ହଷ୍ଟେଲରେ ରହି ଚୋରି କରୁଥିଲେ ଏମ୍‌ବିଏ ଛାତ୍ରୀ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଏକ ପ୍ରତିଷ୍ଠିତ ଘରୋଇ ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ ପଢ଼ୁଥିଲେ ମଧ୍ୟ ଅୟସ ଜୀବନ ବିତାଇବା ଲାଗି ଚୋରି ପେସାକୁ ଆପଣାଇଥିଲେ। ହଷ୍ଟେଲରେ ରହି ଅନ୍ୟମାନଙ୍କ ଲାପ୍‌ଟପ୍‌, ମୋବାଇଲ୍‌ ଫୋନ୍‌ ଆଦି ଚୋରି କରୁଥିଲେ। ଶେଷରେ ପୋଲିସ ହାତରେ ଧରାପଡିଛନ୍ତି ସମ୍ପୃକ୍ତ ଏମ୍‌ବିଏ ଛାତ୍ରୀ। ଇନ୍‌ଫୋସିଟି ଥାନା ପୋଲିସ ଅଭିଯୁକ୍ତ ଛାତ୍ରୀ ପଶ୍ଚିମବଙ୍ଗର ପୂଜା ଶାହା ଓ ତାଙ୍କ ସହଯୋଗୀ ଭୁବନେଶ୍ୱରରେ ରହୁଥିବା ଅହମ୍ମଦ ହୁସେନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ବିଭିନ୍ନ କମ୍ପାନୀର ୪ଟି ଦାମୀ ମୋବାଇଲ ଓ ୩ଟି ଲାପଟପ ଜବତ କରଛି। ଏନେଇ ପୋଲିସ ମାମଲା (ନଂ. ୨୮୯/୨୨) ରୁଜୁ କରି ଉଭୟଙ୍କୁ ଶନିବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ପୂଜା ବିଶେଷକରି ମୋବାଇଲ୍‌ ଫୋନ୍‌ ଓ ଲାପ୍‌ଟପ୍‌କୁ ଟାର୍ଗେଟ କରନ୍ତି। ଧରା ନ ପଡ଼ିବା ଲାଗି ଚୋରି ପରେ ସଙ୍ଗେସଙ୍ଗେ ସେଗୁଡିକୁ ସହଯୋଗୀ ହୁସେନଙ୍କୁ ବିକ୍ରି କରି ଟଙ୍କା ଆଣିଥାନ୍ତି। ଏହାପରେ ହୁସେନ ଉକ୍ତ ମୋବାଇଲଗୁଡିକୁ ପଶ୍ଚିମବଙ୍ଗ ନେଇ ବିକ୍ରି କରି ପୁଣି ଭୁବନେଶ୍ୱର ଚାଲି ଆସୁଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି।
ସୂଚନାନୁସାରେ, ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଉକ୍ତ ଘରୋଇ ବିଶ୍ୱବିଦ୍ୟାଳୟରେ ବାରମ୍ବାର ଚୋରି ଅଭିଯୋଗ ହେଉଥିଲା। ଗତ ୨୦ ତାରିଖରେ ହଷ୍ଟେଲର ବ୍ଲକ୍‌-ଡିରେ ରହୁଥିବା ୨ ଛାତ୍ରୀ ରୁମ୍‌ରେ ନ ଥିବାବେଳେ ତାଙ୍କର ୨ଟି ଲାପ୍‌ଟପ୍‌ ଚୋରି ହୋଇଥିଲା। ଛାତ୍ରୀଦ୍ୱୟ ସହପାଠିନୀ ପୂଜାଙ୍କ ଉପରେ ସନ୍ଦେହ କରି ତାଙ୍କୁ ପଚାରିଥିଲେ। ହେଲେ ପୂଜା ଉତ୍‌କ୍ଷିପ୍ତ ହୋଇ ଛାତ୍ରୀଦ୍ୱୟଙ୍କୁ ଠେଲାପେଲା କରିଥିଲେ। ଏହି ସମୟରେ ଛାତ୍ରୀଦ୍ୱୟ ପୂଜାଙ୍କ ମୋବାଇଲ ଛଡାଇ ଆଣି ଯାଞ୍ଚ କଲାବେଳେ ବହୁ ପରିମାଣର ଟଙ୍କା ନେଣଦେଣ ହୋଇଥିବା ଜାଣିବାକୁ ପାଇଥିଲେ। ତେଣୁ ସେମାନେ ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ସହ ପୂଜା ଶାହା ଉପରେ ସନ୍ଦେହ ଥିବା ପୋଲିସ ଆଗରେ କହିଥିଲେ। ପୋଲିସ କେତେଜଣ ଛାତ୍ରୀଙ୍କୁ ପଚରାଉଚରା କରିବା ପରେ ଏମ୍‌ବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ପୂଜାଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ପୂଜାଙ୍କ କଥାରେ ତାଳମେଳ ନ ରହିବାରୁ ପୋଲିସ ତାଙ୍କୁ ଥାନାରେ ବସାଇ ଅଧିକ ପଚରାଉଚରା କରିଥିଲା। ଶେଷରେ ସେ ଚୋରି କରିଥିବା ମାନିବା ସହ ପୂରା ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ପୋଲିସ ତାଙ୍କ ରୁମ୍‌ରୁ ୨ଟି ଲାପ୍‌ଟପ୍‌ ଓ ୨ଟି ମୋବାଇଲ୍‌ ଫୋନ୍‌ ଏବଂ ସହଯୋଗୀ ଅହମ୍ମଦ ହୁସେନ୍‌ଙ୍କଠାରୁ ଗୋଟିଏ ଲାପ୍‌ଟପ୍‌ ଓ ୨ଟି ମୋବାଇଲ୍‌ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri