Posted inରାଜ୍ୟ

ରାଇପାହାଡ଼ର ଘରେ ଘରେ ଆନ୍ଧ୍ର, ଓଡ଼ିଶା ବିଦ୍ୟୁତ୍‌ ମିଟର

ନନ୍ଦପୁର,୨୭ା୪ (ତୁଷାରକାନ୍ତ ମହାନ୍ତି): ଗୋଟିଏ ଘରେ ଲାଗିଛି ଦୁଇ ରାଜ୍ୟର ବିଦ୍ୟୁତ୍‌ ମିଟର। ଗୋଟିଏ ଆନ୍ଧ୍ରର ଅନ୍ୟଟି ଓଡ଼ିଶାର। ଏଭଳି ଘଟଣା ନନ୍ଦପୁର ବ୍ଲକ୍‌ ଗୋଲୁର ପଞ୍ଚାୟତର ରାଇପାହାଡ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମରେ ଆନ୍ଧ୍ର ପକ୍ଷରୁ ଲାଗିଥିବା ମିଟରରେ ବିଦ୍ୟୁତ୍‌ ସଂଯୋଗ ରହିଛି। କିନ୍ତୁ ଓଡ଼ିଶା ମିଟରରେ ବିଦ୍ୟୁତ୍‌ ସଂଯୋଗ ନାହିଁ। ଏହି ଗ୍ରାମର ସମସ୍ତ ୧୬ ପରିବାର ଆନ୍ଧ୍ର ବିଦ୍ୟୁତ୍‌ ବିଭାଗର ଉପଭୋକ୍ତା ରହିଛନ୍ତି। ଆନ୍ଧ୍ରର ବିଦ୍ୟୁତ୍‌ ସଂଯୋଗ କଟିଲେ ଓଡ଼ିଶା ମିଟରରେ ବିଦ୍ୟୁତ୍‌ ସଂଯୋଗ ଦେବାକୁ ଟିପିଏସ୍‌ଓଡିଏଲ୍‌ ବିଭାଗ ଅପେକ୍ଷା କରିରହିଛି।

ଗ୍ରାମରେ ପାନୀୟ ଜଳ ଯୋଗାଣ ମଧ୍ୟ ସମାନ ସ୍ଥିତି। ଗ୍ରାମରେ ଆନ୍ଧ୍ର ଏବଂ ଓଡ଼ିଶାର ପାଣି ଟ୍ୟାପ୍‌ ରହିଛି। ଲୋକେ ଦୁଇ ରାଜ୍ୟରୁ ପାନୀୟ ଜଳ ସୁବିଧା ପାଉଛନ୍ତି। ରାଇପାହାଡ଼ ଗ୍ରାମର ୧୬ ପରିବାର ୨ ରାଜ୍ୟର ହିତାଧିକାରୀ ବୋଲି ଆଲୋଚନା ହେଉଛି। ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ରାଇପାହାଡ଼ବାସୀ ଓଡ଼ିଶା ଦ୍ୱାରା ଅଣଦେଖା ଅଭିଯୋଗ କରି ଆନ୍ଧ୍ରରେ ମିଶିବାକୁ ଇଚ୍ଛା ପ୍ରକାଶ କରିବା ସହ ଆନ୍ଧ୍ରପ୍ରଦେଶର ଡୁମୁରିଗୁଡ଼ା ବ୍ଲକ୍‌ ବିଡିଓ, ତହସିଲଦାର ଓ କୁଣ୍ଡ୍ରୁମ୍‌ ପଞ୍ଚାୟତ ପ୍ରତିନିଧିଙ୍କୁ ଭେଟିଥିଲେ। ଏହାପରେ କୋରାପୁଟ ଜିଲାପାଳ ଭି.କୀର୍ତ୍ତିଭାସନ ନନ୍ଦପୁର ବିଡିଓ ଦୁର୍ଗାପ୍ରସାଦ ଦୋରା ଓ ତହସିଲଦାର ପ୍ରଭାତୀ ଝୋଡିଆଙ୍କୁ ରାଇପାହାଡ଼ ଗ୍ରାମକୁ ଯାଇ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଦୁଇ ଅଧିକାରୀ ଶୁକ୍ରବାର ଗ୍ରାମକୁ ଯାଇ ଗ୍ରାମବାସୀ ଓ ଆନ୍ଧ୍ର ଦ୍ୱାରା ନିଯୁକ୍ତ ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ସହ ଆଲୋଚନା କରିଥିଲେ। ୨୦୨୨ ପର୍ଯ୍ୟନ୍ତ ଓଡ଼ିଶା ପ୍ରଶାସନ ପକ୍ଷରୁ ରାଇପାହାଡ଼କୁ ଅଣଦେଖା କରାଯାଉଥିଲା। ଆନ୍ଧ୍ର ପକ୍ଷରୁ ବିଦ୍ୟୁତ୍‌, ପାଣି, ଆଧାର, ରାଶନ୍‌, ଭୋଟର କାର୍ଡ, ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି ସମସ୍ତ ସୁବିଧା ଗ୍ରାମକୁ ଯୋଗାଇ ଦିଆଯାଉଥିଲା। କିନ୍ତୁ ୨୦୨୩ରେ ଆନ୍ଧ୍ରର ଅନୁପ୍ରବେଶ ଓ ଗ୍ରାମବାସୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ଘଟଣା ସାମ୍‌ନାକୁ ଆସିବା ପରେ ସେମାନେ କୌଣସି ଗୋଟିଏ ରାଜ୍ୟର ହୋଇପାରୁ ନ ଥିବା ଗ୍ରାମର ରାଜାରାଓ ହନ୍ତାଳ, ଦଶରଥ ଗେମେଲ, କମୂଳୁ ଖରା ଓ ରାମବାବୁ ଗେମେଲ ପ୍ରମୁଖ ନନ୍ଦପୁର ବ୍ଲକ୍‌ ପ୍ରଶାସନିକ ଟିମ୍‌କୁ କହିଛନ୍ତି।

ଓଡ଼ିଶା ଦ୍ୱାରା ସ୍ଥାପିତ ଅଚଳ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପକୁ ମରାମତି, ବିଦ୍ୟୁତ୍‌ ସଂଯୋଗ ପ୍ରଦାନ କରିବାକୁ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସୌରଚାଳିତ ପ୍ରକଳ୍ପର ମରାମତି ଦୁଇଦିନରେ କରାଯିବ ବୋଲି ତଦାରଖ କରିବାକୁ ଯାଇଥିବା ନନ୍ଦପୁର ବିଡିଓ ଦୋରା, ତହସିଲଦାର ଝୋଡିଆ ଗ୍ରାମବାସୀଙ୍କୁ କହିଛନ୍ତି। ଟିପିଏସ୍‌ଓଡିଏଲ୍‌ ଏସ୍‌ଡିଓ ଗୋପାଳକୃଷ୍ଣ ପ୍ରଧାନ ଆନ୍ଧ୍ର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କଲେ ହିଁ ଓଡ଼ିଶା ସ୍ଥାପିତ ମିଟରରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇପାରିବ ବୋଲି କହିଥିବା ଗ୍ରାମବାସୀ ଅଧିକାରୀଙ୍କୁ ଜଣାଇଥିଲେ। ଏ ନେଇ ଜିଲାପାଳଙ୍କୁ ଅବଗତ କରି ତାଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରାଯିବ ବୋଲି ବିଡିଓ ଏବଂ ଅନ୍ୟ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

ବରଗଡ଼ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, କିଛି ସମୟ ପରେ ଧନୁଯାତ୍ରା ଦେଖିବାକୁ ଯିବେ ରାଜଦରବାର

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଛନ୍ତି। କିଛି ସମୟ ପରେ ଧନୁଯାତ୍ରା ଦେଖିବାକୁ ରାଜଦରବାର ଯିବେ।...

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri