କୃଷ୍ଣସାଗର ଡାହାଣ କେନାଲ ମରାମତି କରୁଛି ଆନ୍ଧ୍ର

ପାରଳାଖେମୁଣ୍ଡି,୨୫ା୬(ଡି.ଏନ୍‌.ଏ.): ଗଜପତି ଜିଲାରେ ପୁଣି ଆନ୍ଧ୍ର ଅନୁପ୍ରବେଶ କରି ନିଜର ଦାଦାଗିରି ଦେଖାଇଛି। ଚଳିତଥର କୃଷ୍ଣ ସାଗର ଡାହାଣ କେନାଲରେ ଜଳ ଲୁଟି ନେବାକୁ ମସୁଧା କରିଛି। ଗୋଷାଣୀ ବ୍ଲକର ଜଙ୍ଗଲପାଡୁ ନିକଟରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଆନ୍ଧ୍ର ପ୍ରଶାସନର ନିର୍ଦ୍ଦେଶରେ ଆନ୍ଧ୍ରର ଠିକାଦାର ଓ ସରପଞ୍ଚ ଉପସ୍ଥିତ ରହି ଇଚ୍ଛା ମୁତାବକ ମରାମତି କରୁଛନ୍ତି। ଏଥିରେ ନୀରବଦ୍ରଷ୍ଟା ସାଜିଛି ଗଜପତି ଜିଲା ପ୍ରଶାସନ।
ଚାଷୀଙ୍କ ସୁବିଧା ପାଇଁ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମୟରେ ଅନେକ ଜଳସେଚନ ପ୍ରକଳ୍ପ ନିର୍ମିତ ହୋଇଥିଲା। ସେଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ କ୍ଷୁଦ୍ର ଜଳସେଚନ ବିଭାଗ ନେଇଥିଲେ ସୁଦ୍ଧା ଦୀର୍ଘ ଦିନ ହେଲା ମରାମତି ଅଭାବରୁ ଅଧିକାଂଶ ଭାଙ୍ଗିରୁଜି ଗଲାଣି। ଦୀର୍ଘ ୨୦ ବର୍ଷ ଧରି କୃଷ୍ଣ ସାଗରର ଡାହାଣ କେନାଲର ଜଙ୍ଗଲପାଡୁ ଚେକଡ୍ୟାମ ମରାମତି ଅଭାବରୁ ଭାଙ୍ଗିଯାଇଛି। ଏ ନେଇ ସ୍ଥାନୀୟ ଚାଷୀ ବିଭିନ୍ନ ସମୟରେ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ଆଜି ଯାଏ ଏହି କେନାଲର କୌଣସି ମରାମତି ହୋଇପାରି ନାହିଁ। ଏହି କେନାଲ ଓଡ଼ିଶାର ପ୍ରାୟ ୫୦୦ ଏକର ଜମିକୁ ପାଣି ଯୋଗାଇବା ପରେ ଅବଶିଷ୍ଟ ଜଳ ଆନ୍ଧ୍ର ଜମିକୁ ଯାଇଥାଏ। ଚଳିତ ଖରିଫ ଚାଷ ପୂର୍ବରୁ ଆନ୍ଧ୍ରର ସରପଞ୍ଚ ଓ ଠିକାଦାର ଓଡ଼ିଶା ସୀମାରେ ପଶି ଉକ୍ତ ଚେକଡ୍ୟାମର ମରାମତି କାର୍ଯ୍ୟ ଚାଲୁ ରଖିଛନ୍ତି; ଯାହାକୁ ନେଇ ସ୍ଥାନୀୟ ଚାଷୀ ପ୍ରତିବାଦ କରିବାରୁ ବିବାଦୀୟ ପରିସ୍ଥିତି ଉପୁଜିଛି। ଏହି ଘଟଣାକୁ ନେଇ ଆନ୍ଧ୍ର ସରପଞ୍ଚ ଓ ଠିକାଦାର କହିଛନ୍ତି, କେନାଲ ତଳମୁଣ୍ଡରେ ଶହଶହ ଏକର ଆନ୍ଧ୍ର ଚାଷ ଜମି ରହିଛି। ପାଣି ପାଇବା ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ ତେଣୁ ସରକାରଙ୍କ ନିର୍ଦ୍ଦେଶରେ ଚେକଡ୍ୟାମର ମରାମତି କରାଯାଉଛି। ଅପରପକ୍ଷରେ ଘଟଣାସ୍ଥଳରେ ପହଞ୍ଚିଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଦୀର୍ଘ ୫ ଘଣ୍ଟାରୁ ଊଦ୍ଧର୍‌ବ ସମୟ ଉତ୍ତ୍ୟକ୍ତ ଚାଷୀ ଅଟକ ରଖିଥିଲେ। ସମ୍ପୃକ୍ତ ବିଭାଗୀୟ ଏସ୍‌ଡିଓ ଆଶିଷ କୁମାର ମଲ୍ଲିକ ପହଞ୍ଚି ତୁରନ୍ତ ମରାମତି କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଯନ୍ତ୍ରୀଙ୍କୁ ଛାଡ଼ିଥିଲେ।
ସୂଚନାଯୋଗ୍ୟ, ଓଡ଼ିଶା ଭିତରେ ପ୍ରବେଶ କରି ଆନ୍ଧ୍ରର ଲୋକପ୍ରତିନିଧି ଓ ଠିକାଦାର ଉକ୍ତ ଚେକଡ୍ୟାମ ଓ କେନାଲ ମରାମତି କରୁଥିବା ବେଳେ ଦୀର୍ଘ ୨୦ ବର୍ଷ ଧରି ଉକ୍ତ ଚେକଡ୍ୟାମ ମରାମତି ପାଇଁ ଦାବି ହେଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri