Posted inଜାତୀୟ

ଓ୍ବକ୍‌ଫ ବୋର୍ଡ ଭାଙ୍ଗିବାକୁ ନିର୍ଦ୍ଦେଶ ଜାରିକଲେ ଆନ୍ଧ୍ର ସରକାର

ବିଜୟଓ୍ବାଡ଼ା,୧ା୧୨: ରାଜ୍ୟ ଓ୍ବକଫ୍‌ ବୋର୍ଡ ଗଠନ ପାଇଁ ପୂର୍ବ ସରକାର ସମୟରେ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବୋର୍ଡ ଅଧ୍ୟକ୍ଷ ନିର୍ବାଚନ ଉପରେ ସ୍ଥଗିତାଦେଶ ଯୋଗୁ ଦୀର୍ଘଦିନ ହେବ ଏହା ଅଚଳ ହୋଇ ରହିଛି। ତେଣୁ ଓ୍ବକ୍‌ଫ ବୋର୍ଡ ଭାଙ୍ଗିବା ପାଇଁ ଶନିବାର ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଉକ୍ତ ପ୍ରସଙ୍ଗ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୨୧ରେ ଶେକ୍‌ ଖାଜାଙ୍କୁ ମୁତାଓ୍ବାଲ, ବିଧାୟକ ହାଫିଜ ଖାନ୍‌ ଏବଂ ବିଧାନ ପରିଷଦ ସଦସ୍ୟ ରୁହୁଲ୍ଲାଙ୍କୁ ସଦସ୍ୟ ନିର୍ବାଚନ କରାଯାଇଥିବା ବେଳେ ଅନ୍ୟ ୮ ଜଣଙ୍କୁ ଓ୍ବାକ୍‌ଫ ବୋର୍ଡ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ଖାଜାଙ୍କ ନିର୍ବାଚନ ଏବଂ ଓ୍ବକ୍‌ଫ ବୋର୍ଡ ଗଠନ ପାଇଁ ଜିଓ ୪୭ର ବୈଧତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଫଳରେ ହାଇକୋର୍ଟ ବୋର୍ଡ ଅଧ୍ୟକ୍ଷ ନିର୍ବାଚନ ଉପରେ ସ୍ଥଗିତାଦେଶ ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଓଡ଼ିଶା ଫୁଡ୍‌ ପ୍ରୋସେସିଂ -୨୦୨୬ ଆଣ୍ଡ ଇନ୍‌ଭେଷ୍ଟର ରୋଡ୍‌ ଶୋ କାର୍ଯ୍ୟକ୍ରମରେ…

ଧାରଣାରତ ମହିଳାଙ୍କୁ ପୋଲିସ ଭ୍ୟାନ୍‌ରେ ପୂରାଇ ଭଙ୍ଗାଗଲା ଘର

ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ବୁଧବାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଯୁକ୍ତ କ୍ଷତିପୂରଣ ଏବଂ ଉଚିତ ଥଇଥାନ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri