ଓଡ଼ିଶାର ଦୁଗ୍ଧ ସଂଗ୍ରହ ଗୃହରୁ ଫାଇଦା ଉଠାଉଛି ଆନ୍ଧ୍ର

ପାରଳାଖେମୁଣ୍ଡି,୧ା୧୨ (ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡିରେ ଥିବା ଓମ୍‌ଫେଡର ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର ଯେଉଁ ଲକ୍ଷ୍ୟ ନେଇ ପ୍ରତିଷ୍ଠା ହୋଇଥିଲା ତାହା ବିଫଳ ହେବାରୁ ସରକାରୀ ଅବହେଳା ଓ ଉଦାସୀନତାର ଶିକାର ହୋଇଛି। ଫଳରେ କେନ୍ଦ୍ରରେ ରହିଥିବା ବହୁ କୋଟି ଟଙ୍କାର ଯନ୍ତ୍ରପାତି ନଷ୍ଟ ହେବାରେ ଲାଗିଛି। ଦିନେ ପ୍ରକ୍ରିୟାକରଣ ପାଇଁ ଦୈନିକ ୧୦ ହଜାର ଲିଟର କ୍ଷୀର ଆସୁଥିବା ବେଳେ ଏବେ ଆସୁଛି ମାତ୍ର ୧୦୦ ଲିଟର। ଏହାଦ୍ୱାରା ଦୁଗ୍ଧ ଚାଷୀଙ୍କୁ ଯେ ପ୍ରୋତ୍ସାହନ ମିଳୁନାହିଁ ତାହା ସ୍ପଷ୍ଟ ହୋଇଯାଇଛି।
ପ୍ରକ୍ରିୟାକରଣ କେନ୍ଦ୍ରର ଠିକ୍‌ ପରିଚାଳନା ନ ହେବାରୁ କ୍ରମଶଃ ଏହା କ୍ଷତିଆଡ଼କୁ ମୁହଁାଇ ଏକପ୍ରକାର ବନ୍ଦ ଅବସ୍ଥାକୁ ଆସିଯାଇଛି। ଏଠାରେ ରହିଥିବା ବହୁମୂଲ୍ୟର ଯନ୍ତ୍ରପାତି ରକ୍ଷଣାବେକ୍ଷଣ ନ ହେବାରୁ ନଷ୍ଟ ହେବାରେ ଲାଗିଛି। କେନ୍ଦ୍ରର ଛାତ ଦୁର୍ବଳ ହୋଇପଡ଼ି ଲୁହାରଡ୍‌ ଦେଖାଯାଉଛି। ଏବେ ଆନ୍ଧ୍ରର ଦୁଇ ଘରୋଇ କମ୍ପାନୀ ବିଶାଖା ଡେଏରି ଏବଂ ହେରିଟେଜ୍‌ ଡେଏରିକୁ ଚାଷୀ ପ୍ରତ୍ୟହ ୧୫ ହଜାର ଲିଟର କ୍ଷୀର ଯୋଗାଉଥିବା ବେଳେ ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଓଡ଼ିଶାର ଏହି ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରକୁ ଚାଷୀ ଆଉ କ୍ଷୀର ଆଣିବାକୁ ଆଗ୍ରହ ଦେଖାଉନାହାନ୍ତି। ବିଭାଗୀୟ ଅବହେଳା ଓ ଉଦାସୀନତା ଯୋଗୁ ଆମକୁ ଦୁଗ୍ଧ ଚାଷପାଇଁ କିଛି ପ୍ରୋତ୍ସାହନ ନ ମିଳିବାରୁ ଆମେ ଏହି ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରକୁ କ୍ଷୀର ଦେଉନାହୁଁ, ଆନ୍ଧ୍ରର ପ୍ରକ୍ରିୟାକରଣ କେନ୍ଦ୍ରକୁ କ୍ଷୀର ଦେଉଛୁ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ ଆର. ରାଜା ରାଓ ଏବଂ ରାଘବ ସାହୁ। ସେମାନେ କହିଛନ୍ତି ଯେ, ଓଡ଼ିଶା ପ୍ରକ୍ରିୟାକରଣ କେନ୍ଦ୍ରରେ କ୍ଷୀର ଦେଲେ ତାହାର ମାନ ଯାଞ୍ଚ କରି ଆମକୁ ଲିଟର ପିଛା ୨୫ ଟଙ୍କା, ୩୦ ଟଙ୍କା ଓ ୩୬ ଟଙ୍କା ମିଳୁଥିଲା। ଏବେ ଆନ୍ଧ୍ରର ପ୍ରକ୍ରିୟାକରଣ କେନ୍ଦ୍ରକୁ ଦେଲେ ଅଧିକ ଟଙ୍କା ମିଳୁଛି। ସେମାନେ କ୍ଷୀରର ମାନ ଯାଞ୍ଚ କରି ଆମକୁ ଲିଟର ପିଛା ୪୫ ଟଙ୍କା, ୫୫ ଟଙ୍କା ଓ ୬୫ ଟଙ୍କା ଦେଉଛନ୍ତି ବୋଲି ଉଭୟେ କହିଛନ୍ତି।
ଏକଦା ୧୦ ହଜାର ଲିଟର କ୍ଷୀର ଆସି ପ୍ରକ୍ରିୟାକରଣ ହେଉଥିବା ପାରଳାଖେମୁଣ୍ଡିର ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରକୁ ଏବେ ମାତ୍ର ୧୦୦ ଲିଟର କ୍ଷୀର ପ୍ରକ୍ରିୟାକରଣକୁ ଆସୁଛି ବୋଲି କହନ୍ତି କାର୍ଯ୍ୟରତ ୨ କର୍ମଚାରୀ ମୁକୁନ୍ଦ କୁମ୍ଭ ଓ ପ୍ରଶାନ୍ତ କୁମାର। ଆନ୍ଧ୍ରର ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର ଦ୍ୱାରା ଚାଷୀଙ୍କୁ ଲିଟର ପିଛା ଅଧିକ ଟଙ୍କା ଦିଆଯାଉଥିବା ସମ୍ପର୍କରେ ଅତିରିକ୍ତ ଜିଲାପାଳ (ଭାରପ୍ରାପ୍ତ) ମୁନିନ୍ଦ୍ର ହେନେଗାଙ୍କୁ ପଚରାଯିବାରୁ ଏଦିଗରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri