ବୁଲା କୁକୁରଙ୍କ ଗଣନା ପାଇଁ ନିୟୋଜିତ ହେବ ସଂସ୍ଥା

ଭୁବନେଶ୍ୱର, ୭।୧୨ (ବ୍ୟୁରୋ):  ରାଜଧାନୀରେ ବୁଲା କୁକୁରଙ୍କ ଆତଙ୍କ ଅନେକ ସମୟରେ ଅସହ୍ୟ ହୋଇପଡୁଛି। ସେମାନଙ୍କ ପାଇଁ କେତେବେଳେ ଦୁର୍ଘଟଣା ଘଟୁଛି ତ ଆଉ କେତେବେଳେ କୁକୁର କାମୁଡ଼ାରେ ଲୋକମାନେ ଆହତ ହେଉଛନ୍ତି। ତେଣୁ ଏବିସି (ଆନିମଲ୍‌ ବାର୍ଥ କଣ୍ଟ୍ରୋଲ) ପ୍ରୋଗ୍ରାମ ଅନ୍ତର୍ଗତ ବିଏମ୍‌ସି ପକ୍ଷରୁ ସେମାନଙ୍କର ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଉଛି। ତେବେ ସହରରେ କେତେ ବୁଲା କୁକୁର ଅଛନ୍ତି ସେ ନେଇ ସୂଚନା ନାହିଁ। ତେଣୁ ବୁଲା କୁକୁରଙ୍କ ଗଣନା କରିବା, କେତୋଟି କୁକୁର କାମୁଡା କେସ୍‌ ରହିଛି ସେଗୁଡିକର ମନିଟରିଂ କରିବା ଏବଂ ସର୍ବୋପରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ବତନ୍ତ୍ର ଏଜେନ୍ସି ଚୟନ କରି ଦାୟିତ୍ୱ ଦେବାକୁ ଯୋଜନା କରୁଛି ବିଏମ୍‌ସି। ମଙ୍ଗଳବାର ବିଏମ୍‌ସି ସଭା ଗୃହରେ ଏବିସି କାର୍ଯ୍ୟକ୍ରମର ମନିଟିରିଂ କମିଟି ମିଟିଂରେ ଏହି ନିଷ୍ପତ୍ତି ହୋଇଛି। ଏଥିସହ ସହରରେ ଅସ୍ଥାୟୀ ରୂପେ କୁକୁରଙ୍କ ରହିବା ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବା, ଆନିମଲ ଓ୍ବେଲଫେୟାର ବୋର୍ଡ ଅଫ୍‌ ଇଣ୍ଡିଆ ଦ୍ୱାରା ଧାର୍ଯ୍ୟ ଦରକୁ ଅନୁମୋଦନ ପ୍ରଦାନ କରିବା, କୁକୁର ମାଲିକ ଏବଂ ବ୍ରିଡରମାନଙ୍କ ପାଇଁ ଗାଇଡ୍‌ଲାଇନ୍‌ ଆଦି ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ବିଏମ୍‌ସି ଡେପୁଟି କମିଶନର (ଓ୍ବେଲ୍‌ଫେୟାର) ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ‘ଭେଟ୍‌ ଫର ଆନିମଲ’ ସଂସ୍ଥାର ଡା. ଶଶିକାନ୍ତ ଯାଦବ ଏବଂ ଅନ୍ୟାନ୍ୟ ସଦସ୍ୟ ଏବଂ ଅଧିକାରୀ ଉପସ୍ଥିତ ଥିଲେ।
ବିଏମ୍‌ସି ପକ୍ଷରୁ ମହାରାଷ୍ଟ୍ରର ସଂସ୍ଥା ‘ଭେଟ୍‌ ଫର୍‌ ଆନିମଲ୍‌’କୁ ଏବିସି ଦାୟିତ୍ୱ ଦେଇଛି। ସମ୍ପୃକ୍ତ ସଂସ୍ଥାର ସଦସ୍ୟମାନେ ବୁଲା କୁକୁରଙ୍କୁ ରାସ୍ତାରୁ ନେବା ପରେ ଶହୀଦନଗରଠାରେ ଥିବା ଭେଟେରିନାରି ହସ୍ପିଟାଲରେ ରଖିଥାନ୍ତି। ପରଦିନ ସେମାନଙ୍କର ଅସ୍ତ୍ରୋପଚାର କରିବା ପରେ ଗୋଟିଏ ଦିନ ନିରୀକ୍ଷଣରେ ରଖିବା ପରେ ଆଣ୍ଟି ରେବିଜ୍‌ ଭ୍ୟାକ୍ସିନ ଦିଆଯାଏ। ଚତୁର୍ଥ ଦିନ ଯେଉଁଠାରୁ କୁକୁରକୁ ଉଠାଯାଇଥିଲା ପୁଣି ସେହି ସ୍ଥାନରେ ନେଇ ଛାଡ଼ିଦିଆଯାଏ। ଗୋଟିଏ କୁକୁରକୁ ଧରିବା ଏବଂ ଅସ୍ତ୍ରୋପଚାର ଠାରୁ ଭ୍ୟାକ୍ସିନ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ପାଇଁ ସଂସ୍ଥାକୁ ବିଏମ୍‌ସି ପକ୍ଷରୁ ୧୬୫୦ ଟଙ୍କା ଲେଖାଏ ପ୍ରଦାନ କରାଯାଉଛି। ନଭେମ୍ବରରେ ଟେଣ୍ଡର ପ୍ରକିୟା ସରିବା ପରେ ୧୬ରୁ ସଂସ୍ଥା ପକ୍ଷରୁ କାମ ଆରମ୍ଭ କରାଯାଇଛି। ଡିସେମ୍ବର ୬ ତାରିଖ ମଧ୍ୟରେ ସଂସ୍ଥା ୩୭୫ଟି କୁକୁର ଧରିଥିବା ବେଳେ ସେଥିମଧ୍ୟରୁ ୩୫୦ କୁକୁରଙ୍କ ଅସ୍ତ୍ରୋପଚାର ସାରିଥିବା ସଂସ୍ଥାର ସେକ୍ରେଟାରି ଡା. ଶଶିକାନ୍ତ ଯାଦବ ସୂଚନା ଦେଇଛନ୍ତି। କୁକୁର ଧରିବା ପାଇଁ ସଂସ୍ଥା ପକ୍ଷରୁ ୯ ଜଣ ସଦସ୍ୟ ଥିବାବେଳେ ମୋଟ୍‌ ୧୫ଜଣ ଷ୍ଟାଫ୍‌ ରହିଛନ୍ତି। ଅପରପକ୍ଷେ ବୁଲା କୁକୁରଙ୍କ ଦୌରାତ୍ମ୍ୟ କମାଇବା ପାଇଁ ବିଏମ୍‌ସି ପକ୍ଷରୁ କେବଳ ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) ପ୍ରୋଗ୍ରାମ କରାଯାଉଛି। ରାସ୍ତାରୁ କୁକୁରଙ୍କୁ ଉଠାଇ ନେଇ ସେମାନଙ୍କର ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବା ପରେ ପୁଣି ଥରେ ସେହି ସ୍ଥାନରେ ଛଡାଯାଉଛି, ଯାହାକୁ ନେଇ ସାଧାରଣରେ ଅସେନ୍ତାଷ ପ୍ରକାଶ ପାଉଛି। ଗାଈମାନଙ୍କ ଭଳି ବୁଲା କୁକୁରଙ୍କ ପାଇଁ ମଧ୍ୟ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଦାବି କରାଯାଉଛି। ଅପରପକ୍ଷେ ଏ ସମ୍ପର୍କରେ ବିଏମ୍‌ସି ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା କହିଛନ୍ତି, ଡଗ୍‌ ରୁଲ୍‌ ୨୦୦୧ ଅନୁଯାୟୀ କୁକୁରମାନଙ୍କର ବଞ୍ଚତ୍ବାର ଅଧିକାର ଅଛି। ସେମାନଙ୍କୁ ଅନ୍ୟ ପ୍ରାଣୀଙ୍କ ଭଳି ଗୋଟିଏ ଜାଗାରେ ବାନ୍ଧି ରଖାଯାଇ ପାରିବ ନାହିଁ। ଏବିସି କାର୍ଯ୍ୟକ୍ରମ ଅଧୀନରେ ସେମାନଙ୍କର ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର ଏବଂ ଟିକାକରଣ କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri