ଅନନ୍ତ, ଶ୍ରୀନିବାସ, ଜୟୀରାମ ପାଇଲେ ‘ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର’

ଭୁବନେଶ୍ୱର,୧୮ା୧୧(ବନ୍ଦନା ସେଠୀ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩୨, ୩୩ ଓ ୩୪ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ରବିବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ସମ୍ମାନିତ ପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇବା ସହ ମନରେ ସାହସ ରଖି ନୂତନତ୍ୱକୁ ଆଧାର କରି ସିନେମା ନିର୍ମାଣ ପାଇଁ ଆହ୍ବାନ ଦେଇଛନ୍ତି। ଓଡ଼ିଆ ସିନେମା ଶିଳ୍ପର ସମୃଦ୍ଧି ପାଇଁ କଳାକାରଙ୍କ ନିମନ୍ତେ ସବ୍‌ସିଡି ବ୍ୟବସ୍ଥା କରାଯିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ସହ ସମସ୍ତ ସହଯୋଗ ଯୋଗାଇ ଦେବାଲାଗି ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ନିମନ୍ତେ ୨୦୨୦ ବର୍ଷ ପାଇଁ ଲେଖକ, ନିର୍ଦ୍ଦେଶକ ତଥା ନାଟ୍ୟକାର ଅନନ୍ତ ମହାପାତ୍ର, ୨୦୨୧ ପାଇଁ ଚିତ୍ରୋତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ଏବଂ ୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ସର୍ବୋଚ୍ଚ ସମ୍ମାନ ‘ମୋହନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର, ଟ୍ରଫି ଓ ଉପଢ଼ୌକନ ପ୍ରଦାନ କରାଯାଇଛି। ପୁରସ୍କାର ଗ୍ରହଣ କରି ଅନନ୍ତ କହିଲେ, ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ସବୁଠୁ ଉର୍ଦ୍ଧ୍ୱରେ। ତେଣୁ ସିନେମା ନିର୍ମାତାମାନେ ଆମ ସଂସ୍କୃତି ଓ ପରମ୍ପରାକୁ ନେଇ ସିନେମା ତିଆରି କରିବା ଆବଶ୍ୟକ। ସିନେମାରେ ସଂସ୍କୃତିର ଝଲକ ରହିଲେ ଏହାକୁ ପିଢ଼ି ପରେ ପିଢ଼ି ଆଦୃତିଲାଭ କରିବେ। ସେହିପରି ଶ୍ରୀନିବାସ କହିଲେ, ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଆମକୁ ସନ୍ଦେଶ ଦେଲାଣି ଯେ, ଆମକୁ ଆମ କର୍ତ୍ତବ୍ୟ ଏବଂ ଦାୟିତ୍ୱ ନିଷ୍ଠାର ସହ ତୁଲାଇବାକୁ ପଡିବ। ସେହିପରି ଜୟୀରାମ କହିଲେ, ଦର୍ଶକଙ୍କ ବିନା ସିନେମା ସଫଳ ହୋଇ ପାରିବନାହିଁ। ଆଜିର ଏହି ସଫଳତା ପଛରେ ଦର୍ଶକଙ୍କ ଭଲପାଇବା ଓ ତାଳି ରହିଛି। ତେଣୁ ଦର୍ଶକଙ୍କ ଭଲ ଲାଗିଲା ଭଳି ସିନେମା କରିବାକୁ ସେ ପରାମର୍ଶ ଦେଇଥିଲେ।
ସେହିପରି ୩୩ଟି ବର୍ଗରେ ୩ ବର୍ଷ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୦ ମସିହା ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ଶହୀଦ ରଘୁ ସର୍ଦ୍ଦାର’, ଶ୍ରେଷ୍ଠ ଅଭିନେତା ଦେବାଶିଷ ପାତ୍ର (ଶହୀଦ ରଘୁସର୍ଦ୍ଦାର) ଓ ଅମ୍ଳାନ ଦାସ (ରୋମି ରାଜା), ଶ୍ରେଷ୍ଠ ଅଭିନେତ୍ରୀ କାବ୍ୟା କିରଣ ଶୁକ୍ଳା ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ‘ରୋମିଓ ରାଜା’ ପାଇଁ ରାକେଶ ସାମଲଙ୍କୁ ପୁରସ୍କୃତ କରାଯାଇଛି। ୨୦୨୧ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’, ଓ ‘ଡାଲ୍‌ଚିନି’, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଫିଲ୍ମ ‘ତୃଷ୍ଣା’ ପାଇଁ ସୁରେଶ ପଟ୍ଟନାୟକ, ଶ୍ରେଷ୍ଠ ଅଭିନେତା ଦ୍ୱୀପନିତ ଦାଶମହାପାତ୍ର (ପ୍ରତୀକ୍ଷା) ଏବଂ ଅଙ୍କିତ କୁମାର(ଭୋକ), ଶ୍ରେଷ୍ଠ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ (ଡାଲ୍‌ଚିନି) ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ୨୦୨୨ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ‘ଦମନ’, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ (ମାୟାବୀ) ସୁଧାଂଶୁ ମୋହନ ସାହୁ, ଶ୍ରେଷ୍ଠ ଅଭିନେତା ବାବୁଶାନ୍‌ (ଦମନ) ଓ ଶ୍ରେଷ୍ଠ ଅଭିନେତ୍ରୀ ଲୋପାମୁଦ୍ରା ମିଶ୍ର (ବୋଉର ହାତବାକ୍ସ)ଙ୍କୁ ପୁରସ୍କୃତ କରାଯାଇଛି। ଏହାସହିତ ଶ୍ରେଷ୍ଠ କାହାଣୀକାର, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା, ଶ୍ରେଷ୍ଠ ସମ୍ପାଦନା, ଶ୍ରେଷ୍ଠ ଗୀତିକାର, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା, ଶ୍ରେଷ୍ଠ ଶିଶୁ ଅଭିନେତା, ଶ୍ରେଷ୍ଠ କଳା ନିର୍ଦ୍ଦେଶକ, ଶ୍ରେଷ୍ଠ ଖଳ ଅଭିନେତା, ଖଳ ଅଭିନେତ୍ରୀ, ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର, ଶ୍ରେଷ୍ଠ ସଂଳାପ ଲେଖକ, ଶ୍ରେଷ୍ଠ ରୂପ ସଜ୍ଜାକାରୀ, ଶ୍ରେଷ୍ଠ ନୃତ୍ୟ ସଂଯୋଜନା, ଶ୍ରେଷ୍ଠ ଓଡ଼ିଆ ସିନେମା ପୁସ୍ତକ, ସ୍ବତନ୍ତ୍ର ଜୁରୀ ପୁରସ୍କାର ଆଦି ୩୩ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ସମାଜ ପରିବର୍ତ୍ତନରେ ଚଳଚ୍ଚିତ୍ରର ସୁଦୂରପ୍ରସାରୀ ପ୍ରଭାବ ରହିଛି। ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ପୂଜ୍ୟପୂଜାର ପ୍ରତୀକ। ଏହା ଓଡ଼ିଆ ଚଳଚ୍ଚିତ୍ରର ପୂର୍ବ ଗରିମା ଫେରାଇ ଆଣିବା ସହ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ଆଗେଇ ନେବା ପାଇଁ ପ୍ରେରଣା ଯୋଗାଇବ। ତେଣୁ ଏ ଦିଗରେ ସମସ୍ତେ ସହଯୋଗ କରିବାକୁ ଅତିଥିମାନେ ନିବେଦନ କରିଥିଲେ। ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଓ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?