ଆଉ ୩ ଚାଇନା ନାଗରିକଙ୍କ ବିରୋଧରେ ଏଲ୍‌ଓସି

ଭୁବନେଶ୍ୱର,୫ା୮(ସତ୍ୟଜିତ୍‌ ରାଉତ):ଦେଶର ବଡ଼ ଶିଳ୍ପପତି, କ୍ରୀଡ଼ାବିତ୍‌ ଓ ଅଭିନେତାଙ୍କ ଫଟୋ ବ୍ୟବହାର କରି ଅନ୍‌ଲାଇନ୍‌ ପୋଞ୍ଜି ସ୍କାମ୍‌ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଧିକ ତଦନ୍ତ ଚଳାଇଛି। ଏହି ମାମଲାରେ ଚାଇନା ମାଷ୍ଟରମାଇଣ୍ଡ ଗୁଆଁହୁଆ ୱାଙ୍ଗ୍‌ଙ୍କ ବିରୋଧରେ ପୂର୍ବରୁ ଲୁକ୍‌ଆଉଟ୍‌ ସର୍କୁଲାର (ଏଲ୍‌ଓସି) ଜାରି ହୋଇଥିଲା। ଏବେ ତାଙ୍କ ସହଯୋଗୀ ତଥା ୩ ଚାଇନା ନାଗରିକଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଆରମ୍ଭ କରିଛି। ସେମାନେ ହେଲେ ଲିୟୁ ହୁଆଁ, ୱେନ୍‌ହ୍ୟୁ ଝେଙ୍ଗ୍‌ ଓ ଜିହ୍ୟୁ ଜିହାଲୁ। ଇଓଡବ୍ଲ୍ୟୁର ଅନୁରୋଧକ୍ରମେ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍‌ ଇମିଗ୍ରେଶନ୍‌ (ବିଓଆଇ) ଏମାନଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଛି। ବିଓଆଇ ପକ୍ଷରୁ ଦେଶର ସମସ୍ତ ଏୟାରପୋର୍ଟ ଓ ସି ବିଚ୍‌ ସମେତ ଅନ୍ୟାନ୍ୟ ଚେକ୍‌ ପୋଷ୍ଟରେ ଆଲର୍ଟ କରାଯାଇଛି। ଏଥିସହ ନଜର ରଖିବାକୁ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଓ ବିଦେଶୀ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସିଗୁଡ଼ିକ ସହ ମଧ୍ୟ ଯୋଗାଯୋଗ କରାଯାଉଛି। ତେବେ ଏମାନଙ୍କୁ ଧରିବା ଇଓଡବ୍ଲ୍ୟୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏହି ଠକେଇ ର଼୍ୟାକେଟ ପରିଚାଳନା ଦାୟିତ୍ୱରେ ଥିବା ଭାରତ ମୁଖ୍ୟ ଚିତ୍ରଭେଲ୍‌ଙ୍କୁ ଇଓଡବ୍ଲ୍ୟୁ ଗତ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ତାମିିଲନାଡ଼ୁରୁ ଗିରଫ କରିଥିବା ବେଳେ ସେ ଏବେ ଜେଲରେ ଅଛନ୍ତି।
ସୂଚନା ଅନୁଯାୟୀ, ମାଷ୍ଟରମାଇଣ୍ଡ ଗୁଆଁହୁଆ ତାଙ୍କ ସହଯୋଗୀଙ୍କ ସହ ୨୦୧୯ ବାଙ୍ଗାଲୋରକୁ ଆସି ସାଇବର ଠକେଇ କରିବାକୁ ପ୍ରାୟ ୧୪ଟି ସେଲ୍‌ କମ୍ପାନୀ ଖୋଲିଥିଲେ। କୋଭିଡ୍‌ ସମୟରେ ଗୁଆଁହୁଆ ତାଙ୍କ ସହଯୋଗୀଙ୍କୁ ନେଇ ଚାଇନା ପଳାଯିବା ସହ ଚିତ୍ରଭେଲ୍‌ଙ୍କ ସହଯୋଗରେ ଭାରତରେ ଏହି ସ୍କାମ୍‌ ଚଳାଉଥିଲେ। ଗ୍ରାହକମାନଙ୍କୁ ନିର୍ଯାତନା ଦେଉଥିବା ଗ୍ୟାଙ୍ଗକୁ ଚିତ୍ରଭେଲ୍‌ ହିଁ ପରିଚାଳନା କରୁଥିଲେ। ଏହି ଆପ୍‌ଗୁଡ଼ିକୁ ସରକାର ବ୍ୟାନ୍‌ କରିବା ପରେ ଚାଇନା ନାଗରିକମାନେ ଅନ୍‌ଲାଇନ୍‌ ପୋଞ୍ଜି ସ୍କାମ୍‌ କରି ଲୋକଙ୍କୁ ଫଶାଉଥିଲେ। ଫେକ୍‌ ଆପ୍‌ଗୁଡ଼ିକ ଦ୍ୱାରା ସେଲିବ୍ରିଟିଙ୍କ ଫଟୋକୁ ବିଜ୍ଞାପନ ରୁପେ ବ୍ୟବହାର କରି ଲୋକଙ୍କୁ ଆକୃଷ୍ଟ କରୁଥିଲେ। ୫ ଟଙ୍କାରୁ ୧୨୫ ଟଙ୍କା, ୨୦ ଟଙ୍କାରୁ ୧୨୮୫ ଟଙ୍କା ମିଳିବ ବୋଲି କୁହାଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ବହୁ ଟଙ୍କା ନେଇଯାଇ ଏହି ଠକ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri