ସୁନା ରୁପା ଛାଡ଼, ରସୁଣ-ପିଆଜ ଧର: ବଲାଙ୍ଗିରରେ ଚୋରଙ୍କ ନୂଆ ଷ୍ଟାଇଲ୍

ବଲାଙ୍ଗୀର, ୨୯।୧୧ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ସହରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। ଅନ୍ଧାର ରାତିରେ ବିଭିନ୍ନ ଘରକୁ ଟାର୍ଗେଟ କରି ଚୋର ମାନେ ଘରେ ପଶି ଚୋରି କରୁଛନ୍ତି । ଆଉ କେତେବେଳେ ଦୋକାନ ତାଡ଼ି ବିପୁଳ ମୋବାଇଲ୍ ଚୋରି ହେଉଛି ତ ଆଉ କେତେବେଳେ ଅଳଙ୍କାର ଦୋକାନରୁ ରାତିରେ ସଟର ତାଡ଼ି ଚୋରି ହେଉଛି। ଅମାନିଆ ଚୋର ବଲାଙ୍ଗୀର ବଲାଙ୍ଗିର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଆଲୋଚନାର ବିଷୟ ହୋଇଛି। ଫଳରେ ବଲାଙ୍ଗୀରର ଜିଲା ଚୋରଙ୍କ ଚରାଭୂଇଁ ପାଲଟିଛି।
ସୂଚନା ଅନୁସାରେ, ଗତ କିଛି ଦିନ ହେଲା ବିଳମ୍ବିତ ରାତିରେ ବଲାଙ୍ଗୀର ସହରର ତୁଲସୀ ନଗର ଅଞ୍ଚଳର ଏକ ପରିବା ଦୋକାନକୁ ଚୋର ଦଳ ଟାର୍ଗେଟ କରି ଚୋରି କରୁଛନ୍ତି। ଫଳରେ ଉକ୍ତ ଦୋକାନରୁ ରସୁଣ, ଅଦା, ଆଳୁ ଓ ପିଆଜ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ସାମଗ୍ରୀର ଅନୁମାନିକ ମୂଲ୍ୟ ପ୍ରାୟ ୨୦ ହଜାର ଟଙ୍କା ହେବ ବୋଲି ଜିତୁ ବନଛୋର ନାମକ ଦୋକାନୀ ଆଭିଯୋଗ କରିଛନ୍ତି। ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଶନିବାର ସକାଳୁ ଦୋକାନୀ ଦୋକାନକୁ ଆସିବା ପରେ ଚୋରି ହୋଇଥିବା ସାମଗ୍ରୀ ରସୁଣ , ଅଦା, ପିଆଜ, ଆଳୁ ପକେଟ୍ ନ ଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଥିବା ବେଳେ ତୁଲସିନଗର ମୁଖ୍ୟ ଛକରେ ସିସି ଟିଭି କ୍ୟାମେରା ଲଗେଇବାକୁ ସ୍ଥାନୀୟ ଲୋକେ ସାଧାରଣରେ ଦାବି କରିଛନ୍ତି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଚୋର ଦଳ ବଲାଙ୍ଗୀର ସହରରେ ଏତେ ସକ୍ରିୟ ହୋଇ ଉଠିଛନ୍ତି ଯେ, ଶେଷରେ ଏକ ପନି ପରିବା ଦୋକାନକୁ ବି ଚୋର ମାନେ ଚୋରି କରିବାକୁ ଛାଡ଼ିଲେନି। ପନିପରିବା ଦୋକାନୀ ଜିତୁ କହିଛନ୍ତି ଦୀର୍ଘ୍ ବର୍ଷ ଧରି ମୁଁ ପନିପରିବା ବିକ୍ରି କରିଆସୁଛି କିନ୍ତୁ କେବେ ପନିବାରିବା ଦୋକାନରୁ ଚୋରି ହୋଇଥିବା ଜାଣିବାକୁ ପାଇନାହାନ୍ତି କି କେବେ କେଉଁଠାରୁ ଏଭଳି ଚୋରି ହେବା ଘଟଣା ଶୁଣି ନ ଥିବା କହିଛନ୍ତି । କିଛି ଦିନ ତଳେ ମଧ୍ୟ ଚୋର ତାଙ୍କ ଦୋକାନରୁ ରାତିରେ ଚୋରି କରିଥଲେ । ହେଲେ ପୁଣି ଥରେ ଚୋରି ହେବା ପରେ ସେ ବଲାଙ୍ଗୀର ଟାଉନ୍ ଥାନାରେ ଅଭିଯୋଗ କରିଥିବା କହିଛନ୍ତି । ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

Dharitri – Odisha’s No.1 Odia Daily

Share