ଜୋର୍‌ ଧରିଲା ଆନନ୍ଦପୁର ଜିଲା ଦାବି

ଆନନ୍ଦପୁର,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡକୁ ଜିଲା ଦାବି ଜୋର ଧରିଛି। ଲୋକଙ୍କ ମୌଳିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ସାଧାରଣ ଜନତା ଏବେ ଜିଲା ଦାବିର ମଙ୍ଗ ଧରିଛନ୍ତି। ଆନନ୍ଦପୁରର ବିରଷ୍ଠ ନାଗରିକ, ସଚେତନ ନାଗରିକ ଓ ବୁଦ୍ଧିଜୀବୀଙ୍କ ସହିତ ଉପକଣ୍ଡର ଖବରଦାତା, ଆଇନଜୀବୀ ଦାବିର ଗୁରୁତ୍ୱକୁ ଯଥାର୍ଥ ପ୍ରତିପାଦିତ କରିବା ପାଇଁ ସାମିଲ ହୋଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଆନନ୍ଦପୁରର ଆରାଧ୍ୟ ଦଧିବାମନଜୀଉ ମନ୍ଦିର ପରିସରରୁ ଦସ୍ତଖତ ଅଭିଯାନରେ ସାମିଲ ହୋଇ ଆନନ୍ଦପୁରର ବରିଷ୍ଠ ନାଗରିକ ପ୍ରଫେସର ରମାକାନ୍ତ ନାୟକ, ମହେଶ୍ୱର ସାହୁ, ରଘୁନାଥ ପଣ୍ଡିତ, ଦୁର୍ଗାଚରଣ ଦଳେଇ, ନିରାକାର ଦଳେଇ, ଅଶୋକ ସାହୁ, ଓକିଲ ସଂଘର ପୂର୍ବତନ ସଭାପତି ଦୟାନିଧି ଦାଶ, ପୂର୍ବତନ ସମ୍ପାଦକ ହେମନ୍ତ ମଲ୍ଲିକ, ଆଇନଜୀବୀ ଭାଗିରଥି ଦାଶ, ଶୈଲେଶ ପଟ୍ଟନାୟକ, ଖବରଦାତା ମଦନ ପାଣି, ଲଲାଟେନ୍ଦୁ ଧିର, ସନ୍ତୋଷ ରାଉତ, କିରଣ ପାଢ଼ୀ, ଗୋପାଳ କୃଷ୍ଣ ରାଉତ, କିଶୋର ଚନ୍ଦ୍ର ଆଚାର୍ଯ୍ୟ, ନିର୍ମଳ ରାଉଳ, ରଞ୍ଜିତ ରଣାଙ୍କ ସମେତ ପୌରାଧ୍ୟକ୍ଷା ରଜନୀରାଣୀ ଖଟୁଆ, କାଉନ୍‌ସିଲର କୃଷ୍ଣ ଚନ୍ଦ୍ର ରଣା, ସନତ କର, ସୁରେନ୍ଦ୍ର ଦାସ, ରଶ୍ମୀତା ବାରିଙ୍କ ସମେତ ବହୁ କାଉନ୍‌ସିଲର ହାଟଡ଼ିହୀ ବ୍ଲକ୍‌ରେ ଅନୁଷ୍ଠିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଭୌଗଳିକ ଦୃଷ୍ଟିକୋଣ ହେଉ କି ଭାଷାଗତ, ସାଂସ୍କୃତିକ, ଐତିହ୍ୟ, ପରମ୍ପରା ଦୃଷ୍ଟିକୋଣରୁ ଆନନ୍ଦପୁର ଉପଖଣ୍ଡ ଓ କେନ୍ଦୁଝର ମଧ୍ୟରେ ଅନେକ ତାରତମ୍ୟ ରହିଛି। ଆନନ୍ଦପୁର ସଦର ମହକୁମାଠାରୁ ୯୦ କି.ମି ଦୂର ଏବଂ ଉପଖଣ୍ଡର ସୀମାଠାରୁ ୧୨୦ କି.ମି ଦୂରରେ ଅବସ୍ଥିତି ଜିଲା କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯିବା କଷ୍ଟସାଧ୍ୟ ହେଉଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ମଝି ଆକାଶରେ ଅଟକିଗଲା ଶହଶହ ଯାତ୍ରୀଙ୍କ ଜୀବନ, ଟେକ୍‌ ଅଫ୍‌ର କିଛି ମିନିଟ୍‌ ଘଟିଲା ଏମିତି…

ନୂଆଦିଲ୍ଲୀ,୨୨।୧୨: ସୋମବାର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲା।...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri