Posted inଜାତୀୟ

ଅନ୍ଧେରୀ ଇଷ୍ଟ ଉପ-ନିର୍ବାଚନ: ନୋଟାରେ ଭୋଟ ଦେବାକୁ ଭୋଟରଙ୍କୁ ଟଙ୍କା ଦେଉଛି ଭାଜପା, ଉଦ୍ଧବ ସମର୍ଥକଙ୍କ ଅଭିଯୋଗ…

ମୁମ୍ବାଇ,୧।୧ : ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ମଙ୍ଗଳବାର ଅଭିଯୋଗ କରିଛି ଯେ ଅନ୍ଧେରୀ ଇଷ୍ଟ ଉପ-ନିର୍ବାଚନରେ ଭୋଟରଙ୍କୁ ଉପରୋକ୍ତ କୌଣସିଟ ନୁହେଁ (ନୋଟା) ବିକଳ୍ପରେ ଭୋଟ ଦେବାକୁ ଭାଜପା ପକ୍ଷରୁ ଟଙ୍କା ଦିଆଯାଉଛି। ମଙ୍ଗଳବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଉପ-ନର୍ବାଚନ ପାଇଁ ପ୍ରଚାରର ଶେଷ ସମୟ ଥିଲା।

ଦଳର ବରିଷ୍ଠ ନେତା ଅନିଲ ପରାବ କହିଛନ୍ତି ଯେ ତାଙ୍କ ଦଳ ନିର୍ବାଚନ କମିଶନଙ୍କ ସହ ପୋଲିସ ସମ୍ମୁଖରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି। ଆଗାମୀ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେଶନ (ବିଏମସି) ନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ଅନୁଭୁତ ହେବ। କାରଣ ପ୍ରଥମ ଥର ପାଇଁ ମହା ବିକାଶ ଅଘାଡି (ଏମଭିଏ)ର ମିଳିତ ଶକ୍ତି ଦୃଶ୍ୟମାନ ହେବ। ଏମଭିଏ ଉଦ୍ଧବଙ୍କ ନେତୃତ୍ୱାଧୀନ ଶିବସେନା, ଏନସିପି ଏବଂ କଂଗ୍ରେସକୁ ନେଇ ଗଠିତଦ୍‌। ସେ ଅଭିଯୋଗ କରିଛନ୍ତି ଯେ ନୋଟାରେ ଭୋଟ ଦେବାଲାଗି ଲୋକଙ୍କୁ ଟଙ୍କା ଦିଆଯାଉଛି।

ତାଙ୍କ ପାର୍ଟି ପାଖରେ ଏଭଳି କାର୍ଯ୍ୟର ଭିଡିଓ କ୍ଲିପ ଅଛି ଯେଉଁଥିରେ ରାମଦାସ ଅଠାୱଲେଙ୍କ ନେତୃତ୍ୱାଧୀନ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ) କର୍ମୀମାନେ ଦେଖାଯାଉଛନ୍ତି। ଶିବସେନା ଉଦ୍ଧବ ବାଲାସାହେବ ଠାକରେ ପାର୍ଟି ସ୍ବର୍ଗତଃ ବିଧାୟକ ରମେଶ ଲଟେକଙ୍କ ପତ୍ନୀ ଋତୁଜା ଲଟକେଙ୍କୁ ପ୍ରାର୍ଥୀ କରାଯାଇଛି। ରମେଶଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ଅଛି। ଏଥିରେ ଏହି ଉପ-ର୍ନିବାଚନ ଅନୁଷ୍ଠିତ ହେଉଛି।

ଭାଜପା ମୁର୍ଜି ପଟେଲଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ପରେ ଦଳ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲା। ଗୋଟିଏ ପଟେ ଭାଜପା ପ୍ରାର୍ଥୀ ପ୍ରତ୍ୟାହାର କରି କହୁଛି ଯେ ମୃତ ବିଧାୟକଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ପ୍ରାର୍ଥୀ ନଦେବା ପରମ୍ପରାକୁ ସମ୍ମାନ କରେ। ଅନ୍ୟପକ୍ଷରେ ଲୋକଙ୍କୁ ନୋଟାରେ ଭୋଟ ଦେବାକୁ ଟଙ୍କା ଦେଉଛି ବୋଲି ପରାବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଆପଣଙ୍କ ବିଲରେ LPG ଦେୟ ଯୋଡୁଥିଲେ ତୁରନ୍ତ କରିପାରିବେ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩୦।୩: ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି, ସେମାନଙ୍କୁ ଗ୍ରାହକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri