୩ଜଣଙ୍କୁ ଗିରଫ କରିଥିଲା କୋଟିଆ ପୋଲିସ, ବେଲ୍ କରାଇଲେ ଆନ୍ଧ୍ର ଆଇନଜୀବୀ

ପଟ୍ଟାଙ୍ଗି,୨୮।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନ କୋଟିଆ ପଞ୍ଚାୟତର ଉପର ସେମ୍ବି ଗ୍ରାମର ତିନି ବ୍ୟକ୍ତିଙ୍କୁ ଓଡ଼ିଶା ପକ୍ଷରୁ କୋଟିଆ ପୋଲିସ ଦ୍ୱାରା ଗିରଫ କରା ଯାଇଥିଲା । ତେବେ ସୋମବାର ଆନ୍ଧ୍ର ରାଜ୍ୟର ଟିଡିପି ଦଳର କର୍ମୀ ଏବଂ ଆଇନଜୀବୀ କେ Laxman ରାଓ କୋରାପୁଟ କୋର୍ଟରେ ପହଞ୍ଚି ବେଲ୍ ଆବେଦନ କରିଛନ୍ତି ।

ସୂଚନା ଅନୁଯାଇ ଉକ୍ତ ଗ୍ରାମରେ ଓଡିଶା ସରକାରଙ୍କ ପକ୍ଷରୁ ଚାଲିଥିବା ଜନଗଣନା କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ଗ୍ରାମବାସୀଙ୍କୁ ପ୍ରବତ୍ତାଉଥିଲେ । ତିନି ବ୍ୟକ୍ତି ଯଥା ପିଲୁକୁ ତାଡିଙ୍ଗି, ଚିରଞ୍ଜୀବ ତାଡିଙ୍ଗି ଓ ସନାମା ତାଡିଙ୍ଗି ପ୍ରମୁଖଙ୍କ ବିରୋଧରେ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କ ଲିଖିତ ଅଭିଯୋଗ କ୍ରମେ କୋଟିଆ ପୋଲିସ ଏକ କେସ ରୁଜ୍ଜୁ କରି ପ୍ରଥମେ ପିଲୁକୁ ଓ ଚିରଞ୍ଜୀବ୍ ଦୁହେଁ ଙ୍କୁ ୨୫ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ୨୬ ତାରିଖରେ ସନାମା ତାଡିଙ୍ଗିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଦୁଇ ରାଜ୍ୟ ଯଥା ଓଡିଶାର ପଟ୍ଟାଙ୍ଗି ବିଧାୟକ ଏବଂ ଆନ୍ଧ୍ର ରାଜ୍ୟର ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ବାକ୍ ଯୁଦ୍ଧ ।

ସେପଟେ ଏହିପରି ଦୃଶ୍ୟକୁ ଦୃଷ୍ଟିରେ ରଖି ଆନ୍ଧ୍ର ରାଜ୍ୟର ଟିଡିପି ଦଳର କର୍ମୀ ଯଥା ଆଇନଜୀବୀ କେ Laxman ରାଓ ଙ୍କୁ ନେଇ କୋଟିଆ ପଞ୍ଚାୟତର ଉପର ସେମ୍ବି ଗ୍ରାମ ସହ ଅନ୍ୟ ଗ୍ରାମବାସୀ କୋରାପୁଟ କୋର୍ଟରେ ପହଞ୍ଚି ଗିରଫ ତିନି ଜଣଙ୍କ ବେଲ୍ ଆବେଦନ କରି ବେଲ୍ କରି ଉକ୍ତ ପଞ୍ଚାୟତ ର ସୀମାନ୍ତ ବର୍ତ୍ତି ଗ୍ରାମ ଗୁଡିକକୁ ଦୃଢ ସମର୍ଥନ ଜଣାଇଛି । ଯାହାକି ତିନି ଗିରଫ ବ୍ୟକ୍ତି ମଙ୍ଗଳବାର ଜେଲରୁ ବାହାରିବା ସୂଚନା ରହିଛି । ଅନ୍ୟପକ୍ଷରେ ଏହି ଗିରଫ ପରେ ଉକ୍ତ ପଞ୍ଚାୟତର ମାଡକାର ଓ ଉପର ସେମ୍ବି ଦୁଇ ଗ୍ରାମବାସୀ ସ୍ଥାନୀୟ ତହସିଲଦାର ଧାରୁଆ ଏବଂ ବ୍ଲକ୍ ପ୍ରଶାସନ ମିଳିତ ଏକ ଦଳ ଗସ୍ତ କରି ଜନଗଣନା କାର୍ଯ୍ୟକ୍ରମ ସ୍ଥିତି ଅନୁଧ୍ୟାନ କରିବା ସମୟରେ ଓଡ଼ିଶାର ଜନଗଣନା କାର୍ଯ୍ୟକ୍ରମକୁ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ପ୍ରକାଶ କରିଛନ୍ତି ।

 

Dharitri – Odisha’s No.1 Odia Daily

Share
Tags: patangi news