Posted inଜାତୀୟ

ଅବିବାହିତ, ବିଧବା ଝିଅ ମୃତ ବାପାଙ୍କ ସମ୍ପତ୍ତି ପାଇବାକୁ ହକ୍‌ଦାର

ନୂଆଦିଲ୍ଲୀ,୧୬ା୯: ଜଣେ ଅବିବାହିତ କିମ୍ବା ବିଧବା ହୋଇଥିବା ଝିଅ ସେମାନଙ୍କ ସ୍ବର୍ଗବାସୀ ବାପାଙ୍କ ସମ୍ପତ୍ତି ଉପରେ ଅଧିକାର ଦାବି କରିପାରିବେ। ତେବେ ଛାଡ଼ପତ୍ର ପାଇଥିବା ଝିଅ ଭରଣପୋଷଣ ପାଉଥିବାରୁ ସେ ବାପଘର ସମ୍ପତ୍ତି ଉପରେ ଦାବି କରିପାରିବେ ନାହଁି ବୋଲି ଦିଲ୍ଲୀ ହାଇକୋର୍ଟ ଏକ ପିଟିଶନ୍‌କୁ ଖାରଜ କରିଦେବା ଅବସରରେ କହିଛନ୍ତି। ଛାଡ଼ପତ୍ର ପାଇଥିବା ଜଣେ ମହିଳା ତାଙ୍କ ମାଆ ଏବଂ ଭାଇଙ୍କଠାରୁ ଭରଣପୋଷଣ ଦାବି କରିଥିବାବେଳେ ପରିବାର ଅଦାଲତ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଫାମିଲି କୋର୍ଟଙ୍କ ରାୟକୁ ମହିଳା ଜଣକ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହିନ୍ଦୁ ପୋଷ୍ୟ ଗ୍ରହଣ ଏବଂ ଭରଣପୋଷଣ ଆଇନର ଧାରା ୨୧ ଅନୁଯାୟୀ କେବଳ ନିର୍ଭରଶୀଳ ସଦସ୍ୟ ଭରଣପୋଷଣ ଦାବି କରିପାରିବେ। ଏଥିରେ ୯ ପ୍ରକାର ସମ୍ପର୍କକୁ ମୃତ ବାପାଙ୍କ ସମ୍ପତ୍ତି ପାଇବାକୁ ହକ୍‌ଦାର ବୋଲି କୁହାଯାଇଥିବାବେଳେ ଛାଡ଼ପତ୍ର ପାଇଥିବା ଝିଅଙ୍କୁ ରଖାଯାଇ ନାହିଁ ବୋଲି ବିଚାରପତି ସୁରେଶ କୁମାର କୈତ୍‌ ଏବଂ ନୀନା ବଂଶଲ କ୍ରିଷ୍ଣାଙ୍କ ଖଣ୍ଡପୀଠ କହିଛନ୍ତି।
ଆବେଦନକାରୀ ମହିଳାଙ୍କ ବାପାଙ୍କର ୧୯୯୯ରେ ପରଲୋକ ଘଟିଥିଲା। ବାପାଙ୍କର ୪ ଉତ୍ତରାଧିକାରୀ ହେଲେ ତାଙ୍କ ସ୍ତ୍ରୀ, ପୁଅ ଏବଂ ୨ ଝିଅ। ହେଲେ ତାଙ୍କୁ ଉତ୍ତରାଧିକାର ଭାଗ ମିଳି ନ ଥିବା ସେ ଅଭିଯୋଗ କରିଥିଲେ। ମହିଳା ଜଣକ ସମ୍ପତ୍ତିରୁ ଭାଗ ପାଇବାକୁ ଦାବି ନ କଲେ, ତାଙ୍କୁ ଭରଣପୋଷଣ ବାବଦକୁ ମାସିକ ୪୫,୦୦୦ ଟଙ୍କା ଦେବାକୁ ମାଆ ଏବଂ ଭାଇ ରାଜି ହୋଇଥିଲେ। ୨୦୧୪ ନଭେମ୍ବର ପର୍ଯ୍ୟନ୍ତ ସେ ନିୟମିତ ଭରଣପୋଷଣ ପାଇଆସୁଥିଲେ। ତା ପରେ ବାପଘର ଭରଣପୋଷଣ ଦେବା ବନ୍ଦ କରିଦେଇଥିଲେ ବୋଲି ମହିଳା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି। ସ୍ବାମୀ ତାଙ୍କଠାରୁ ଅଲଗା ହୋଇଯିବା ପରେ ୨୦୦୧ ସେପ୍ଟେମ୍ବରରେ ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ସେତେବେଳେ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇବା କଥା ପରିବାର ଅଦାଲତ ବିଚାରକୁ ନେଇ ନ ଥିଲେ। ଏହା ପରେ ସ୍ବାମୀଙ୍କର କୌଣସି ଖବର ମିଳୁ ନ ଥିବାରୁ ମହିଳା ଜଣକ ଭରଣପୋଷଣ ପାଇଁ ଦାବି କରିପାରି ନାହାନ୍ତି। ଏହା ଏକ ଜଟିଳ ସ୍ଥିତି ହେଲେ ମଧ୍ୟ ହିନ୍ଦୁ ଭରଣପୋଷଣ ଆଇନରେ ଛାଡ଼ପତ୍ର ପାଇଥିବା ଝିଅ ବାପଘରୁ ଭରଣପୋଷଣ ପାଇବାକୁ ହକ୍‌ଦାର ନୁହନ୍ତି ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri