Categories: ଖେଳ

ବିଳମ୍ବ କରିଦେଲେ ରସେଲ

ଅହମ୍ମଦାବାଦ,୨୯।୪ : ବିଳମ୍ବ କରିଦେଲେ ଆନ୍ଧ୍ରେ ରସେଲ। ଶେଷ ଆଡ଼କୁ ଦେଖିବାକୁ ମିଳିଲା ତାଙ୍କ ବ୍ୟାଟରୁ ଚୌକା ଓ ଛକାର ବର୍ଷା। କିନ୍ତୁ ପ୍ରଥମ ୧୮ ବଲରେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ବଲ ପିଛା ଏକ ରନ୍‌ କରିବାକୁ ସଂଘର୍ଷ କରିଥିଲେ। ରସେଲ ୪୫ (୨ ଚୌକା ଓ ୪ଛକା) ଓ ଶୁବମାନ ଗିଲଙ୍କ ୪୩ (୩ ଚୌକା ଓ ୧ ଛକା)ରନ୍‌ର ପାଳି ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୫୫ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି କୋଲକାତା ନାଇଟ୍‌ ରାଇଡର୍ସ। ଦିଲ୍ଲୀ ପାଇଁ ଲଲିତ ଯାଦବ ଓ ଅକ୍ଷର ପଟେଲ ହାତେଇଥିଲେ ୨ ଲେଖାଏ ଉଇକେଟ।

Share