ବିରୋଧ ସତ୍ତ୍ୱେ ଆନ୍ଧ୍ରର ଭ୍ରୂକ୍ଷେପ ନାହିଁ

ମାଲକାନଗିରି/କାଲିମେଳା,୨୪।୭(ଡି.ଏନ୍‌.ଏ.): ଆନ୍ଧ୍ର ସରକାର ସବୁବେଳେ ଓଡ଼ିଶା ବିରୋଧୀ ମନୋଭାବ ପ୍ରଦର୍ଶନ କରିଆସୁଛି। କୋଟିଆ ଅଧିବାସୀଙ୍କୁ ପ୍ରଭାବିତ କରି ନିର୍ବାଚନ କରିବା ହେଉ ଅବା ନିଜ କର୍ମଚାରୀ ପଠାଇ ସୀମାନ୍ତରେ ରାଶନ ସାମଗ୍ରୀ ବାଣ୍ଟିବା ହେଉ ସବୁଥିରେ ଆନ୍ଧ୍ରର ଓଡ଼ିଶା ବିରୋଧୀ ମନୋଭାବ ସ୍ପଷ୍ଟ। ଏବେ ପୋଲାଭରମ ପ୍ରକଳ୍ପକୁ ନେଇ ଉଠିଛି ବିରୋଧର ସ୍ବର। ଏହି ପ୍ରକଳ୍ପ ହେଲେ ଓଡ଼ିଶା ବେଶି କ୍ଷତିଗ୍ରସ୍ତ ହେବ ବୋଲି ପୋଲାଭରମ୍‌ ପ୍ରକଳ୍ପ ବିରୋଧୀ ମଞ୍ଚ ଅଭିଯୋଗ କରିଛି। ଏହି ପ୍ରକଳ୍ପକୁ ମଞ୍ଜୁର ଦେଇଥିବା ତତ୍କାଳୀନ କଂଗ୍ରେସ ସରକାରଙ୍କ ଉପରେ ମଞ୍ଚ କର୍ମକର୍ତ୍ତାମାନେ ବର୍ଷିଛନ୍ତି।
ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର ୱେଷ୍ଟ ଗୋଦାବରୀ ଜିଲାରେ ୨୦୦୪ରେ ଏସିଆର ସର୍ବବୃହତ୍‌ ଏହି ପୋଲାଭରମ୍‌ ଜଳପ୍ରକଳ୍ପ ସେତେବେଳେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ। ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ଆନ୍ଧ୍ରରେ ବିଦ୍ୟୁତ୍‌ ଉତ୍ପାଦନ କରାଯାଇ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ହେବ। ଅନେକ ଅଞ୍ଚଳରେ ଚାଷଜମି ଜଳସେଚିତ ହୋଇ କୃଷି କାର୍ଯ୍ୟରେ ବିନିଯୋଗ ହେବ ବୋଲି ସେତେବେଳେ କୁହାଯାଇଥିଲା। ମାତ୍ର ଆନ୍ଧ୍ର ସରକାର ଏବେ ପ୍ରକଳ୍ପର ଉଚ୍ଚତା ଓ ଜଳଧାରଣ କ୍ଷମତା ବୃଦ୍ଧି କରୁଥିବାରୁ ଏହା ଓଡ଼ିଶା, ଛତିଶଗଡ଼ ଏବଂ ତେଲଙ୍ଗାନା ରାଜ୍ୟ ପାଇଁ ଚିନ୍ତାର କାରଣ ହୋଇଛି।
ଆନ୍ଧ୍ରର ଏହି ପ୍ରକଳ୍ପ ଦ୍ୱାରା ଅନେକ ଅଞ୍ଚଳ ଜଳମଗ୍ନ ହେବ। ହଜାର ହଜାର ବାସିନ୍ଦା ସେମାନଙ୍କ ଜମି , ଜଙ୍ଗଲ ସହ ଭିଟାମାଟି ହରାଇବେ। ଏହି ପ୍ରକଳ୍ପ ହେଲେ ମାଲକାନଗିରି ଜିଲା ବହୁ ପରିମାଣରେ କ୍ଷତିଗ୍ରସ୍ତ ହେବ। ଏପରିକି ମାଲକାନଗିରି ଜିଲା ରାଜ୍ୟ ମାନଚିତ୍ରରୁ ହଜିଯିବ ବୋଲି ପୋଲାଭରମ୍‌ ବିରୋଧୀ ଜନମଞ୍ଚ ଅଭିଯୋଗ କରିଛି। ୧୯୮୬ ଓ ୨୦୦୬ରେ ହୋଇଥିବା ବର୍ଷାରେ ମାଲକାନଗିରି ଜିଲା ସୀମାକୁ ଲାଗିଥିବା ଆନ୍ଧ୍ରର ସିଲେରୁ ଏବଂ ଛତିଶଗଡ଼ର ସାବେରୀ ନଦୀ ମୋଟୁଠାରେ ମିଶି ଗୋଦାବରୀ ନଦୀ ସୃଷ୍ଟି ହୋଇଥିଲା। ସେହି ଜଳ ନିଷ୍କାସନ ହୋଇ ନ ପାରି ସେତେବେଳେ ମାଲକାନଗିରି ଜିଲାର ମାଥିଲି, କୋରୁକୋଣ୍ଡା, କାଲିମେଳା ଏବଂ ପଡ଼ିଆ ବ୍ଲକର ୧୩୦ଟି ଗ୍ରାମ ଜଳମଗ୍ନ ହୋଇଥିଲା। ବର୍ତ୍ତମାନ ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ସରିଥିବା ବେଳେ ଡ୍ୟାମ୍‌ ପାଣିର ଉଚ୍ଚତା ବୃଦ୍ଧି କରିବାକୁ ଆନ୍ଧ୍ର ଯୋଜନା କରୁଛି। ଫଳରେ ମାଲକାନଗିରି ଜିଲାର ୪ଟି ପଞ୍ଚାୟତର ୨୦ଟି ଗ୍ରାମ ଜଳମଗ୍ନ ହେବ। ଏଥିସହ ସମସ୍ତ ଜଙ୍ଗଲ, ଜମି, ଭିଟାମାଟି ଲୋପ ପାଇବ ବୋଲି ମୋଟୁ ସରପଞ୍ଚ ସୋଡି ପଦା, ପୁଷୁଗୁଡା ସରପଞ୍ଚ ରେବା ରାମା, ମାଲାଭରମ ସରପଞ୍ଚ ଉଇକୋ କିଟୋ, ତଣ୍ଡାବାଇ ସରପଞ୍ଚ ଲାଡି ମାଡକାମି ପ୍ରକାଶ କରିଛନ୍ତି। ବର୍ତ୍ତମାନ ପୋଲାଭରମ୍‌ର ମାଟିବନ୍ଧ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ମାଟିବନ୍ଧ ପ୍ରକଳ୍ପ ଶେଷ ହେଲେ ଡ୍ୟାମ୍‌ର ପଛୁଆପାଣି ମାଲକାନଗିରି ଜିଲାକୁ ବୁଡାଇଦେବ ବୋଲି ମଞ୍ଚ ଆଶଙ୍କା ପ୍ରକାଶ କରିଛି। ରାଜ୍ୟ ସରକାର ଏନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଆନ୍ତରିକତା ଅଭାବରୁ ଏହି ମାମଲା ଚୂଡ଼ାନ୍ତ ହୋଇପାରୁ ନାହଁି। ଓଡ଼ିଶା ସରକାରଙ୍କ ଅଭିଯୋଗକୁ କେନ୍ଦ୍ର ଓ ଆନ୍ଧ୍ର ସରକାର ଭ୍ରୂକ୍ଷେପ ନ କରି ହଜାର ହଜାର ଲୋକଙ୍କୁ ଜଳସମାଧି ଦେବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ମଞ୍ଚ ଅଭିଯୋଗ କରିଛି। ଏହା ଜଳସେଚନ ଉଦ୍ଦେଶ୍ୟରେ କରାଯାଉଥିବା ଆନ୍ଧ୍ର ସରକାର କହୁଥିବା ବେଳେ ପ୍ରକଳ୍ପ ଆରମ୍ଭ ପୂର୍ବରୁ ସେସବୁ ଅଞ୍ଚଳରେ ଆନ୍ଧ୍ର ୭୦ ଲକ୍ଷରୁ ଊର୍ଦ୍ଧ୍ୱ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେଇଥିଲା। ଫଳରେ ଆନ୍ଧ୍ର କୃଷି ଉତ୍ପାଦନରେ ଆଗୁଆ ରହିବା ସହ ମାଛ, କୁକୁଡ଼ା ପାଳନ, ଦୁଗ୍ଧ ଉତ୍ପାଦନରେ ଆଗୁଆ ରହିଛି। କେବଳ ଜଳବିଦ୍ୟୁତ୍‌ ଉପତ୍ାଦନ ପାଇଁ ଆନ୍ଧ୍ର ସରକାର ଏପରି ଚକ୍ରାନ୍ତ କରିଥିବା ପୋଲାଭରମ୍‌ ପ୍ରକଳ୍ପ ବିରୋଧୀ ମଞ୍ଚ ସଭାପତି ପ୍ରଭାକର ହନ୍ତାଳ (ଓଡ଼ିଶା), ସାଧାରଣ ସମ୍ପାଦକ ସୁନାମ ଭେଙ୍କେଟ ରାବଣା, ଉପସଭାପତି ଦାରି ଲିଙ୍ଗା (ଓଡ଼ିଶା), ସାଙ୍ଗଠନିକ ସମ୍ପାଦକ ପି.ବିଜୟ (ଛତିଶଗଡ଼), ଯୁଗ୍ମ ସମ୍ପାଦକ ଏ.ଡି.ଦେବ ଦାନମ (ଓଡ଼ିଶା), କାର୍ଯ୍ୟକାରୀ ସଦସ୍ୟ ପୂର୍ବତନ ବିଧାୟକ ତଥା ଜିଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ପ୍ରକାଶ କରିଛନ୍ତି। ଯଦି ଆନ୍ଧ୍ର ସରକାର ପୋଲାଭରମ୍‌ ମାଟିବନ୍ଧ ପ୍ରକଳ୍ପ କାର୍ଯ୍ୟ ବନ୍ଦ ନ କରନ୍ତି ତେବେ ଓଡ଼ିଶା, ଛତିଶଗଡ଼ ଏବଂ ତେଲଙ୍ଗାନାର ବିସ୍ଥାପିତ ସର୍ବଭାରତୀୟ ସ୍ତରରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ମଞ୍ଚ କର୍ମକର୍ତ୍ତାମାନେ ଏଥିପାଇଁ ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ଏବଂ ସେସମୟର କଂଗ୍ରେସ ସରକାରଙ୍କୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?