ଓଡ଼ିଶା ସୀମାନ୍ତ ଗାଁରେ ଆନ୍ଧ୍ରର ଗ୍ରାମସଭା

ପଟ୍ଟାଙ୍ଗି,୨୩ା୮(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ଥିବା କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମଗୁଡିକରେ ଉନ୍ନୟନମୂଳକ କାର୍ଯ୍ୟ ଯଥା ଏମ୍‌ଜିଏନ୍‌ଆରଇଜିଏସ୍‌ ନିମନ୍ତେ ରାଜ୍ୟର ୨୯ଟି ଗ୍ରାମରେ ଆନ୍ଧ୍ର ପ୍ରଦେଶ ଟିଡିପି ସରକାର ଶୁକ୍ରବାର ଗ୍ରାମସଭା କରିଥିଲା।

ଏହା ସହିତ ଓଡିଶାର ଧୂଳିପଦର, ନେରିଡିବାଲସା, ତଳ ଗଞ୍ଜେଇ ପଦର, ଫଗୁଣସିନେରି ଏବଂ ଫାଟୁସିନେରି ଆଦି ଗ୍ରାମରେ ମଧ୍ୟ ଗ୍ରାମସଭା ସହ ସ୍ବାସ୍ଥ୍ୟମେଳା କରି ସୀମାନ୍ତବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ବଣ୍ଟନ କରିଛି।

ଏହି ସମୟରେ ଆନ୍ଧ୍ରର ଉକ୍ତ ଗ୍ରାମସଭାରେ ଓଡ଼ିଶାର ଉପରୋକ୍ତ ୫ ଗ୍ରାମର ଲୋକେ ନିଜ ନିଜ ଅଞ୍ଚଳରେ ରାସ୍ତା ଘାଟଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ, ଶିକ୍ଷା ଓ ବିଦ୍ୟୁତ୍‌ ସେବା ସମସ୍ୟା ସମ୍ପର୍କରେ ଦରଖାସ୍ତ ଦେଇ ଥିଲେ। ଏପରିକି ଟିଡିପି ସରକାର କିପରି ସମସ୍ୟା ସମାଧାନ କରିବ ସେଥିପ୍ରତି ଦୃଷ୍ଟି ଦେବାକୁ ସାଲୁର ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅନ୍ୟପକ୍ଷରେ ଆନ୍ଧ୍ରର ସରକାରୀ କର୍ମଚାରୀ ଏହିପରି କାର୍ଯ୍ୟକ୍ରମ କରି ଲୋକଙ୍କଠାରୁ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ଦରଖାସ୍ତ ଗ୍ରହଣ କରୁଥିବା ବେଳେ ଓଡ଼ିଶାର ପଟ୍ଟାଙ୍ଗି ତହସିଲ କାର୍ଯ୍ୟାଳୟ ପକ୍ଷରୁ ତଳ ଗଞ୍ଜେଇ ପଦରେ ଜଙ୍ଗଲ ଗ୍ରାମକୁ କିପରି ରେଭିନ୍ୟୁ ଗ୍ରାମ କରାଯାଇପାରିବ ସେନେଇ ସ୍ବତନ୍ତ୍ର ଗ୍ରାମସଭା କରାଯାଇଥିଲା।

ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ପଶି ଏପରି କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ତହସିଲ କର୍ମଚାରୀଙ୍କ ଦୃଷ୍ଟିକୁ ଆସି ପାରିନଥିଲା। ଏହି ସମ୍ପର୍କରେ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ଆନ୍ଧ୍ରର ଗ୍ରାମସଭା କାର୍ଯ୍ୟକ୍ରମ ସମ୍ପର୍କରେ ପଚାରିବାରୁ ଆମେ ତଳ ଗଞ୍ଜେଇ ପଦର ଗ୍ରାମରେ ସ୍ବତନ୍ତ୍ର ଗ୍ରାମସଭା କରିବା ସମୟରେ ଆନ୍ଧ୍ରର କେହି ନ ଥିଲେ। କିନ୍ତୁ ଆମେ ଫେରି ଆସିବା ପରେ ସେମାନେ ତାଙ୍କ କାର୍ଯ୍ୟକ୍ରମ କରିଥାଇ ପାରନ୍ତି ବୋଲି ସେ କହିବା ସହ ଆନ୍ଧ୍ରର ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ସରିବା ପରେ ଆନ୍ଧ୍ରର ଟିଡିପି ସରକାରଙ୍କ ଅଧିକାରୀ ବା କର୍ମଚାରୀ ଓଡ଼ିଶାର କୋଟିଆ ପଞ୍ଚାୟତରେ ଏହା ଦ୍ୱିତୀୟ ଥର ଅନୁପ୍ରବେଶ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri