ଟିକେଟ୍‌ ଛକାପଞ୍ଝା: ନବୀନ ନିବାସରେ ଅନନ୍ତ ନାରାୟଣଙ୍କ ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର, ୩।୪: ନବୀନ ନିବାସରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଶକ୍ତି ପ୍ରଦର୍ଶନ। ଟିକେଟ୍‌ ଛକାପଞ୍ଝା ମଧ୍ୟରେ ଶହ ଶହ ସମର୍ଥକଙ୍କ ସହ ସେ ନବୀନ ନିବାସରେ ପହଞ୍ଚିଛନ୍ତି ।

ଅମରେଶ ଜେନା ମଧ୍ୟ ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଲବି କରୁଛନ୍ତି । ତେବେ ଗୋଷ୍ଠୀ କନ୍ଦଳ କାରଣରୁ ଏହି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନି । ହେଲେ ଶେଷ ମୁହୂର୍ତ୍ତରେ କାହାକୁ ମିଳିବ ଟିକେଟ୍‌ ସେନେଇ ସମସ୍ତଙ୍କ ନଜର ରହିଛି।

ସୂଚନାଯୋଗ୍ୟ ଯେ, ଭାଜପା ଭୁବନେଶ୍ୱର ମଧ୍ୟ ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି । ଏହି ଆସନରୁ ଭାଜପା ପ୍ରାର୍ଥୀ ହେଇଛନ୍ତି ଜଗନ୍ନାଥ ପ୍ରଧାନ ।