ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ଯାଜପୁର ଅଫିସ,୨୫ା୨:: ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିବାସ ସମେତ ସଂଲଗ୍ନ ଅଞ୍ଚଳରେ ଜଣ୍ଡିସ ରୋଗ ବ୍ୟାପିବା ଅଭିଯୋଗ ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆଇନଜୀବୀ ଉଦୟନାଥ ସାହୁ ଜିଲାପାଲଙ୍କୁ ଅନୁରୋଧ କରିଥିଲେ। ଜିଲାପାଳ ତୁରନ୍ତ ଚଣ୍ଡିଖୋଲକୁ ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ ଟିମ ପଠାଇ ସେଠାରେ ଜଣ୍ଡିସ ରୋଗ ବ୍ୟାପିବା ଉପରେ ପଦକ୍ଷେପ ନେବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କଠାରୁ ନିର୍ଦ୍ଦେଶ ପାଇ ଶୁକ୍ରବାର ମଧ୍ୟାହ୍ନରେ ସିଡିଏମଓ ଶୁଭାଶିଷ ମହାରଣା, ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ନିର୍ଦ୍ଦେଶକ ରମେଶ ମଲ୍ଲିକ ପ୍ରମୁଖ ଚଣ୍ଡିଖୋଲ କଲେଜ ଛାତ୍ରୀ ନିବାସ ସମେତ ସ୍ଥାନୀୟ କିଛି ଘରୋଇ ମେସ ଯାଇ ଆକ୍ରାନ୍ତ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ପରଖିଥିଲେ। ଏହାସହ ଦୂଷିତ ପାନୀୟ ଜଳ ଏବଂ ଅସ୍ବାସ୍ଥ୍ୟକର ପରିସ୍ଥିତିରେ ପ୍ରସ୍ତୁତ ବାହାର ଖାଦ୍ୟର ପ୍ରଭାବରେ ହିଁ ଜଣ୍ଡିସ ବ୍ୟାପୁଥିବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଥିଲେ। ଶନିବାର ପୁନଶ୍ଚ ଖାଦ୍ୟ ନିରାପତ୍ତା ବିଭାଗର ଏକ ଟିମ ପଠାଇ କଲେଜ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଠେଲା ଗାଡ଼ିରେ ବିକ୍ରି ହେଉଥିବା ଚାଟ୍‌, ଗୁପଚୁପ୍‌, ଦହିବରା, ଜଳଖିଆ ସମେତ ଫାଷ୍ଟଫୁଡ୍‌ ଓ ହୋଟେଲ ଗୁଡିକରୁ ପରୀକ୍ଷା ପାଇଁ ଖାଦ୍ୟ ନମୁନା ସଂଗ୍ରହ କରିବାକୁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। କିନ୍ତୁ ସିଡିଏମଓ ତାଙ୍କର ପଦକ୍ଷେପ ଏତିକିରେ ସୀମିତ ନ ରଖି ଏହି ଅଞ୍ଚଳରେ ବ୍ୟାପିଥିବା ଜଣ୍ଡିସ ରୋଗକୁ ଯେଭଳି ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିହେବ ସେଥିପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି। କଲେଜର ପାଖାପାଖି ୫୦ଜଣ ଛାତ୍ରୀ ଜଣ୍ଡିସ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତନ୍ମଧ୍ୟରୁ ଅନେକ ଛାତ୍ରୀ ପରୀକ୍ଷା ଦେଇ ପାରି ନ ଥିଲା ବେଳେ ଦୁଇଦିନ ହେଲା ଏଥିପାଇଁ ଛାତ୍ରୀ ନିବାସକୁ ବନ୍ଦ କରି ଦିଆଯାଇଛି। ବିଡ଼ମ୍ବନାର ବିଷୟ ହେଉଛି ମାସେ ତଳୁ ଏଠାରେ କେତେକ ଛାତ୍ରୀଙ୍କଠାରେ ଜଣ୍ଡିସର ଲକ୍ଷ୍ୟଣ ପ୍ରକାଶ ପାଇବା ପରେ କଲେଜ କର୍ତ୍ତୃପକ୍ଷ କେବଳ ଚିଠି ଲେଖି ପରିସ୍ଥିତିକୁ ହାଲୁକା ଭାବେ ଗ୍ରହଣ କରିଥିଲେ। ଜିଲା ଖାଦ୍ୟ ନିରୀକ୍ଷଣ ଅଧିକାରୀ ମଧ୍ୟ ଉକ୍ତ କଲେଜର ଆଖପାଖ ଅଞ୍ଚଳର ଖାଦ୍ୟ ନମୁନା ସଂଗ୍ରହ ନ କରି ବସି ରହିଛନ୍ତି। କେବଳ ବାବା ଭୈରବା ନନ୍ଦ କଲେଜ ନୁହେଁ ଜିଲାର ଏନ୍‌ସି କଲେଜଠାରୁ ଆରମ୍ଭ କରି ବ୍ୟାସନଗର ସ୍ବୟଂଶାସିତ କଲେଜ, ଧର୍ମଶାଳା ଆଦି କଲେଜ ସମ୍ମୁଖ ସ୍ଥାନରେ ଗୁପଚୁପ, ଦହିବରା, ଚାଟ ଆଦି ବିକ୍ରି ହେଉଛି। ଏହି ଖାଦ୍ୟରେ ଦୂଷିତ ପାଣି ବ୍ୟବହାର ହେଉଥିବାରୁ ସଂପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଅସୁସ୍ଥ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଖାଦ୍ୟ ନିରୀକ୍ଷଣ ଅଧିକାରୀ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଖାଦ୍ୟ ନିରୀକ୍ଷଣ ଅଧିକାରୀ ରାକେଶ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି. ବାବା ଭୈରାବ ନନ୍ଦ କଲେଜ ଛାତ୍ରୀଙ୍କୁ ଜଣ୍ଡିସ ବ୍ୟାପିବାର ଖବର ସେ ପାଇଛନ୍ତି। ବିଭାଗ ପକ୍ଷରୁ ଆବଶ୍ୟକ ତଦନ୍ତ ଚାଲିଛି। ଏହାପରେ ପର୍ଯ୍ୟାୟକ୍ରମେ ଜିଲାର ସମସ୍ତ ସ୍କୁଲ, କଲେଜ ସମ୍ମୁଖ ଖାଦ୍ୟ ଦୋକାନଗୁଡିକରେ ସ୍କ୍ବାଡ୍‌ ଦ୍ୱାରା ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri