ଓଡ଼ିଶାର ଦୁଗ୍ଧ ସଂଗ୍ରହ ଗୃହରୁ ଫାଇଦା ଉଠାଉଛି ଆନ୍ଧ୍ର

ପାରଳାଖେମୁଣ୍ଡି,୧ା୧୨ (ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡିରେ ଥିବା ଓମ୍‌ଫେଡର ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର ଯେଉଁ ଲକ୍ଷ୍ୟ ନେଇ ପ୍ରତିଷ୍ଠା ହୋଇଥିଲା ତାହା ବିଫଳ ହେବାରୁ ସରକାରୀ ଅବହେଳା ଓ ଉଦାସୀନତାର ଶିକାର ହୋଇଛି। ଫଳରେ କେନ୍ଦ୍ରରେ ରହିଥିବା ବହୁ କୋଟି ଟଙ୍କାର ଯନ୍ତ୍ରପାତି ନଷ୍ଟ ହେବାରେ ଲାଗିଛି। ଦିନେ ପ୍ରକ୍ରିୟାକରଣ ପାଇଁ ଦୈନିକ ୧୦ ହଜାର ଲିଟର କ୍ଷୀର ଆସୁଥିବା ବେଳେ ଏବେ ଆସୁଛି ମାତ୍ର ୧୦୦ ଲିଟର। ଏହାଦ୍ୱାରା ଦୁଗ୍ଧ ଚାଷୀଙ୍କୁ ଯେ ପ୍ରୋତ୍ସାହନ ମିଳୁନାହିଁ ତାହା ସ୍ପଷ୍ଟ ହୋଇଯାଇଛି।
ପ୍ରକ୍ରିୟାକରଣ କେନ୍ଦ୍ରର ଠିକ୍‌ ପରିଚାଳନା ନ ହେବାରୁ କ୍ରମଶଃ ଏହା କ୍ଷତିଆଡ଼କୁ ମୁହଁାଇ ଏକପ୍ରକାର ବନ୍ଦ ଅବସ୍ଥାକୁ ଆସିଯାଇଛି। ଏଠାରେ ରହିଥିବା ବହୁମୂଲ୍ୟର ଯନ୍ତ୍ରପାତି ରକ୍ଷଣାବେକ୍ଷଣ ନ ହେବାରୁ ନଷ୍ଟ ହେବାରେ ଲାଗିଛି। କେନ୍ଦ୍ରର ଛାତ ଦୁର୍ବଳ ହୋଇପଡ଼ି ଲୁହାରଡ୍‌ ଦେଖାଯାଉଛି। ଏବେ ଆନ୍ଧ୍ରର ଦୁଇ ଘରୋଇ କମ୍ପାନୀ ବିଶାଖା ଡେଏରି ଏବଂ ହେରିଟେଜ୍‌ ଡେଏରିକୁ ଚାଷୀ ପ୍ରତ୍ୟହ ୧୫ ହଜାର ଲିଟର କ୍ଷୀର ଯୋଗାଉଥିବା ବେଳେ ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଓଡ଼ିଶାର ଏହି ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରକୁ ଚାଷୀ ଆଉ କ୍ଷୀର ଆଣିବାକୁ ଆଗ୍ରହ ଦେଖାଉନାହାନ୍ତି। ବିଭାଗୀୟ ଅବହେଳା ଓ ଉଦାସୀନତା ଯୋଗୁ ଆମକୁ ଦୁଗ୍ଧ ଚାଷପାଇଁ କିଛି ପ୍ରୋତ୍ସାହନ ନ ମିଳିବାରୁ ଆମେ ଏହି ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରକୁ କ୍ଷୀର ଦେଉନାହୁଁ, ଆନ୍ଧ୍ରର ପ୍ରକ୍ରିୟାକରଣ କେନ୍ଦ୍ରକୁ କ୍ଷୀର ଦେଉଛୁ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ ଆର. ରାଜା ରାଓ ଏବଂ ରାଘବ ସାହୁ। ସେମାନେ କହିଛନ୍ତି ଯେ, ଓଡ଼ିଶା ପ୍ରକ୍ରିୟାକରଣ କେନ୍ଦ୍ରରେ କ୍ଷୀର ଦେଲେ ତାହାର ମାନ ଯାଞ୍ଚ କରି ଆମକୁ ଲିଟର ପିଛା ୨୫ ଟଙ୍କା, ୩୦ ଟଙ୍କା ଓ ୩୬ ଟଙ୍କା ମିଳୁଥିଲା। ଏବେ ଆନ୍ଧ୍ରର ପ୍ରକ୍ରିୟାକରଣ କେନ୍ଦ୍ରକୁ ଦେଲେ ଅଧିକ ଟଙ୍କା ମିଳୁଛି। ସେମାନେ କ୍ଷୀରର ମାନ ଯାଞ୍ଚ କରି ଆମକୁ ଲିଟର ପିଛା ୪୫ ଟଙ୍କା, ୫୫ ଟଙ୍କା ଓ ୬୫ ଟଙ୍କା ଦେଉଛନ୍ତି ବୋଲି ଉଭୟେ କହିଛନ୍ତି।
ଏକଦା ୧୦ ହଜାର ଲିଟର କ୍ଷୀର ଆସି ପ୍ରକ୍ରିୟାକରଣ ହେଉଥିବା ପାରଳାଖେମୁଣ୍ଡିର ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ରକୁ ଏବେ ମାତ୍ର ୧୦୦ ଲିଟର କ୍ଷୀର ପ୍ରକ୍ରିୟାକରଣକୁ ଆସୁଛି ବୋଲି କହନ୍ତି କାର୍ଯ୍ୟରତ ୨ କର୍ମଚାରୀ ମୁକୁନ୍ଦ କୁମ୍ଭ ଓ ପ୍ରଶାନ୍ତ କୁମାର। ଆନ୍ଧ୍ରର ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର ଦ୍ୱାରା ଚାଷୀଙ୍କୁ ଲିଟର ପିଛା ଅଧିକ ଟଙ୍କା ଦିଆଯାଉଥିବା ସମ୍ପର୍କରେ ଅତିରିକ୍ତ ଜିଲାପାଳ (ଭାରପ୍ରାପ୍ତ) ମୁନିନ୍ଦ୍ର ହେନେଗାଙ୍କୁ ପଚରାଯିବାରୁ ଏଦିଗରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଧର୍ମ ପଚାରି କଲେ ଗୁଳି

ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri