Posted inଖେଳ

ଅବସର ପରେ ମେଗା ଅକ୍ସନରେ ପାଦ ରଖିଲେ ଆଣ୍ଡରସନ, ୧୦ ବର୍ଷ ପୂର୍ବରୁ ଖେଳିଥିଲେ ଶେଷ ଟି-୨୦ ମ୍ୟାଚ

ନୂଆଦିଲ୍ଲୀ,୬।୧: ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଆଇପିଏଲ ୨୨୫ ପାଇଁ ମେଗା ନିଲାମରେ ନିଜକୁ ପଞ୍ଜୀକୃତ କରିଛନ୍ତି। ୪୨ବର୍ଷିୟ ଆଣ୍ଡରସନ ତାଙ୍କର ପ୍ରଥମ ଆଇପିଏଲ ଋତୁକୁ ଚାହିଁ ରହିଛନ୍ତି। ଏହାପୂର୍ବରୁ ସେ ଥରେ ଆଇପିଏଲ ଖେଳି ନଥିଲେ। ଆଣ୍ଡରସନ ବିଶ୍ୱର କୌଣସି ଲିଗର ଅଂଶ ନୁହଁନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ସେ ଇଂଲଣ୍ଡର କ୍ୱାଲିଟି ବ୍ଲାଷ୍ଟ ଲିଗରେ ଭାଗ ନେଇଛନ୍ତି। ବର୍ତ୍ତମାନ ଆଣ୍ଡରସନ ଇଂଲଣ୍ଡ ବାହାରେ ଟି -୨ କ୍ରିକେଟ ଲିଗ ଖେଳିବାକୁ ଆଗ୍ରହୀ ଥିବା ଜଣାପଡିଛି। ଖବର ଅନୁଯାୟୀ, ଆଣ୍ଡରସନ ଆଇପିଏଲ ପାଇଁ ତାଙ୍କର ବେସ୍‌ ପ୍ରାଇସ୍‌ ୧.୨୫କୋଟି ଟଙ୍କା ରଖିଛନ୍ତି। ଏବେ ଆଣ୍ଡରସନଙ୍କ ଉପରେ କେଉଁ ଦଳ ବିଡ କରିବେ ତାହା ଦେଖିବାକୁ ବାକି ଅଛି।

ସୂଚନାଯୋଗ୍ୟ, ଆଣ୍ଡରସନ ପ୍ରାୟ ୧୦ ବର୍ଷ ପୂର୍ବେ ତାଙ୍କ କ୍ୟାରିୟରର ଶେଷ ଟି -୨୦ମ୍ୟାଚ ଖେଳିଥିଲେ, ଯେତେବେଳେ ସେ ଶେଷ ଥର ପାଇଁ ୨୧୪ରେ ଭ୍ୟାଲିଟି ବ୍ଲାଷ୍ଟରେ ଭାଗ ନେଇଥିଲେ। ଏବେ ପ୍ରଶ୍ନ ଉଠେ ଯେ ୪୨ ବର୍ଷ ବୟସ୍କ ଫାଷ୍ଟ ବୋଲରଙ୍କୁ କିଏ କିଣିବେ? ଯିଏ ୧୦ ବର୍ଷ ପୂର୍ବେ ତାଙ୍କର ଶେଷ ଟି -୨୦ ମ୍ୟାଚ ଖେଳିଥିଲେ। ଏହି ପ୍ରଶ୍ନର ଉତ୍ତର କେବଳ ନିଲାମରେ ମିଳିବ।
ଆଣ୍ଡରସନ ଗତ କିଛି ବର୍ଷ ଧରି ଇଂଲଣ୍ଡ ପାଇଁ କେବଳ ଟେଷ୍ଟ କ୍ରିକେଟ ଖେଳୁଥିଲେ। ଜୁଲାଇ ୨୦୨୪ରେ ଲର୍ଡସ ଠାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ ଖେଳି ସେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଶେଷ କରିଥିଲେ। ଆନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେବା ପରେ ଆଣ୍ଡରସନଙ୍କୁ ଇଂଲଣ୍ଡ କ୍ୟାମ୍ପରେ ଜଣେ ମେଣ୍ଟର ଭାବରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri