Posted inଫୁରସତ

ସୋଫାରେ ପ୍ରସ୍ତୁତ ଗାଡ଼ି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆନନ୍ଦ ମହିନ୍ଦ୍ରା: ଭିଡିଓ ଶେୟାର କରି କହିଲେ…

ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଇଣ୍ଟରନେଟ ଦୁନିଆରେ ବହୁତ ସକ୍ରିୟ। ପ୍ରାୟତଃ ସେ ଭାଇରାଲ ଟୁଇଟ୍‌ ଉପରେ ମନ୍ତବ୍ୟ ଦିଅନ୍ତି। ସୋସିଆଲ ମିଡିଆରେ ତାଙ୍କ ଦ୍ୱାରା ଅଂଶୀଦାର ଅତ୍ୟନ୍ତ ଆକର୍ଷଣୀୟ ଜିନିଷ ଉପରେ ନିଜ ମନ୍ତବ୍ୟ ଦେବାକୁ ସେ ଆଦୌ ଭୁଲନ୍ତି ନାହିଁ। ନିକଟରେ ୨ଟି ସୋଫା ପ୍ରସ୍ତୁତ ଗାଡି ଦେଖି ଆନନ୍ଦ ମହିନ୍ଦ୍ରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି, ରାସ୍ତାରେ ଏହି ଗାଡ଼ି ଟ୍ରାଫିକ ଇନ୍ସପେକ୍ଟରଙ୍କ ମୁହଁରେ ପ୍ରତିକ୍ରିୟା କ’ଣ ହେବ ମୁଁ ଦେଖିବାକୁ ଚାହେଁ।
ଆଜିକାଲି ଦୁନିଆରେ ଏଭଳି ପରୀକ୍ଷଣ କରାଯାଉଛି, ଯାହା ଅତ୍ୟନ୍ତ ଅଦ୍ଭୁତ ଏବଂ କୌତୁହଳପୂର୍ଣ୍ଣ, ଯାହା ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆନନ୍ଦ ମହିନ୍ଦ୍ରା ମନ୍ତବ୍ୟ ଦେଇଥିବା ଭିଡିଓରେ ଦୁଇଜଣ ଲୋକ ଏକ ସୋଫାକୁ କାରରେ ପରିଣତ କରିଛନ୍ତି ଏବଂ ଏହାକୁ ବହୁତ ଆନନ୍ଦରେ ଚଳାଉଥିବାର ଦେଖାଯାଉଛି।
ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଅନଲାଇନରେ ନିଜ ପାଇଁ ଏକ ସରଳ ସୋଫା ଅର୍ଡର କରିଛନ୍ତି। ଏଥିରେ ସେ ଏକ ମୋଟର ଲଗାଇ ଚାରି ଚକ ଲଗାଇଲେ। ଏଥିରେ ସମୁଦାୟ ଚାରି ଚକ ଲଗାଯାଇଥିଲା ଏବଂ ବ୍ରେକ ମଧ୍ୟ ଲଗାଯାଇଥିଲା। ଏହି ପୁରା ସୋଫାକୁ ଏକ ଗାଡିରେ ପରିଣତ କରାଯାଇଛି ଏବଂ ଏହା ରାସ୍ତାରେ ଆରାମରେ ଚାଲୁଛି।
ଟିଉଟର୍‌ରେ ଭିଡିଓ ଶେୟାର ଆନନ୍ଦ ମହିନ୍ଦ୍ର ଲେଖିଛନ୍ତି, ଏହା ଏକ ମଜାଦାର ପ୍ରୋଜେକ୍ଟ। ଏହି ଯାନରେ ଲଗାଯାଇଥିବା ଉତ୍ସାହ ଏବଂ ଇଞ୍ଜିନିୟରିଂ ପ୍ରୟାସକୁ ଦେଖନ୍ତୁ, ଏହା ଆଶ୍ଚର୍ଯ୍ୟଜନକ। ଯଦି କୌସି ଦେଶ ଅଟୋମୋବାଇଲ କ୍ଷେତ୍ରରେ ଏକ ବିଶାଳ ହେବାକୁ ଚାହୁଁଛନ୍ତି ତେବେ ଏପରି ଉଦ୍ଭାବକ ଆବଶ୍ୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri