ବିଗ ବସ ୫ର ପ୍ରତିଯୋଗୀ ଥିଲେ ଆଣ୍ଡ୍ରିୟୁ ସାଇମଣ୍ଡସ, ସନ୍ନି ଲିଓନଙ୍କ ସହ ଥିଲା ଭଲ ବନ୍ଧୁତା

ମୁମ୍ବାଇ,୧୫ ।୫: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ମାତ୍ର ୪୬ ବର୍ଷ ବୟସରେ ପରଲୋକ ହୋଇଛି । କ୍ରିକେଟ କ୍ୟାରିୟରରେ ଚର୍ଚ୍ଚାରେ ଥିବା ଏହି କ୍ରିକେଟର ଅନେକ ବିବାଦରେ ବି ଫସି ଯାଇଛନ୍ତି । ତେବେ ସେ କ୍ରିକେଟ ଖେଳିବାକୁ ଭାରତ ଆସିଥିବା ସମୟରେ ଟେଲିଭିଜନ ଶୋ’ ବିଗ ବସ ସିଜନ ୫ର ଜଣେ ପ୍ରତିଯୋଗୀ ହୋଇଥିଲେ । ଏଥିରେ ବଲିଉଡ ନାୟିକା ତଥା ପର୍ନ ଷ୍ଟାର ସନ୍ନି ଲିଓନିଙ୍କ ସହ ତାଙ୍କର ଭଲ ବନ୍ଧୁତା ଥିଲା । ଏହି ଶୋ’କୁ ନେଇ ବି ସାଇମଣ୍ଡସ୍ ଚର୍ଚ୍ଚାକୁ ଆସିଥିଲେ ।
ତାଙ୍କ ହୋମ ଟାଉନ କୁଇନସଲାଣ୍ଡର ଟାଉନସଭିଲେରେ ଶନିବାର ଏକ କାର ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଛି । ମାତ୍ର ୪୬ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗକୁ କେହି ସହଜରେ ଗ୍ରହଣ କରିପାରି ନାହାନ୍ତି । ସାଇମଣ୍ଡଙ୍କ ପରଲୋକରେ ଆଇସିସି, ଆଦମ ଗ୍ରିଲଖ୍ରୀଷ୍ଟ, ଜେସନ ଗେଲିପ୍ସି, କ୍ରିକେଟ ଅଷ୍ଟ୍ରେଲିଆ ଓ ଶୋଏବ ଅଖତର ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି । ଏହା ସହ ସାରା ବିଶ୍ୱର କ୍ରିକେଟ ଜଗତ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ।

Share