ଏସ୍‌ଡିଜେ ଆଡ଼କୁ ଭାରତର ଯାତ୍ରା ଏକ ପ୍ରେରଣାଦାୟୀ ଦୃଷ୍ଟାନ୍ତ: କାମ୍ବୋଜ

ନ୍ୟୁୟର୍କ, ୨୬।୯:ଭାରତ ଅଧ୍ୟକ୍ଷତାରେ ଜି୨୦ ସମ୍ମିଳନୀ ଆୟୋଜନ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜେ) ହାସଲ ଦିଗରେ ବେଶ୍‌ ସହାୟକ ହୋଇ ଏକ ପ୍ରେରଣାଦାୟୀ ଦୃଷ୍ଟାନ୍ତ ସୃଷ୍ଟି କରିଛି ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି। ଜାତିସଂଘ ସାଧାରଣ ସଭାର ୭୮ତମ ଅଧିବେଶନ ପୃଷ୍ଠଭୂମିରେ ଜାତିସଂଘରେ ଭାରତର ସ୍ଥାୟୀ ମିଶନ, ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେଶନ ଏବଂ ରିଲାଏନ୍ସ ଫାଉଣ୍ଡେଶନର ମିଳିତ ସହଯୋଗରେ ଆୟୋଜିତ ‘ଇଣ୍ଡିଆ ରାଉଣ୍ଡ୍‌ଟେବୁଲ: ଡେଲିଭରିଂ ଡେଭଲପ୍‌ମେଣ୍ଟ: ଜର୍ନିଂଜ୍‌, ଡିରେକ୍‌ସନ୍ସ ଆଣ୍ଡ୍‌ ଲାଇଟ୍‌ହାଉସେସ୍‌’ ଶୀର୍ଷକ ଆଲୋଚନାରେ ଭାଗ ନେଇ କାମ୍ବୋଜ ଏଭଳି ମତ ଦେଇଛନ୍ତି। ସେ ଏସ୍‌ଡିଜେ ପ୍ରଗତି ରିପୋର୍ଟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିଶ୍ୱସ୍ତରରେ ଅଦ୍ୟାବଧି କେବଳ ନିରନ୍ତର ବିକାଶ ଲକ୍ଷ୍ୟର ୧୨%କୁ ଚିହ୍ନଟ କରାଯାଇଛି, ୫୦% କାର୍ଯ୍ୟ ଦୁର୍ବଳ ରହିଥିବା ବେଳେ ୩୦% ଉପରେ ଗୁରୁତ୍ୱ ଦିଆଯାଇପାରି ନାହିଁ। ବର୍ତ୍ତମାନ ଅତି ଗରିବ ଲୋକଙ୍କ ସଂଖ୍ୟା ବିଗତ ୪ ବର୍ଷଠାରୁ ଅଧିକ ରହିଛି। ୨୦୩୦ ସୁଦ୍ଧା ସବୁ ଦେଶ କେବଳ ୩୦ ପ୍ରତିଶତ ଏସ୍‌ଡିଜେ-୧ରେ ଥିବା ବିନା ଦାରିଦ୍ର୍ୟ ଲକ୍ଷ୍ୟ ହାସଲ ଦିଗରେ କାମ କରୁଛନ୍ତି। ତେବେ ଏସ୍‌ଡିଜେ-୧ ହାସଲ ଦିଗରେ ଭାରତର ପ୍ରଦର୍ଶନ ଭଲ ରହିଛି। ୨୦୩୦ ପୂର୍ବରୁ ଭାରତ ଅତି କମ୍‌ରେ ତା’ର ଅଧା ଲକ୍ଷ୍ୟ ପୂରଣରେ ସକ୍ଷମ ହେବ ବୋଲି କାମ୍ବୋଜ ଆଶାବ୍ୟକ୍ତ କରିଛନ୍ତି। ଭାରତର ଜି୨୦ ସମ୍ମିଳନୀ ଆୟୋଜନ ଏ ଦିଗରେ ଏକ ବୃହତ୍‌ ସଫଳତା ଆଣିଦେଇଛି, ଯେଉଁଥିରେ ବିଶ୍ୱ ନେତାମାନେ ୨୦୨୩ ଆକ୍ସନ ପ୍ଲାନ୍‌ କ୍ଷେତ୍ରରେ ନୂଆଦିଲ୍ଲୀର ସକାରାତ୍ମକ ଦୃଷ୍ଟିକୋଣକୁ ମାନ୍ୟତା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ତାତି: ଆଜିଠୁ ୬ ଦିନ ଅସହ୍ୟ ସ୍ଥିତି

ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri