ପୁଣି ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ୪ କର୍ମଚାରୀ କରୋନା ପଜିଟିଭ୍‌

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ମୁଖ୍ୟ କାର୍ଯ୍ୟାଳୟର ଆଉ କିଛି କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ୪ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ପ୍ରକାଶ ଯେ, ପୂର୍ବରୁ ବିଏମ୍‌ସିର ୨୨ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରଠାରୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଜରୁରୀ ନ ଥିଲେ କାର୍ଯ୍ୟାଳୟକୁ ନ ଆସିବା ଲାଗି ନିବେଦନ କରାଯାଇଛି।