ମହାପ୍ରଭୁଙ୍କ ଦର୍ଶନ କଲେ ଅନନ୍ତ ଅମ୍ବାନୀ

ପୁରୀ ଅଫିସ,୨୪।୧: ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ। ମଙ୍ଗଳବାର ଅପରାହ୍ନରେ ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ଗସ୍ତ କରିଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଏହାପରେ ସେ ଭୁବନେଶ୍ୱର ଆସି ମୁମ୍ବାଇ ଫେରିଯିବେ ବୋଲି ଜଣାପଡ଼ିଛି।

ତେବେ ନିକଟରେ ରାଧିକା ମର୍ଚ୍ଚାଣ୍ଟଙ୍କ ସହ ଅନନ୍ତଙ୍କ ନିର୍ବନ୍ଧ ଶେଷ ହୋଇଛି। ଏମିତିରେ ସେ ବିବାହ ପୂର୍ବରୁ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେବାକୁ ଓଡ଼ିଶା ଆସିଛନ୍ତି। ସୋମବାର ସେ ଗୌହାଟୀର କାମାକ୍ଷା ପୀଠକୁ ଯାଇଥିଲେ।