Posted inଜାତୀୟ

ଭାରତ-ଚାଇନା ସୀମା ବିବାଦ ନେଇ ବିଶ୍ଳେଷକଙ୍କ ମତ:ରାଜନୈତିକ ଉତ୍ତରଦାୟିତ୍ୱ ରହୁ

ନୂଆଦିଲ୍ଲୀ,୨୬ା୬:ସେନାକୁ ଅସ୍ତ୍ର ବ୍ୟବହାର ପାଇଁ ସ୍ବାଧୀନତା ଦେବା ପରିବର୍ତ୍ତେ ଭାରତକୁ ଉପଯୁକ୍ତ କୂଟନୀତି ଆପଣାଇବାକୁ ପଡ଼ିବ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସବୁ ଉତ୍ତରଦାୟିତ୍ୱ ସଶସ୍ତ୍ର ବଳ ଉପରେ ଲଦି ଦେଇଛନ୍ତି ।
ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟି ୬୩ ସୈନ୍ୟ ମୃତାହତ ହେବା ପରେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚରମ ଉତ୍ତେଜନା ଲାଗିରହିଛି। ଏଭଳି ସମୟରେ ଭାରତୀୟ ନେତାମାନଙ୍କ ମନ୍ତବ୍ୟ ସ୍ଥିତିକୁ ଆହୁରି ସଙ୍ଗିନ କରିଛି। ଏକ ଗଣତନ୍ତ୍ରରେ ସଶସ୍ତ୍ର ବଳ ରାଜନୈତିକ ନେତୃତ୍ୱ ଅଧୀନରେ କାର୍ଯ୍ୟ କରିଥାଏ। ଏହି ପରିପ୍ରେକ୍ଷୀରେ ସେନାକୁ ଅସ୍ତ୍ର ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ଘୋଷଣା ହେଉଛି ନିଜ ରାଜନୈତିକ ଉତ୍ତରଦାୟିତ୍ୱକୁ ତ୍ୟାଗକରି ଭବିଷ୍ୟତ ସଙ୍କଟ ପାଇଁ ଦ୍ୱାର ଖୋଲିଦେବା ସଦୃଶ। ଏପରି କାର୍ଯ୍ୟ ଆଗକୁ ମଧ୍ୟ ଭାରତ-ଚାଇନା ସମ୍ପର୍କରେ ବ୍ୟବଧାନ ବଢ଼ାଇବା ସହ ସମ୍ଭାବ୍ୟ ସଂଘର୍ଷ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।
ବିଶେଷଜ୍ଞମାନଙ୍କ ଅନୁସାରେ ଯବାନମାନେ ଆମ ସୀମାକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କରିବା ଦରକାର। ସ୍ଥାନୀୟ ସ୍ତରରେ, ସୀମିତ ପରିଧି ଓ ସମୟକୁ ନେଇ କିପରି କାର୍ଯ୍ୟାନୁଷ୍ଠାନ ନେବେ ତାହା ସେମାନେ ଚିନ୍ତା କରିବେ। ଏଥିରେ ଦ୍ୱିମତ ନାହିଁ। ତେବେ ଦେଶର ନେତୃତ୍ୱ ନିଜ ଉତ୍ତରଦାୟିତ୍ୱ ତ୍ୟାଗ କରି ସଶସ୍ତ୍ର ବଳ ଉପରେ ତାହା ଲଦିଦେବା ଉଚିତ ନୁହେଁ। ଯୁଦ୍ଧ ଓ ଶାନ୍ତି ସମ୍ପର୍କିତ ବିଷୟ ଉପରେ ରାଜନୈତିକ ନେତୃତ୍ୱ ନିଷ୍ପତ୍ତି ନେବା କଥା। କିନ୍ତୁ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ମୁକ୍ତ କରିବା ଲାଗି ନେତୃତ୍ୱ ନିଷ୍ପତ୍ତି ନେବାର ତାତ୍ପର୍ଯ୍ୟ ହେଉଛି ଦେଶର ନିରାପତ୍ତା ପ୍ରତି ବିପଦକୁ ଆହ୍ବାନ କରିବା। ସମ୍ଭାବ୍ୟ ଉତ୍ତେଜନା କେବଳ ଏକ ସାମିରକ ପ୍ରସଙ୍ଗ ନୁହେଁ। ବିଶେଷକରି ଶତ୍ରୁପକ୍ଷ ଭାରତ ଭଳି ଆଣବିକ ଅସ୍ତ୍ରସମ୍ପନ୍ନ ରାଷ୍ଟ୍ର ହୋଇଥିଲେ ଏହାର ବିସ୍ତୃତ ପ୍ରଭାବ ପଡ଼ିପାରେ। ଏପରି ଗମ୍ଭୀର ଘଟଣାକୁ କେବଳ ସ୍ଥାନୀୟ ମିଲିଟାରି ସ୍ତରରେ ସମାଧାନ କରାଯାଇ ପାରିବ ନାହିଁ। ୨୦୧୭ ଡୋକ୍‌ଲାମ ବିବାଦ ବେଳେ ସମ୍ମିଳନୀସ୍ତରୀୟ ହସ୍ତକ୍ଷେପ ଭଳି କୂଟନୈତିକ କଳକୁ ଅବିଳମ୍ବେ ସକ୍ରିୟ କରାଯିବା ଜରୁରୀ।
ଭାରତ-ଚାଇନା ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଦୁଇଦେଶ ମଧ୍ୟରେ ୨୦ ବର୍ଷରେ ୪ ଥର ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଛି। ୧୯୯୩, ୧୯୯୬, ୨୦୦୫ ଓ ୨୦୧୩ରେ ହୋଇଥିବା ଏହି ରାଜିନାମାଗୁଡ଼ିକୁ ଗଲଓ୍ବାନ ସଂଘର୍ଷ ପରିପ୍ରେକ୍ଷୀରେ ଏକତରଫା ଭାବେ ଅସ୍ବୀକାର କରିବା ଅନୁଚିତ। ଚାଇନାର ବିଶାଳ ସେନା ଅନେକ ଦଶନ୍ଧି ଧରି ସୀମାରେ ଶାନ୍ତି ବଜାୟ ରଖିଆସିଛି। ଏହି ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ନୂ୍ୟନ କରିବା ଉଚିତ ନୁହେଁ। ଚାଇନା ସୈନ୍ୟଙ୍କୁ ମୁକାବିଲା କରିବାକୁ ଯାଇ ଭାରତୀୟ ସେନା ଅସ୍ତ୍ର ପ୍ରୟୋଗ କଲେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ମଧ୍ୟ ଅନୁରୂପ ପନ୍ଥା ଆପଣାଇବ। ଫଳରେ ଗଲଓ୍ବାନ ସଂଘର୍ଷଠାରୁ ଅଧିକ ରକ୍ତପାତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ଚାଇନା ଯେପରି ଏହି ଚୁକ୍ତିଗୁଡ଼ିକ ପ୍ରତି ପ୍ରତିଶ୍ରୁତିବଦ୍ଧ ଭାବେ କାର୍ଯ୍ୟ କରିବ ସେନେଇ ଭାରତ ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ। ଏଥିପାଇଁ ଭାରତକୁ ରାଜନୈତିକ, କୂଟନୈତିକ, ଅର୍ଥନୈତିକ ଓ ସାମରିକ କ୍ଷେତ୍ରରେ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ବିଶ୍ଳେଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri