Posted inଖେଳ

ଅବସର ପରେ ମେଗା ଅକ୍ସନରେ ପାଦ ରଖିଲେ ଆଣ୍ଡରସନ, ୧୦ ବର୍ଷ ପୂର୍ବରୁ ଖେଳିଥିଲେ ଶେଷ ଟି-୨୦ ମ୍ୟାଚ

ନୂଆଦିଲ୍ଲୀ,୬।୧: ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଆଇପିଏଲ ୨୨୫ ପାଇଁ ମେଗା ନିଲାମରେ ନିଜକୁ ପଞ୍ଜୀକୃତ କରିଛନ୍ତି। ୪୨ବର୍ଷିୟ ଆଣ୍ଡରସନ ତାଙ୍କର ପ୍ରଥମ ଆଇପିଏଲ ଋତୁକୁ ଚାହିଁ ରହିଛନ୍ତି। ଏହାପୂର୍ବରୁ ସେ ଥରେ ଆଇପିଏଲ ଖେଳି ନଥିଲେ। ଆଣ୍ଡରସନ ବିଶ୍ୱର କୌଣସି ଲିଗର ଅଂଶ ନୁହଁନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ସେ ଇଂଲଣ୍ଡର କ୍ୱାଲିଟି ବ୍ଲାଷ୍ଟ ଲିଗରେ ଭାଗ ନେଇଛନ୍ତି। ବର୍ତ୍ତମାନ ଆଣ୍ଡରସନ ଇଂଲଣ୍ଡ ବାହାରେ ଟି -୨ କ୍ରିକେଟ ଲିଗ ଖେଳିବାକୁ ଆଗ୍ରହୀ ଥିବା ଜଣାପଡିଛି। ଖବର ଅନୁଯାୟୀ, ଆଣ୍ଡରସନ ଆଇପିଏଲ ପାଇଁ ତାଙ୍କର ବେସ୍‌ ପ୍ରାଇସ୍‌ ୧.୨୫କୋଟି ଟଙ୍କା ରଖିଛନ୍ତି। ଏବେ ଆଣ୍ଡରସନଙ୍କ ଉପରେ କେଉଁ ଦଳ ବିଡ କରିବେ ତାହା ଦେଖିବାକୁ ବାକି ଅଛି।

ସୂଚନାଯୋଗ୍ୟ, ଆଣ୍ଡରସନ ପ୍ରାୟ ୧୦ ବର୍ଷ ପୂର୍ବେ ତାଙ୍କ କ୍ୟାରିୟରର ଶେଷ ଟି -୨୦ମ୍ୟାଚ ଖେଳିଥିଲେ, ଯେତେବେଳେ ସେ ଶେଷ ଥର ପାଇଁ ୨୧୪ରେ ଭ୍ୟାଲିଟି ବ୍ଲାଷ୍ଟରେ ଭାଗ ନେଇଥିଲେ। ଏବେ ପ୍ରଶ୍ନ ଉଠେ ଯେ ୪୨ ବର୍ଷ ବୟସ୍କ ଫାଷ୍ଟ ବୋଲରଙ୍କୁ କିଏ କିଣିବେ? ଯିଏ ୧୦ ବର୍ଷ ପୂର୍ବେ ତାଙ୍କର ଶେଷ ଟି -୨୦ ମ୍ୟାଚ ଖେଳିଥିଲେ। ଏହି ପ୍ରଶ୍ନର ଉତ୍ତର କେବଳ ନିଲାମରେ ମିଳିବ।
ଆଣ୍ଡରସନ ଗତ କିଛି ବର୍ଷ ଧରି ଇଂଲଣ୍ଡ ପାଇଁ କେବଳ ଟେଷ୍ଟ କ୍ରିକେଟ ଖେଳୁଥିଲେ। ଜୁଲାଇ ୨୦୨୪ରେ ଲର୍ଡସ ଠାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ ଖେଳି ସେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଶେଷ କରିଥିଲେ। ଆନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେବା ପରେ ଆଣ୍ଡରସନଙ୍କୁ ଇଂଲଣ୍ଡ କ୍ୟାମ୍ପରେ ଜଣେ ମେଣ୍ଟର ଭାବରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri