ଆନ୍ଧ୍ର ମାନିଲାନି ହାଇକୋର୍ଟ ନିର୍ଦ୍ଦେଶ

କୋରାପୁଟ/ ପଟ୍ଟାଙ୍ଗୀ,୯।୪(ଡି.ଏନ୍‌.ଏ./ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସୀମାନ୍ତ କୋଟିଆ ପଞ୍ଚାୟତର ନେରେଡ଼ିବାଲସା ଗ୍ରାମରେ ଗୁରୁବାର ଆନ୍ଧ୍ର ଜିଲା ପରିଷଦ ଓ ସମିତିସଭ୍ୟ ପଦ ପାଇଁ ନିର୍ବାଚନ କରିଛି। ଆନ୍ଧ୍ର ହାଇକୋର୍ଟଙ୍କ ରହିତାଦେଶକୁ ମାନିନାହିଁ। ଏନେଇ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିରାଶ ହୋଇଥିବା ଆନ୍ଧ୍ର ସରକାର ସବୁ ନୀତିନିୟମକୁ ଉଲ୍ଲଂଘନକରି ଭୋଟ କରାଇଛଇ। ନେରେଡ଼ିବାଲସା ଗ୍ରାମରେ ହୋଇଥିବା ମତଦାନ କେନ୍ଦ୍ରରେ ମାତ୍ର ୨୨୩ ଜଣ ଭୋଟ ଦେଇଛନ୍ତି। ବିଜୟନଗରମ ଜିଲାର ୩୪ଟି ଜିଲା ପରିଷଦ ଏବଂ ସାଲୁର ବ୍ଲକର ୧୬ଟି ସମିତି ସଭ୍ୟ ପାଇଁ ହେଉଥିବା ନିର୍ବାଚନରେ କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମ ନେରେଡ଼ିବାଲସା ରହିଥିଲା। ମତଦାନ ସମୟରେ ସେଠାରେ ଉପସ୍ଥିତ ଥିବା ଓଡ଼ିଶାର ସବୁଦଳର ନେତାମାନେ ବିରୋଧ କରିଥିଲେ। ସେଠାରେ ପରିସ୍ଥିତି ଏପରି ହୋଇଥିଲା ଯେ, କିଛି ସମୟପାଇଁ ଆନ୍ଧ୍ରର ଡେପୁଟି କଲେକ୍ଟର ଓ ପାର୍ବତୀପୁରମର ଆଇଡିଟିଏ ଅଧିକାରୀ ଓ ନିର୍ବାଚନ କର୍ମଚାରୀଙ୍କୁ ଓଡ଼ିଶାର ନେତା ଓ ସ୍ଥାନୀୟ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ଲାଗି ଧସ୍ତାଧସ୍ତି ହେବା ଦେଖିବାକୁ ମିଳିଥିଲା। ଓଡ଼ିଶା ନେତା ଓ ଗ୍ରାମବାସୀଙ୍କ ବିରୋଧ ଯୋଗୁ କେବଳ ନେରେଡିବାଲାସା ବ୍ୟତୀତ ଅନ୍ୟ କେଉଁ ସୀମାନ୍ତ ଗ୍ରାମରେ ଆନ୍ଧ୍ର ଭୋଟ ଗ୍ରହଣ କରିପାରିନାହିଁ। ଗତ ନିର୍ବାଚନ ତୁଳନାରେ ଏହି ମତଦାନ ଖୁବ୍‌ ନଗଣ୍ୟ ହୋଇଛି। ମାତ୍ର ୧୫ ପ୍ରତିଶତ ମତଦାନ ହୋଇଛି। ଗତଥର ୭୦ ପ୍ରତିଶତ ମତଦାନ ହୋଇଥିଲା।
ଖବରରୁ ଜଣାପଡ଼ିଛି କୋରାପୁଟ ଜିଲା ପ୍ରଶାସନର ସମସ୍ତ ସତର୍କତା ସତ୍ତ୍ୱେ ଗୁରୁବାର ସକାଳେ ଆନ୍ଧ୍ର ପକ୍ଷରୁ କୋଟିଆ ପଞ୍ଚାୟତର ନେରେଡ଼ିବାଲସା ଗ୍ରାମରେ ହୋଇଥିବା ବୁଥ୍‌ରେ ମତଦାନ ଆରମ୍ଭ ହୋଇଥିଲା। ଏହାକୁ ନେରେଡ଼ିବାଲସାଠାରେ ଉପସ୍ଥିତ ଥିବା ଓଡ଼ିଶାର କେତେକ ନେତା ଓ ଗ୍ରାମବାସୀ ବିରୋଧ କରିଥିଲେ। ଏନେଇ କିଛି ସମୟ ପାଇଁ ଆନ୍ଧ୍ରର ଡେପୁଟି କଲେକ୍ଟର, ପାର୍ବତୀପୁରମର ଆଇଡିଟିଏ ଅଧିକାରୀ ଆର. କୋର୍ମନାଦ, ବିଜୟନଗରମ ଜିଲା ଆରକ୍ଷୀ ଅଧୀକ୍ଷକ ବିରାଜା କୁମାରୀ ଓ ସାଲୁର ତହସିଲଦାର ଶ୍ରୀନିବାସ ରାଓଙ୍କ ସହ ନିର୍ବାଚନ କର୍ମଚାରୀଙ୍କୁ ତୀବ୍ର ବିରୋଧର ସମ୍ମଖୀନ ହେବାକୁ ପଡିଥିଲା। ପରେ ଆନ୍ଧ୍ର ପୋଲିସ ନିଜ ଗାଡ଼ିରେ ଲୋକଙ୍କୁ ବୋହି ଭୋଟ କେନ୍ଦ୍ରକୁ ନେଇଥିଲା। ଅପରାହ୍ନ ୩ଟା ବେଳକୁ ମାତ୍ର ୨୨୩ ଜଣ ମତଦାନ କରିଥିବା ଜଣାପଡିଛି। କୋରାପୁଟ ଏସ୍‌ପି ବରୁଣ ଗୁଣ୍ଠୁପାଲି, ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାଶ, ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରାଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ନେରେଡ଼ିବାଲସା ଗ୍ରାମରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ।
ସୂଚନାଯୋଗ୍ୟ, ଏହି ମତଦାନକୁ ରୋକିବାକୁ କୋରାପୁଟ ଜିଲା ପ୍ରଶାସନ ଓ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳର ନେତାମାନେ ପୂର୍ବରୁ ବହୁ ସଚେତନତା କାର୍ଯ୍ୟକ୍ରମ କରି ସ୍ଥାନୀୟ ଲୋକଙ୍କୁ ମତଦାନରେ ସାମିଲ ନ ହେବାକୁ ଅନୁରୋଧ କରିଥିଲେ। କୋରାପୁଟ ଜିଲାପାଳ ଅବଦାଲ ମହମ୍ମଦ ଅଖତାର କରୋନା କଟକଣା ନେଇ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲେ। ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀ, ବିଜେଡି ଜିଲା ସଭାପତି ଈଶ୍ୱର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ, ଜିଲା ପରିଷଦ ଅଧ୍ୟକ୍ଷା ତୁଳସୀ କିରସାନି, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ଅନ୍ୟମାନେ ଫାଟୁସିନେରି ଓ ନେରେଡ଼ିବାଲସାରେ ରହି ଲୋକଙ୍କୁ ଭୋଟ ନ ଦେବାକୁ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri