ଆନ୍ଧ୍ର ଲୋକେ ହଡ଼ପ କରୁଛନ୍ତି ଆଦିବାସୀଙ୍କ ଜମି

ଗୁଣପୁର,୨୭ା୨(ଡି.ଏନ.ଏ): ଦକ୍ଷିଣ ଓଡିଶାରେ ଥିବା ଆଦିବାସୀଙ୍କ ଜମିକୁ ଆନ୍ଧ୍ର ପ୍ରଦେଶର ଲୋକଙ୍କ ଦ୍ବାରା ହଡପ କରାଯାଉଥିବାରୁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ଉଦବେଗ ପ୍ରକାଶ କରିଛି। ପ୍ରଶାସନରେ ଦୁର୍ନୀତି ଚରମ ସୀମାରେ ପହଁଞ୍ଚିଛି। ପ୍ରଶାସନ ଉପରେ ରାଜନେତାଙ୍କ ନିୟନ୍ତ୍ରଣ ନାହିଁ। ଯାହା ଫଳରେ ସରକାରୀ ବାବୁ ମାନେ ଭ୍ରଷ୍ଟାଚାର କରି ଚାଲିଛନ୍ତି। ଏ ସବୁକୁ ନେଇ ଆସନ୍ତା ଏପ୍ରିଲରୁ ଜନ ଆନ୍ଦୋଳନ କରାଯିବ ବୋଲି ସଂଗଠନର ରାଜ୍ୟ ଆବାହକ ସୁବ୍ରତ କୁମାର ନନ୍ଦ ରବିବାର ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ଆୟୋଜିତ ଖବରଦାତା ସମ୍ମିଳନିରେ କହିଛନ୍ତି। ଅବିଭକ୍ତ କୋରାପୁଟ ଜିଲାରେ ଶହଶହ ଏକର ଆଦିବାସୀଙ୍କ ଜମିକୁ ଆନ୍ଧ୍ରର ଦଲାଲମାନେ ହଡପ କରଛନ୍ତି। ସେମାନେ ପଟ୍ଟା ମଧ୍ୟ କରାଇ ନେଇଛନ୍ତି। ଏହାର ତଦନ୍ତ କରାଯାଇ ଆଦିବାସୀ ମାନଙ୍କୁ ସେମାନଙ୍କ ଜମି ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଥଲା। ଖବରଦାତା ସମ୍ମିଳନ୍ନୀରେ ରାଜ୍ୟ ସଂପାଦକ ଶ୍ୟାମ ସୁନ୍ଦର ପଣ୍ଡା,ରାଜ୍ୟ ସଂଯୋଜକ ସୁବାସ ଚନ୍ଦ୍ର ପଣ୍ଡା, ଗୁଣପୁର ଶାଖାର ସଭାପତି ଲକ୍ଷ୍ମୀଚାନ୍ଦ ସାହୁ,ନବରଙ୍ଗପୁର ଶାଖାର ସଭାପତି ଈଶ୍ୱର ରାଓ, ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲୋ ଅପରାହ୍ନରେ ନେତୃମଣ୍ଡଳୀ ରାମନାଗୁଡା ବ୍ଲକ ଗୋଗୁପାଡୁ ପଞ୍ଚାୟତ ଆନ୍ଧ୍ର ଓଡିଶା ସିମାନ୍ତ ଲାଉଗୁଡା ଅଞ୍ଚଳ ଗସ୍ତ କରି ଓଡିଶାର ୧୩୦ ଏକର ଜମି ଉପରେ ଆନ୍ଧ୍ରର ଲୋକମାନେ କବଜା କରି ରହିଥିବା ଅନୁଧ୍ୟାନ କରିଥିଲୋ ଯାହାକୁ ନେଇ ସଂଗଠନ ପକ୍ଷରୁ ଉପଦେବ ପ୍ରକାଶ ପାଇଥିଲାା ଏନେଇ ସଂଗଠନ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ସୋମବାର ଉପଜିଲାପାଲଙ୍କୁ ଦାବୀ ପ୍ରଦ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri