Posted inଖେଳ

କୋହଲିଙ୍କୁ ଆଉଟ୍‌ କରି ଏମିତି କାରନାମା କଲେ ଆଣ୍ଡରସନ୍‌

ଲିଡ୍ସ,୨୬।୮: ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ୩୯ ବର୍ଷ ବୟସରେ ମଧ୍ୟ ଚମତ୍କାର ବୋଲିଂ ଜାରି ରଖିଛନ୍ତି। ୧୮ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ଆଣ୍ଡରସନଙ୍କ ସ୍ବିଙ୍ଗ ବଲ ପଢିବା କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ନୁହେଁ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ଆଣ୍ଡରସନ ଦ୍ୱିତୀୟ ଥର ପାଇଁ ଅଧିନାୟକ କୋହଲିଙ୍କୁ ତାଙ୍କର ଶିକାର କରିଛନ୍ତି। ଲିଡ୍ସରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ କୋହଲି ପୁଣି ଥରେ ଆଣ୍ଡରସନଙ୍କ ବଲକୁ ଖେଳିପାରି ନ ଥିଲେ। ଟେଷ୍ଟ କ୍ରିକେଟରେ ସପ୍ତମ ଥର ପାଇଁ ଆଣ୍ଡରସନ କୋହଲିଙ୍କୁ ଆଉଟ୍‌ କରିଛନ୍ତି। ଲର୍ଡସରେ ଟିମ ଇଣ୍ଡିଆ ଯେପରି ଜିତିଲା ପରେ ଲାଗୁଥିଲା ଯେ ଏହି କୀର୍ତ୍ତି ଲିଡ୍ସରେ ମଧ୍ୟ ସହଜରେ ପୁନରାବୃତ୍ତି ହେବ। କିନ୍ତୁ ତାହା ହୋଇ ନ ଥିଲା। ଟସ ଜିତିବା ପରେ କୋହଲି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଆଣ୍ଡରସନ ଏକକ ଭାବରେ ତାଙ୍କ ନିଷ୍ପତ୍ତି ଭୁଲ ପ୍ରମାଣ କରିଥିଲେ।
କୋହଲିଙ୍କୁ ଆଉଟ କରିବା ମାତ୍ରେ ଆଣ୍ଡରସନ ପାକିସ୍ତାନର ମହାନ ବୋଲର ୱାସିମ ଆକ୍ରାମଙ୍କ ସହ ସମାନ ହୋଇଥିଲେ। ଆଣ୍ଡରସନଙ୍କ ଏବେ ୯୧୬ଟି ଅନ୍ତର୍ଜାତୀୟ ଉଇକେଟ ରହିଛି। ତାଙ୍କ ନାମରେ ମଧ୍ୟ ସମାନ ସଂଖ୍ୟକ ଉଇକେଟ ରହିଛି। ଏହି ଦୁଇଜଣଙ୍କଠାରୁ କେବଳ ମୁଥିଆ ମୁରଲୀଥରନ (୧୩୪୭), ସେନ୍‌ ୱାର୍ଣ୍ଣ (୧୦୦୧), ଅନିଲ କୁମ୍ବଲେ (୯୫୬) ଏବଂ ଗ୍ଲେନ ମ୍ୟାକଗ୍ରାଥ (୯୪୯) ଆଗରେ ଅଛନ୍ତି। ୱାସିମ ଆକ୍ରାମ ଏବଂ ଗ୍ଲେନ ମ୍ୟାକଗ୍ରାଥ ନିଜ କ୍ୟାରିୟରରେ ୪୪.୫ ଷ୍ଟ୍ରାଇକ ହାରରେ ଉଇକେଟ ନେଇଛନ୍ତି। ଏଥିସହିତ ମୁଥିଆ ମୁରଲୀଧରନ ପ୍ରତ୍ୟେକ ୪୭ତମ ବଲରେ ଉଇକେଟ ନେଇଥିଲେ। ଏହା ପରେ ଜେମ୍ସ ଆଣ୍ଡରସନଙ୍କ ନମ୍ବର ଆସେ, ଯାହାର ଷ୍ଟ୍ରାଇକ ହାର ୪୯.୬। ଏଥି ସହିତ ୱାର୍ଣ୍ଣ ୫୧.୨ ଏବଂ କୁମ୍ବଲେ ୫୭.୮ ଷ୍ଟ୍ରାଇକ ହାରରେ ନିଜ କ୍ୟାରିୟରରେ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri