ଓଡ଼ିଶାରେ ଆନ୍ଧ୍ର କରୁଛି ନିର୍ବାଚନ

ପଟ୍ଟାଙ୍ଗୀ,୩ା୨: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଲାଗିଥିବା ବିବାଦ ଏଯାଏ ତୁଟିନାହିଁ। ଏପରି ସ୍ଥଳେ ଓଡ଼ିଶା ସରକାର ପଞ୍ଚାୟତରେ କିପରି ବିକାଶମୂଳକ କାର୍ଯ୍ୟ ହୋଇପାରିବେ ସେନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ୧୫୦ କୋଟି ଟଙ୍କାର ପ୍ୟାକେଜରେ କୋଟିଆ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆଗେଇ ଚାଲିଛି। ତେବେ ଆନ୍ଧ୍ର ସରକାର ମଧ୍ୟ ପଛରେ ପଡିନି। କୋଟିଆ ପଞ୍ଚାୟତର ୩ଟି ଗ୍ରାମକୁ ଆନ୍ଧ୍ର ପଞ୍ଚାୟତ ରୂପେ ଘୋଷଣା କରି ଏଠାରେ ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନ କରିବାକୁ ନାମାଙ୍କନପତ୍ର ଦାଖଲ କାର୍ଯ୍ୟ ଆଗେଇ ନେଇଛି ।
ସୂଚନା ଯୋଗ୍ୟ, ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆ ପଞ୍ଚାୟତରେ ୧୦ ଶଯ୍ୟା ବିଶିଷ୍ଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୃହ, କ୍ଲଷ୍ଟର ଗୃହ, ଗଞ୍ଜେଇପଦର ଗ୍ରାମ ନିକଟରେ ଛାତ୍ରାବାସ ଗୃହ ଏବଂ ଆର୍‌ଆଣ୍ଡ ବି ପକ୍ଷରୁ ଥୁରିଆ ଗ୍ରାମଠାରୁ କୋଟିଆ ପଞ୍ଚାୟତଯାଏ ପିଚୁ ରାସ୍ତା ନିର୍ମାଣ, ଆର୍‌ଡି ବିଭାଗ ପକ୍ଷରୁ କୋଟିଆଠାରୁ ମାଡକାର ଯାଏ ରାସ୍ତା ଓ ଅଫିସ କମ୍ପ୍ଲେକ୍ସ ଶେଷ ହୋଇଛି। ଏହାକୁ ଆସନ୍ତା ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭଡିଓ କନ୍‌ଫରେନ୍ସ ମାଧ୍ୟମରେ ଉଦ୍‌ଘାଟନ କରାଇବାକୁ ଜିଲା ପ୍ରଶାସନ,ଦଳୀୟ ବିଧାୟକ ଓ ରାଜନେତାମାନେ ଯୋଜନା କରିଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ରର ବିଜୟନଗରମ ଜିଲା ପ୍ରଶାସନ ସାଲୁର ବ୍ଲକର କୁରୁକୁଟି ଓ ତନମ ଦୁଇ ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ ଫେବୃୟାରୀ ୨ରୁ ୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ୫, ୬ ଏବଂ ୭ରେ ନାମାଙ୍କନ ପତ୍ର ଯାଞ୍ଚ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ସେହିପରି ୧୩ରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେଉଥିବା କୁରୁକୁଟି ପଞ୍ଚାୟତର ରିଟର୍ନିଂ ଅଧିକାରୀ ଏମ. ନାଗେଶ୍ୱର ରାଓ କହିଛନ୍ତି। ଓଡ଼ିଶାର କୋଟିଆ ପଞ୍ଚାୟତର ଫଗୁଣ ସିନେରିକୁ ପଟୁଗୁ ଚେନୁରୁ, ଫାଟୁସିନେରିକୁ ପଟୁ ଚେନୁରୁ ଓ ଗଞ୍ଜେଇପଦରକୁ ଗଞ୍ଜେଇ ଭଦ୍ରା ନାମରେ ନାମିତ କରି ଉକ୍ତ ୩ ଗ୍ରାମକୁ ଆନ୍ଧ୍ର ପଞ୍ଚାୟତ ଭାବେ ଚିହ୍ନଟ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରୁଥିବା ମାଞ୍ଜୁ ଗେମେଲ କହିଛନ୍ତି। ଆନ୍ଧ୍ର ସରକାରଙ୍କ ପକ୍ଷରୁ ଗଞ୍ଜେଇପଦର ଗ୍ରାମର ବିଶୁ ଗେମେଲ ପୂର୍ବରୁ ସରପଞ୍ଚ ଥିଲେ। ବର୍ତ୍ତମାନ ବିଶୁଙ୍କ ମା’ସନାଇ ଗେମେଲ ସରପଞ୍ଚ ଅଛନ୍ତି। ଏହି ଦୁଇ ସରପଞ୍ଚ ଆନ୍ଧ୍ର ସରକାରଙ୍କ କୌଣସି ଉନ୍ନୟନମୂଳକ କାର୍ଯ୍ୟ ଗ୍ରାମରେ କରିନାହାନ୍ତି। ଆନ୍ଧ୍ର ସରକାରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ଏଠାରେ ପଞ୍ଚାୟତ ନିର୍ବାଚନ ହେଉଥିବାରୁ ଆମେ ଭୋଟ ଦେଇ ଦିବାକର ଗେମେଲଙ୍କୁ ନିର୍ବାଚିତ କରିବାକୁ ସ୍ଥିର କରିଛୁ ବୋଲି ଗ୍ରାମବାସୀ କହିଛନ୍ତି।
ସୂଚନାଯୋଗ୍ୟ, ଫଗୁଣସିନେରି ତଥା ପଟୁଗୁ ଚେନୁରୁ ପଞ୍ଚାୟତର ସରପଞ୍ଚ ପାଇଁ ବେତୁରୁ ହାରକା ଓ ଫାଟୁସିନେରି ତଥା ପଟୁ ଚେନୁରୁ ପଞ୍ଚାୟତ ପାଇଁ ସରପଞ୍ଚ ଲାଗି ସୀମା ଚଲମ ଓ ମାଲତି ହେରକା ତନମ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ଗଞ୍ଜେଇ ପଦର ତଥା ଗଞ୍ଜେଇ ଭଦ୍ରା ପଞ୍ଚାୟତ ପାଇଁ ସରପଞ୍ଚ ପାଇଁ ଦିବାକର ଗେମେଲ, ବିଶୁ ଗେମେଲ ଓ ଡମ୍ବୁ ଗେମେଲ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମ୍ପର୍କରେ କୋରାପୁଟ ଉପଜିଲାପାଳ ତଥା କୋଟିଆ ପଞ୍ଚାୟତ ନୋଡାଲ ଅଧିକାରୀ ଲଳିତ କଅଁରଙ୍କୁ ପଚାରିବା ଲାଗି ତାଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri