ଆଜି ଧନ୍‌ତେରସ: ଆଶାଠାରୁ ଅଧିକ ହେବ ବ୍ୟବସାୟ…

ନୂଆଦିଲ୍ଲୀ,୨୩।୧୦: ଚଳିତ ବର୍ଷର ଧନ୍‌ତେରସ କାରବାର ପାଇଁ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ମନରେ ଉତ୍ସାହ ଭରି ରହିଛି। ଏପରିକି ଚଳିତ ବର୍ଷ ଉଭୟ ସୁନା ଦର ଓ ସଂକ୍ରମଣ ତଳମୁହଁା ରହିଥିବାରୁ ବ୍ୟବସାୟ ୨୦୧୯-୨୦ ଅପେକ୍ଷା ୨୦% ବୃଦ୍ଧି ପାଇବ ବୋଲି ଇଣ୍ଡିଆନ ବୁଲିଅନ ଓ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ପକ୍ଷରୁ ଆକଳନ କରାଯାଇଛି। ବିଶେଷକରି ବିଗତ ବର୍ଷର କାରବାରକୁ ଲକ୍ଷ୍ୟ କରାଗଲେ ଚଳିତ ବର୍ଷର ଧନ୍‌ତେରସ କାରବାର ୩୦୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଶା କରାଯାଉଛି। ସେହିଭଳି ସାରା ଦେଶର ଲୋକ (ସବୁ ବର୍ଗ) ଧନ୍‌ତେରସ ଅବସରରେ ଅଳ୍ପ ବହୁତେ ସୁନା କିଣିଥାନ୍ତି। ସବୁ ବର୍ଗର ଲୋକଙ୍କ ମନରେ ଏଭଳି କିଛି ବିଶ୍ୱାସ ରହିଛି ଯେ ଧନ୍‌ତେରସରେ ସୁନା କିଣିଲେ ଉଭୟ ଧନପ୍ରାପ୍ତି ଏବଂ ଶାନ୍ତି ଲାଭ (ଗୃହକୁ ଲକ୍ଷ୍ମୀ ଆସିଥାନ୍ତି) ହୋଇଥାଏ। ସେହିପରି ଆଇବିଜେଏ ସୂଚନା ଅନୁସାରେ ଶନିବାର ନୂଆଦିଲ୍ଲୀରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦,୦୬୨ ଟଙ୍କା ରହିଛି। ଏହା ପୂର୍ବ ବର୍ଷ ସୁନା ମୂଲ୍ୟ ୫୬ ହଜାରରୁ ଅଧିକ ରହିଥିଲା।

ଅପରପକ୍ଷେ ଓଡ଼ିଶା ବଜାରରେ ମଧ୍ୟ ଧନ୍‌ତେରସକୁ ନେଇ ଗ୍ରାହକଙ୍କ ମନରେ ଅନେକ ଉତ୍ସାହ ରହିଛି। ଭୁବନେଶ୍ୱରରେ ମଧ୍ୟ ଧନ୍‌ତେରସକୁ ନେଇ ଗ୍ରାହକ ମଧ୍ୟରେ ପ୍ରବଳ ଆଗ୍ରହ ସହ ନିଜ ସକ୍ଷମ ଅନୁଯାୟୀ ସୁନା କିଣିବା ପାଇଁ ଗତ ୪ରୁ ୫ ଦିନ ହେବ ସହରର ବିଭିନ୍ନ ବର୍ଗର ଅଳଙ୍କାର ପ୍ରତିଷ୍ଠାନରେ ଭିଡ଼ ଲଗାଉଛନ୍ତି। ଏପରିକି ଭୁବନେଶ୍ୱରର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଗୁଡ଼ିକର କହିବା ଅନୁଯାୟୀ ଚଳିତ ବର୍ଷ ଧନ୍‌ତେରସ ପୂର୍ବ ବର୍ଷ (୨୦୧୯)ର ବିକ୍ରି ରେକର୍ଡ ଭଙ୍ଗ କରିପାରେ ବୋଲି ଆକଳନ କରାଯାଉଛି। ୨୦୧୯ଠାରୁ ୨୫ରୁ ୩୦% କାରବାର ଅଧିକ ହେବ ବୋଲି ଆଶା ରହିଛି। ବିଶେଷକରି ଚଳିତ ବର୍ଷ ପୂର୍ବ ବର୍ଷଗୁଡିକ ଭଳି ଭୟ ଓ ଦରବୃଦ୍ଧି ନ ଥିବାରୁ ୧୦୦ରୁ ୧୧୦ କୋଟି ଟଙ୍କାର କାରବାର ହେବ ବୋଲି ଆକଳନ କରାଯାଇଛି। କାରଣ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସହରର ଜଣାଶୁଣା ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ଆକର୍ଷଣୀୟ ଅଫର ଓ ରିହାତି ସାଙ୍ଗକୁ ପ୍ରତି କ୍ରୟରେ ଉପହାର ଏବଂ ଲକି ଡ୍ର ଭଳି ସୁବିଧା ଓ ବ୍ୟବସ୍ଥା କରାଯାଇଛି। ସେହିଭଳି ଓଡ଼ିଶାର ପ୍ରମୁଖ ବଜାର ବ୍ରହ୍ମପୁର, ରାଉରକେଲା, କଟକ, ବାଲେଶ୍ୱର, ସମ୍ବଲପୁର ଭଳି ରାଜ୍ୟର ୩୦ଜିଲା ମୁଖ୍ୟାଳୟ (ସହର)ଗୁଡ଼ିକରେ ଥିବା ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକର କାରବାର ମଧ୍ୟ ୬୦ ରୁ ୭୦ କୋଟି ଟଙ୍କାର ହେବା ନେଇ ବ୍ୟବସାୟୀମାନେ ଆକଳନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକର ଶାଖା ମଧ୍ୟ ରାଜ୍ୟର ବିଭିନ୍ନ ସହରରେ ରହିଛି। ସେ ସମସ୍ତଙ୍କର ଆକର୍ଷଣୀୟ ଉପହାର ଓ ବ୍ରାଣ୍ଡ୍‌ ମଧ୍ୟ କାରବାରର ଏକ ପ୍ରମୁଖ ଅଂଶ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଶୁକ୍ରବାର ଓଡ଼ିଶା ବଜାରରେ ସୁନା ଦର ୪୫ରୁ ୪୮ ହଜାର ଟଙ୍କା ଥିବାବେଳେ ରୁପା କେଜି ୬୩ରୁ ୬୪ ହଜାର ଟଙ୍କା ଏବଂ ହୀରା ମୂଲ୍ୟ ମଧ୍ୟ ୧୫ ହଜାରରୁ ଆରମ୍ଭ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?