Posted inଜାତୀୟ

ପୁଣି ମୁକେଶ ଅମ୍ବାନୀଙ୍କ ପରିବାରକୁ ଧମକ: ୩ ଘଣ୍ଟାରେ ପୂରା ପରିବାରକୁ କରିଦେବୁ ଶେଷ

ମୁମ୍ବାଇ,୧୫।୮: ଦେଶର ବଡ଼ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ପୁଣି ଥରେ ଧମକ ଦିଆଯାଇଛି। ଏଥର ରିଲାଏନ୍ସ ଫାଉଣ୍ଡେଶନ ହସ୍ପିଟାଲ ନମ୍ବରରେ ଏକ ଧମକପୂର୍ଣ୍ଣ ଫୋନ କଲ ଆସିଛି। କଲ କରିଥିବା ବ୍ୟକ୍ତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ଧମକ ଦେଇ କହିଥିଲେ, ୩ ଘଣ୍ଟାରେ ପୂରା ପରିବାରକୁ ଶେଷ କରିଦେବୁ। ଏନେଇ ହସ୍ପିଟାଲ ପକ୍ଷରୁ ଡିବି ମାର୍ଗ ପୋଲିସ ଷ୍ଟେଶନରେ ଅଭିଯୋଗ କରାଯାଇଛି।
ସୂତ୍ରରୁ ପ୍ରକାଶ ଯେ, ସମୁଦାୟ ୮ଟି ଧମକପୂର୍ଣ୍ଣ କଲ ଆସିଥିଲା। ପୋଲିସ ବର୍ତ୍ତମାନ ଯାଞ୍ଚ କରିବାକୁ ଚେଷ୍ଟା କରୁଛି। ଧମକପୂର୍ଣ୍ଣ କଲ ବିଷୟରେ ସୂଚନା ପାଇବା ପରେ ମୁମ୍ବାଇ ପୋଲିସର ଏକ ଟିମ୍‌, ମହାରାଷ୍ଟ୍ର ଏଟିଏସ୍‌ ଟିମ୍‌ ଏବଂ କ୍ରାଇମବ୍ରାଞ୍ଚ ଟିମ ଆଣ୍ଟିଲିଆରେ ପହଞ୍ଚିଛନ୍ତି। ଏଥିସହିତ ପୋଲିସ ସାଦା ପୋଷାକରେ ଆଣ୍ଟିଲିଆ ଚାରିପାଖ ରାସ୍ତାରେ ବୁଲୁଛି। ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖାଯାଏ ତେବେ ତାଙ୍କୁ ପଚରାଉଚରା କରାଯିବ।
ସୂଚନାଯୋଗ୍ୟ, ଗତବର୍ଷ ମୁକେଶଙ୍କ ଘର ଆଣ୍ଟିଲିଆଠାରୁ କିଛି ଦୂରରେ ଏକ ସନ୍ଦିଗ୍ଧ କାର୍‌ ମିଳିଥିଲା। ଏଥିରୁ ୨୦ଟି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। କାର୍‌ରୁ ଏକ ଚିଠି ମଧ୍ୟ ମିଳିଥିଲା। ଚିଠିରେ ଅମ୍ବାନୀ ପରିବାରକୁ ଧମକ ଦିଆଯାଇଥିଲା। ଏହି ଘଟଣା ପରେ ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା।
୨୦୧୩ରେ ମୁକେଶ ହିଜବୁଲ ମୁଜାହିଦ୍ଦିନଙ୍କଠାରୁ ଧମକ ପାଇଥିଲେ। ଏହା ପରେ ତାଙ୍କୁ ତତ୍କାଳୀନ ମନମୋହନ ସିଂ ସରକାର ଜେଡ୍‌ ପ୍ଲସ୍‌ ସୁରକ୍ଷା ଯୋଗାଇ ଦେଇଥିଲେ। ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ ମଧ୍ୟ ଓ୍ବାଇ ପ୍ଲସ୍‌ ସୁରକ୍ଷା ଦିଆଯାଇଥିଲା। ଏଥିସହିତ ମୁକେଶ ଅମ୍ବାନୀଙ୍କ ପିଲାମାନଙ୍କୁ ମହାରାଷ୍ଟ୍ର ସରକାର ଗ୍ରେଡେଡ୍‌ ସୁରକ୍ଷା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri