେ ସରକାରଙ୍କ ଯୋଜନାକୁ ଅନେକ ସମୟରେ ନିର୍ଦ୍ଦାରିତ ସମୟରେ କାର୍ଯ୍ୟକାରୀ କରାଯାଇପାରୁ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ସରିପାରୁ ନ ଥିବା ପ୍ରକଳ୍ପ ପାଇଁ ଯେତିକି ଅନୁଦାନ ଅନୁମୋଦନ ହୋଇଥାଏ ପରବର୍ତ୍ତୀ ସମୟରେ ଏହାର ବ୍ୟୟ ଅଟକଳ ବଢ଼ିଯାଉଛି। ଏହାଦ୍ୱାରା ସରକାର ଯେଉଁ ଲକ୍ଷ୍ୟ ନେଇ ଯୋଜନା କରୁଛନ୍ତି ତାହାର ସୁଫଳ ଲୋକଙ୍କ ପାଖରେ ନିର୍ଦ୍ଧାରିତ ସମୟରେ ପହଞ୍ଚତ୍ପାରୁନାହିଁ ବୋଲି ସେ କହିଥିଲେ। ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ଏବଂ ୫ଟି ଏନଏସିରେ ଏଯାଏ ଶତାଧିକ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ବ କୋଠା ନାହିଁ। କେବେଳ ଭଞ୍ଜନଗର ବ୍ଲକ ଓ ଏନଏସିରେ ୨୫୮ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ସେଥିରୁ ୧୮୬ଟିର ନିଜସ୍ବ କୋଠା ଅଛି। ୧୭ଟିର କାମ ଚାଲିଛି। ୪୧ଟି କେନ୍ଦ୍ର ଭଡ଼ାରେ ଚାଲିଛି। ଉପଖଣ୍ଡର ଯେଉଁଠି ନିଜସ୍ବ କୋଠା ନାହିଁ ସେଠାରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକ ଭଡ଼ା ଘରେ ଚାଲିଛି। କୋଠା ନିର୍ମାଣ ପାଇଁ ସରକାର ଟଙ୍କା ଦେଇଛନ୍ତି। କେଉଁଠି ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ ପାଇଁ ସରକାରୀ ଜମି ଅଭାବ ରହିଛି। ଆଉ କେଉଁଠି ସମନ୍ବୟ ଅଭାବରୁ କାମ ଆରମ୍ଭ ହୋଇପାରୁନାହିଁ । ଭଞ୍ଜନଗର ଏନଏସିରେ ୨୫ଟି ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଥିଲା। ସେଥିରୁ ୫ଟି ନିର୍ମାଣ ହୋଇଛି। ଆଉ ୧୨ଟି ଗୃହ ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଗୃହ ପିଛା ୭ ଲକ୍ଷ ଲେଖାଏ ମୋଟ ୮୪ ଲକ୍ଷ ଟଙ୍କା ୨୦୨୩ରୁ ଏନଏସିକୁ ପ୍ରଦାନ କରାଯାଇଛି। ମାତ୍ର ଏନଏସି କତ୍ତୃପକ୍ଷ ଉକ୍ତ ଅର୍ଥକୁ ବିଭିନ୍ନ କାରଣ ଦର୍ଶାଇ ବିନିଯୋଗ କରି ନ ପାରି ପକାଇ ରଖିଥିଲେ। ଦୁଇ ମାସ ତଳେ ଟଙ୍କା ଖର୍ଚ୍ଚ କରିପାରି ନ ଥିବା ଯୋଗୁ ଟଙ୍କା ଫେରାଇବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଏନଏସିକୁ ଚିଠି ଲେଖାଯାଇଛି। ଟଙ୍କା ଫେରାଇଲେ ବ୍ଲକ ପ୍ରଶାସନ ତାହାର ଏଷ୍ଟିମେଟକୁ ବଦଳାଇ ପୁଣି ଘର କରିବ। ବର୍ତ୍ତମାନ ବ୍ଲକ ଅଙ୍ଗନଓ୍ବାଡି ଗୃହ ପିଛା ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିବ। ଉକ୍ତ ଗୃହଗୁଡ଼ିକୁ ନିର୍ମାଣ ପାଇଁ ଏନଏସି ପକ୍ଷରୁ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ଏତେ ଟଙ୍କା ନ ଦେଇ ତା’ଠାରୁ କମ୍‌ ଟଙ୍କାରେ ଗୃହ ନିର୍ମାଣ କରିବାକୁ ବ୍ଲକ ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛି। ଭଞ୍ଜନଗର ବ୍ଲକ ଓ ଏନଏସିରେ ୨୫୮ଟି ଅଙ୍ଗନୱାଡ଼ି କେନ୍ଦ୍ର ଅଛି । ସେଥିରୁ ୧୮୬ଟିର ନିଜସ୍ବ କୋଠା ଅଛି। ୧୭ଟିର କାମ ଚାଲିଛି। ୪୧ଟି କେନ୍ଦ୍ର ଭଡ଼ାରେ ଚାଲିଛି। ଏନେଇ ଭଞ୍ଜନଗର ଏନଏସି ନିର୍ବାହୀ ଅଧିକାରୀ ମୁରଲିକୃଷ୍ଣ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ଆମର ଟେଣ୍ଡର କାମ। ବ୍ଲକ ଏଷ୍ଟିମେଟ ଆମ ଏଷ୍ଟିମେଟ ମଧ୍ୟରେ ତଫାତ ରହୁଛି । ତେଣୁ ଆମେ ଅଧିକ ଟଙ୍କା ମାଗିଥିଲୁ। ବ୍ଲକ ଦେଲାନାହିଁ। ଟଙ୍କା ଫେରାଇବା ପାଇଁ କହିଛନ୍ତି। ଆକାଉଣ୍ଟ ନମ୍ବର ଦେଲେ ଟଙ୍କା ଫେରାଇ ଦେବୁ ବୋଲି ପଣ୍ଡା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri