ସୀମାନ୍ତ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରୁଛି ଆନ୍ଧ୍ର

ପଟ୍ଟାଙ୍ଗି,୧୫ା୧୦(ଶରତ ଧଳ)ଓଡ଼ିଶାର ସୀମାନ୍ତ ଗ୍ରାମଗୁଡିକ ଉପରୁ ପଡ଼ୋଶୀ ଆନ୍ଧ୍ରର ନଜର ହଟୁନି। ଗତ ୮ରେ ଓଡ଼ିଶା ସୀମାନ୍ତରେ ଜଳପ୍ରକଳ୍ପ ନିର୍ମାଣ ଲାଗି ଏହି ରାଜ୍ୟ ସର୍ଭେ ଆରମ୍ଭ କରିଥିଲା। ଏହା ଜାଣିବା ପରେ ୯ରେ ଓଡ଼ିଶା ପକ୍ଷରୁ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ସମ୍ପୃକ୍ତ ସ୍ଥାନରେ ଚଢାଉକରି ଆନ୍ଧ୍ରର ସର୍ଭେରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ୩ଜଣ କର୍ମଚାରୀଙ୍କୁ ଅଟକ ରଖିଥିଲା। ସେମାନଙ୍କଠାରୁ ଲିଖିତ ଭାବେ ରଖିବା ପରେ ପୋଲିସ ସେମାନଙ୍କୁ ଛାଡିଥିଲା। ଏହା ସତ୍ତ୍ୱେ ଆନ୍ଧ୍ରର ଚେତା ପଶିନାହିଁ। ଘଟଣାର ୪ ଦିନ ପରେ ଆନ୍ଧ୍ର ପୁଣି ଓଡ଼ିଶା ସୀମାନ୍ତ ପଟ୍ଟାଙ୍ଗି ବ୍ଲକର ଏକ ଗ୍ରାମରେ ଅନୁପ୍ରବେଶ କରି ସ୍ବାସ୍ଥ୍ୟସେବା ଶିବିର କରିଛି। ବାରମ୍ବାର ସୀମାନ୍ତ ଗ୍ରାମରେ ପଶି ଆନ୍ଧ୍ର ବିଶୃଙ୍ଖଳା ସୃଷ୍ଟି କରୁଛି। ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଖବରରୁ ଜଣାପଡିଛି, ପଟ୍ଟାଙ୍ଗି ବ୍ଲକର ୧୫ କି.ମି. ଦୂରରେ ଥିବା ନୂଆଗାଁ ପଞ୍ଚାୟତର ଗାଲିଗାବଡାର ଗ୍ରାମରେ ଆନ୍ଧ୍ରର ମାନ୍ୟମ୍‌ ଜିଲା ପାର୍ବତୀପୁରମ୍‌ ଅନ୍ତର୍ଗତ ସାଲୁର ବ୍ଲକ ପ୍ରଶାସନ ଶୁକ୍ରବାର ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର କରିଛି। ଗାଲିଗାବଡାରରେ ପହଞ୍ଚତ୍ ଏହି ସ୍ବାସ୍ଥ୍ୟ ଟିମ୍‌ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରିଛି। ଏହି ଅବସରରେ ଲୋକଙ୍କୁ ମଧ୍ୟ ଭତ୍ତା ଓ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି ଆନ୍ଧ୍ର କର୍ମଚାରୀ। ଏହି ଖବର ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗୀ ପାଇଥିଲେ ମଧ୍ୟ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ନିକଟରେ ଖବର ନ ଥିଲଶ। ଫଳରେ ଏହି ସୁଯୋଗ ନେଇ ସୀମାନ୍ତରେ ନିଜ କାର୍ଯ୍ୟକ୍ରମ କରିବାକୁ ଆନ୍ଧ୍ରକୁ ବେଶ୍‌ ସୁହାଇଥିଲା। ବ୍ଲକ ଅଧ୍ୟକ୍ଷା ପାଙ୍ଗୀ ଘଟଣାସ୍ଥଳରେ ପହଞ୍ଚତ୍ ଅନୁପ୍ରବେଶକାରୀ ଆନ୍ଧ୍ର ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଓଡ଼ିଶାର ସୀମାନ୍ତ ଗ୍ରାମଗୁଡିକରେ କାହିଁକି ଅନୁପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଛ ବୋଲି ପ୍ରଶ୍ନ କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ବନ୍ଦ କରି ତୁରନ୍ତ ଉକ୍ତ ଗ୍ରାମ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଆନ୍ଧ୍ର ସ୍ବାସ୍ଥ୍ୟ ଟିମ୍‌ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଏହି ସୂଚନା ପାଇ ଅପରାହ୍ନରେ ବିଡିଓ ସୁକାନ୍ତ ପଟ୍ଟନାୟକ ଗାଲିଗାବଡାର ଗ୍ରାମକୁ ଗସ୍ତ କରିଥିଲେ। ଶନିବାର ମଧ୍ୟ ସେ ଏହି ଗ୍ରାମକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ବାହାର ରାଜ୍ୟର କର୍ମଚାରୀଙ୍କ ସ୍ବାସ୍ଥ୍ୟସେବାର ସୁଯୋଗ ନ ନେବାକୁ ପରାମର୍ଶ ଦେଇଥିଲେ। ସରକାରଙ୍କ ପକ୍ଷରୁ ଏଠାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରୁ ଯେକୌଣସି ରୋଗ ପାଇଁ ଚିକିତ୍ସା କରି ଔଷଧ ନେବାକୁ ସେ କହିଥିଲେ। ସୂଚନାଯୋଗ୍ୟ, ଆନ୍ଧ୍ର କେବଳ କୋଟିଆ ପଞ୍ଚାୟତ ନୁହେଁ, କୋଟିଆ ସମେତ ଅନ୍ୟ ସୀମାନ୍ତ ପଞ୍ଚାୟତର ଗ୍ରାମଗୁଡିକରେ ଅନୁପ୍ରବେଶ କରି ନିଜର ସ୍ଥିତି ଜାହିର କରିବାକୁ ଉଦ୍ୟମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri