ଓଡ଼ିଶାରେ ଆନ୍ଧ୍ର କରୁଛି ନିର୍ବାଚନ

ପଟ୍ଟାଙ୍ଗୀ,୩ା୨: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଲାଗିଥିବା ବିବାଦ ଏଯାଏ ତୁଟିନାହିଁ। ଏପରି ସ୍ଥଳେ ଓଡ଼ିଶା ସରକାର ପଞ୍ଚାୟତରେ କିପରି ବିକାଶମୂଳକ କାର୍ଯ୍ୟ ହୋଇପାରିବେ ସେନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ୧୫୦ କୋଟି ଟଙ୍କାର ପ୍ୟାକେଜରେ କୋଟିଆ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆଗେଇ ଚାଲିଛି। ତେବେ ଆନ୍ଧ୍ର ସରକାର ମଧ୍ୟ ପଛରେ ପଡିନି। କୋଟିଆ ପଞ୍ଚାୟତର ୩ଟି ଗ୍ରାମକୁ ଆନ୍ଧ୍ର ପଞ୍ଚାୟତ ରୂପେ ଘୋଷଣା କରି ଏଠାରେ ପ୍ରଥମ ଥର ପାଇଁ ପଞ୍ଚାୟତ ନିର୍ବାଚନ କରିବାକୁ ନାମାଙ୍କନପତ୍ର ଦାଖଲ କାର୍ଯ୍ୟ ଆଗେଇ ନେଇଛି ।
ସୂଚନା ଯୋଗ୍ୟ, ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆ ପଞ୍ଚାୟତରେ ୧୦ ଶଯ୍ୟା ବିଶିଷ୍ଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୃହ, କ୍ଲଷ୍ଟର ଗୃହ, ଗଞ୍ଜେଇପଦର ଗ୍ରାମ ନିକଟରେ ଛାତ୍ରାବାସ ଗୃହ ଏବଂ ଆର୍‌ଆଣ୍ଡ ବି ପକ୍ଷରୁ ଥୁରିଆ ଗ୍ରାମଠାରୁ କୋଟିଆ ପଞ୍ଚାୟତଯାଏ ପିଚୁ ରାସ୍ତା ନିର୍ମାଣ, ଆର୍‌ଡି ବିଭାଗ ପକ୍ଷରୁ କୋଟିଆଠାରୁ ମାଡକାର ଯାଏ ରାସ୍ତା ଓ ଅଫିସ କମ୍ପ୍ଲେକ୍ସ ଶେଷ ହୋଇଛି। ଏହାକୁ ଆସନ୍ତା ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭଡିଓ କନ୍‌ଫରେନ୍ସ ମାଧ୍ୟମରେ ଉଦ୍‌ଘାଟନ କରାଇବାକୁ ଜିଲା ପ୍ରଶାସନ,ଦଳୀୟ ବିଧାୟକ ଓ ରାଜନେତାମାନେ ଯୋଜନା କରିଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ରର ବିଜୟନଗରମ ଜିଲା ପ୍ରଶାସନ ସାଲୁର ବ୍ଲକର କୁରୁକୁଟି ଓ ତନମ ଦୁଇ ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ ଫେବୃୟାରୀ ୨ରୁ ୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ୫, ୬ ଏବଂ ୭ରେ ନାମାଙ୍କନ ପତ୍ର ଯାଞ୍ଚ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ସେହିପରି ୧୩ରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେଉଥିବା କୁରୁକୁଟି ପଞ୍ଚାୟତର ରିଟର୍ନିଂ ଅଧିକାରୀ ଏମ. ନାଗେଶ୍ୱର ରାଓ କହିଛନ୍ତି। ଓଡ଼ିଶାର କୋଟିଆ ପଞ୍ଚାୟତର ଫଗୁଣ ସିନେରିକୁ ପଟୁଗୁ ଚେନୁରୁ, ଫାଟୁସିନେରିକୁ ପଟୁ ଚେନୁରୁ ଓ ଗଞ୍ଜେଇପଦରକୁ ଗଞ୍ଜେଇ ଭଦ୍ରା ନାମରେ ନାମିତ କରି ଉକ୍ତ ୩ ଗ୍ରାମକୁ ଆନ୍ଧ୍ର ପଞ୍ଚାୟତ ଭାବେ ଚିହ୍ନଟ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରୁଥିବା ମାଞ୍ଜୁ ଗେମେଲ କହିଛନ୍ତି। ଆନ୍ଧ୍ର ସରକାରଙ୍କ ପକ୍ଷରୁ ଗଞ୍ଜେଇପଦର ଗ୍ରାମର ବିଶୁ ଗେମେଲ ପୂର୍ବରୁ ସରପଞ୍ଚ ଥିଲେ। ବର୍ତ୍ତମାନ ବିଶୁଙ୍କ ମା’ସନାଇ ଗେମେଲ ସରପଞ୍ଚ ଅଛନ୍ତି। ଏହି ଦୁଇ ସରପଞ୍ଚ ଆନ୍ଧ୍ର ସରକାରଙ୍କ କୌଣସି ଉନ୍ନୟନମୂଳକ କାର୍ଯ୍ୟ ଗ୍ରାମରେ କରିନାହାନ୍ତି। ଆନ୍ଧ୍ର ସରକାରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ଏଠାରେ ପଞ୍ଚାୟତ ନିର୍ବାଚନ ହେଉଥିବାରୁ ଆମେ ଭୋଟ ଦେଇ ଦିବାକର ଗେମେଲଙ୍କୁ ନିର୍ବାଚିତ କରିବାକୁ ସ୍ଥିର କରିଛୁ ବୋଲି ଗ୍ରାମବାସୀ କହିଛନ୍ତି।
ସୂଚନାଯୋଗ୍ୟ, ଫଗୁଣସିନେରି ତଥା ପଟୁଗୁ ଚେନୁରୁ ପଞ୍ଚାୟତର ସରପଞ୍ଚ ପାଇଁ ବେତୁରୁ ହାରକା ଓ ଫାଟୁସିନେରି ତଥା ପଟୁ ଚେନୁରୁ ପଞ୍ଚାୟତ ପାଇଁ ସରପଞ୍ଚ ଲାଗି ସୀମା ଚଲମ ଓ ମାଲତି ହେରକା ତନମ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ଗଞ୍ଜେଇ ପଦର ତଥା ଗଞ୍ଜେଇ ଭଦ୍ରା ପଞ୍ଚାୟତ ପାଇଁ ସରପଞ୍ଚ ପାଇଁ ଦିବାକର ଗେମେଲ, ବିଶୁ ଗେମେଲ ଓ ଡମ୍ବୁ ଗେମେଲ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମ୍ପର୍କରେ କୋରାପୁଟ ଉପଜିଲାପାଳ ତଥା କୋଟିଆ ପଞ୍ଚାୟତ ନୋଡାଲ ଅଧିକାରୀ ଲଳିତ କଅଁରଙ୍କୁ ପଚାରିବା ଲାଗି ତାଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri