Posted inଖେଳ

ରାଜସ୍ଥାନ ରୟାଲ୍ସ କ୍ୟାମ୍ପ ଛାଡ଼ିଲେ ଆଣ୍ଡ୍ର୍ୟୁ ଟାଇ

ମୁମ୍ବାଇ, ୨୬ା୪ (ପି.ଟି.)-ଅଷ୍ଟ୍ରେଲିଆ ପେସ୍‌ ବୋଲର ଆଣ୍ଡ୍ର୍ୟୁ ଟାଇ ଚତୁର୍ଥ ବିଦେଶୀ ଖେଳାଳି ହିସାବରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିଯାଇଛନ୍ତି। ବ୍ୟକ୍ତିଗତ କାରଣରୁ ନିଜ ଦେଶକୁ ଫେରିଯାଉଛନ୍ତି ବୋଲି ସେ ଦର୍ଶାଇଛନ୍ତି। ପୂର୍ବରୁ ଇଂଲଣ୍ଡର ଜୋଫ୍ରା ଆର୍ଚର (ହାତରେ ଅସ୍ତ୍ରୋପଚାର), ବେନ୍‌ ଷ୍ଟୋକ୍ସ (ଆଙ୍ଗୁଠି ହାଡ଼ ଭାଙ୍ଗି ଯାଇଥିବାରୁ) ଏବଂ ଲିଆମ ଲିଭିଙ୍ଗଷ୍ଟୋନ୍‌ (ବାୟୋ-ବବଲ ଜନିତ ବିଷାଦ) ଏହି ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଛାଡ଼ି ନିଜ ଦେଶକୁ ଚାଲିଯାଇଛନ୍ତି। ଟାଇ ରବିବାର ସକାଳେ ସ୍ବଦେଶ ଫେରିଛନ୍ତି। ଅଷ୍ଟ୍ରେଲୀୟ ପେସ୍‌ ବୋଲର ଯଦି କୌଣସି ସହାୟତା ଲୋଡନ୍ତି ତାଙ୍କୁ ଯୋଗାଇ ଦିଆଯିବ ବୋଲି ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍‌ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି। ଅସ୍ତ୍ରୋପଚାର ଯୋଗୁ ଆର୍ଚର ତାଙ୍କ ଦଳରେ ଯୋଗଦାନ କରିପାରି ନାହାନ୍ତି। ଷ୍ଟୋକ୍ସ ପ୍ରାରମ୍ଭରେ ଇଞ୍ଜୁରି ସମସ୍ୟାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ଲିଭିଙ୍ଗଷ୍ଟୋନ୍‌ ବାୟୋ-ବବଲରେ ଅବସ୍ଥାନ କରିବା ଅତ୍ୟନ୍ତ କଷ୍ଟଦାୟକ ବୋଲି ଦର୍ଶାଇ ଗୋଟିଏ ହେଲେ ମ୍ୟାଚ ଖେଳି ନ ଥିଲେ। ୩୪ବର୍ଷୀୟ ଟାଇ ଅଷ୍ଟ୍ରେଲିଆ ତରଫରୁ ୭ ଅନ୍ତର୍ଜାତୀୟ ଦିନିକିଆ ଓ ୨୮ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ଟୁର୍ନାମେଣ୍ଟର ଚଳିତ ସଂସ୍କରଣରେ ସେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ଖେଳିବା ସୁଯୋଗ ପାଇନାହାନ୍ତି। ସେ ତାଙ୍କ ଗତ ମ୍ୟାଚ ଫେବୃୟାରୀରେ ସିଡ୍‌ନୀ ସିକ୍ସର୍ସ ବିପକ୍ଷରେ ପର୍ଥ ସ୍କର୍ଚର୍ସ ତରଫରୁ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri