ସେପ୍ଟେମ୍ବରରୁ ଅନନ୍ତଶୟନ ବିକାଶ କାର୍ଯ୍ୟ

ପରଜଙ୍ଗ, ୨୧ା୮(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ସରାଙ୍ଗ ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ନବମ ଶତାବ୍ଦୀର ଐତିହାସିକ କୀର୍ତ୍ତିରାଜି ଅନନ୍ତଶୟନ ପୀଠ ଏବଂ କୁଆଳୋସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର ଉନ୍ନତୀକରଣ ନିମନ୍ତେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଭାରତୀୟ ତୈଳ ନିଗମ ପକ୍ଷରୁ ଏଥିଲାଗି ଅର୍ଥ ଅଟକଳ କରାଯାଇଛି। ଆସନ୍ତା ସେପ୍ଟେମ୍ବରରୁ ଅନନ୍ତଶୟନ ପୀଠର ସୁରକ୍ଷା କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଏଏସ୍‌ଆଇ ଡିଜି କେ.କେ. ବାସା। ଢେଙ୍କାନାଳ ଜିଲା ଗସ୍ତରେ ଆସିଥିବା ଏଏସ୍‌ଆଇ ଡିଜି ରବିବାର ଅପରାହ୍ନରେ ଉଭୟ ପୀଠ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଅତିରିକ୍ତ ଜିଲାପାଳ ରମେଶ ସେଠୀ, ଏଏସ୍‌ପି ସୂର୍ଯ୍ୟମଣି ପ୍ରଧାନ, ପରଜଙ୍ଗ ତହସିଲଦାର ଏସ୍‌. ଶୁଭ୍ରା ପଟେଲ, ବିଡିଓ ମନ୍ମଥ ନାୟକ, ଥାନାଧିକାରୀ ପ୍ରଶାନ୍ତ ପାତ୍ରଙ୍କ ସମେତ ଏଏସ୍‌ଆଇ ଏବଂ ଏନ୍‌ଏମ୍‌ଏର ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।