ଜୋର୍‌ ଧରିଲା ଆନନ୍ଦପୁର ଜିଲା ଦାବି

ଆନନ୍ଦପୁର,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡକୁ ଜିଲା ଦାବି ଜୋର ଧରିଛି। ଲୋକଙ୍କ ମୌଳିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ସାଧାରଣ ଜନତା ଏବେ ଜିଲା ଦାବିର ମଙ୍ଗ ଧରିଛନ୍ତି। ଆନନ୍ଦପୁରର ବିରଷ୍ଠ ନାଗରିକ, ସଚେତନ ନାଗରିକ ଓ ବୁଦ୍ଧିଜୀବୀଙ୍କ ସହିତ ଉପକଣ୍ଡର ଖବରଦାତା, ଆଇନଜୀବୀ ଦାବିର ଗୁରୁତ୍ୱକୁ ଯଥାର୍ଥ ପ୍ରତିପାଦିତ କରିବା ପାଇଁ ସାମିଲ ହୋଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଆନନ୍ଦପୁରର ଆରାଧ୍ୟ ଦଧିବାମନଜୀଉ ମନ୍ଦିର ପରିସରରୁ ଦସ୍ତଖତ ଅଭିଯାନରେ ସାମିଲ ହୋଇ ଆନନ୍ଦପୁରର ବରିଷ୍ଠ ନାଗରିକ ପ୍ରଫେସର ରମାକାନ୍ତ ନାୟକ, ମହେଶ୍ୱର ସାହୁ, ରଘୁନାଥ ପଣ୍ଡିତ, ଦୁର୍ଗାଚରଣ ଦଳେଇ, ନିରାକାର ଦଳେଇ, ଅଶୋକ ସାହୁ, ଓକିଲ ସଂଘର ପୂର୍ବତନ ସଭାପତି ଦୟାନିଧି ଦାଶ, ପୂର୍ବତନ ସମ୍ପାଦକ ହେମନ୍ତ ମଲ୍ଲିକ, ଆଇନଜୀବୀ ଭାଗିରଥି ଦାଶ, ଶୈଲେଶ ପଟ୍ଟନାୟକ, ଖବରଦାତା ମଦନ ପାଣି, ଲଲାଟେନ୍ଦୁ ଧିର, ସନ୍ତୋଷ ରାଉତ, କିରଣ ପାଢ଼ୀ, ଗୋପାଳ କୃଷ୍ଣ ରାଉତ, କିଶୋର ଚନ୍ଦ୍ର ଆଚାର୍ଯ୍ୟ, ନିର୍ମଳ ରାଉଳ, ରଞ୍ଜିତ ରଣାଙ୍କ ସମେତ ପୌରାଧ୍ୟକ୍ଷା ରଜନୀରାଣୀ ଖଟୁଆ, କାଉନ୍‌ସିଲର କୃଷ୍ଣ ଚନ୍ଦ୍ର ରଣା, ସନତ କର, ସୁରେନ୍ଦ୍ର ଦାସ, ରଶ୍ମୀତା ବାରିଙ୍କ ସମେତ ବହୁ କାଉନ୍‌ସିଲର ହାଟଡ଼ିହୀ ବ୍ଲକ୍‌ରେ ଅନୁଷ୍ଠିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଭୌଗଳିକ ଦୃଷ୍ଟିକୋଣ ହେଉ କି ଭାଷାଗତ, ସାଂସ୍କୃତିକ, ଐତିହ୍ୟ, ପରମ୍ପରା ଦୃଷ୍ଟିକୋଣରୁ ଆନନ୍ଦପୁର ଉପଖଣ୍ଡ ଓ କେନ୍ଦୁଝର ମଧ୍ୟରେ ଅନେକ ତାରତମ୍ୟ ରହିଛି। ଆନନ୍ଦପୁର ସଦର ମହକୁମାଠାରୁ ୯୦ କି.ମି ଦୂର ଏବଂ ଉପଖଣ୍ଡର ସୀମାଠାରୁ ୧୨୦ କି.ମି ଦୂରରେ ଅବସ୍ଥିତି ଜିଲା କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯିବା କଷ୍ଟସାଧ୍ୟ ହେଉଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri